Categories: ଫୁରସତ

ଯୁବତୀଙ୍କ ମନ୍ଦିର ଦର୍ଶନ ଭିଡିଓ ଭାଇରାଲ: ଲୋକେ କହିଲେ ଭିଆଇପି ଦର୍ଶନ

ସମୟ ଅଭାବରୁ କିଛି ଲୋକ ମନ୍ଦିର ବାହାରୁ ଦର୍ଶନ କରି ପଳାଇଯିବାର ନଜିର ରହିଛି। ସମୟ ବଞ୍ଚାଇବା ଆଳରେ ମନ୍ଦିର ବାହାରୁ ହାତ ଯୋଡି ପଳାଇଥାନ୍ତି। ହେଲେ ଜଣେ ଯୁବତୀଙ୍କୁ ନିଜର ସମୟ ବଞ୍ଚାଇବା ମହଙ୍ଗା ପଡ଼ିଛି। ତାଙ୍କସହ କିଛି ଏଭଳି ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଏବେ ଟ୍ରେଣ୍ଡ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ମନ୍ଦିର ବାହାରେ ହାତ ଯୋଡି ସାରିବା ପରେ ଗାଡି ଷ୍ଟାର୍ଟ କରି ପଳାଇଯାଉଛନ୍ତି। ହେଲେ ତାଙ୍କ ହାତରୁ କ୍ଲଚ୍‌ ଛାଡିଯିବାରୁ ଗାଡି ସିଧା ମନ୍ଦିର ଭିତରକୁ। କଥା କ’ଣ ସେଇଠି ସରିଲା। ଯୁବତୀ ଜଣଙ୍କ ତରତର ହୋଇ ମନ୍ଦିର ଦର୍ଶନ ସାରି ଫେରିବାକୁ ଚେଷ୍ଟା କରୁଥିଲେ।

ହେଲେ ଗାଡି ଏକାଥରକେ ତାଙ୍କୁ ମନ୍ଦିର ଭିତରକୁ ନେଇ ନନ୍ଦିଙ୍କ ପାଖରେ ପହଞ୍ଚାଇ ଦେଇଥିଲା। ସେଠାରେ ଗାଡିସହ ପଡ଼ିଯିବାରୁ ଯୁବତୀଙ୍କୁ ଜଣେ ମହିଳା ଉଠାଇଥିଲେ। ଏହାପରେ ଯୁବତୀ ଗାଡି ଧରି ସେଠାରୁ ପଳାଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ ହୋଇଥିବା ବେଳେ ଏହାକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏଥିସହ ଏହାକୁ ନେଇ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଲୋକେ ଏହାକୁ ଭିଆଇପି ଦର୍ଶନ ବୋଲି କହିଛନ୍ତି।

Share