ଯୁବକ ଜୀବନ୍ତ ଜଳିଯିବା ଘଟଣା: ମୃତ୍ୟୁ ପାଇଁ ପ୍ରେମିକା ହିଁ ଦାୟୀ

ବାଲିକୁଦା,୧୦ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅଢ଼ଙ୍ଗା ଦେବଗ୍ରାମ ବିଦ୍ୟାଳୟର ଶିଡିଘର ଛାତରେ ଗତ ୫ ତାରିଖରେ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିଚୟ ମିଳିଛି। ମୃତ ଯୁବକ ହେଲେ ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଧୀନ କାଞ୍ଚନପୁରର କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ(୨୮)ଓରଫ ସାଗର। ସାଗରଙ୍କ ମୃତ୍ୟୁ ଖବର ପାଇ ୬ ତାରିଖରେ ତାଙ୍କ ପରିବାର ଲୋକେ ଜଗତ୍‌ସିଂହପୁରରେ ପହଞ୍ଚିଥିଲେ। ୭ ତାରିଖରେ ସାଗରଙ୍କ ସ୍ତ୍ରୀ ରଶ୍ମିତା ଓ ବାପା, ମା’ବାଲିକୁଦା ଥାନାରେ ପହଞ୍ଚତ୍ ସାଗରଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇବା ପରେ ସମ୍ପୃକ୍ତା ପ୍ରେମିକା ଓ ତାଙ୍କ ପରିବାର ଅନ୍ୟ ସଦସ୍ୟଙ୍କୁ ଆଣି ପଚରା ଉଚରା କରିଛି। ପୋଲିସ ପ୍ରାଥମିକ ତଦନ୍ତରୁ ସାଗର ବିବାହିତ ହେଲେ ମଧ୍ୟ ପ୍ରେମରେ ଅନ୍ଧହୋଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି ବୋଲି ପ୍ରକାଶ କରିଛି। ତଥାପି ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।
ସାଗରଙ୍କ ସ୍ତ୍ରୀ ରଶ୍ମିତା ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ସ୍ବାମୀ ଅହମ୍ମଦାବାଦର ଏକ ଘରୋଇ କମ୍ପାନୀରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ୍‌ ଭାବେ କାମ କରୁଥିଲେ। ସେ ବିବାହିତ ଓ ତାଙ୍କର ୫ ବର୍ଷର ଝିଅଟିଏ ଅଛି। ସାଗରଙ୍କ ମୃତଦେହ ନିକଟରେ ରକ୍ତରେ ଯେଉଁ ମହିଳାଙ୍କ ନାମ ଲେଖା ହୋଇଥିଲା ସେ ହେଉଛନ୍ତି ଦେବଗ୍ରାମର। ସେ ମୋ ସ୍ବାମୀଙ୍କ ସହ ଫେସବୁକ୍‌ରେ ଫ୍ରେଣ୍ଡଶିପ କରି ବାରମ୍ବାର ତାଙ୍କ ମୋବାଇଲକୁ ଫୋନ କରୁଥିଲେ। ଏକଥା ଜାଣିବା ପରେ ମୁଁ ସେ ମହିଳାଙ୍କୁ ଫୋନ କରିବା ପାଇଁ ମନା କରିଥିଲି। ଯେଉଁଥିପାଇଁ ଆମ ସ୍ବାମୀ, ସ୍ତ୍ରୀଙ୍କ ଭିତରେ ଝଗଡା ଲାଗିଥିଲା। ୫ ତାରିଖରୁ ମୋ ସ୍ବାମୀ କମ୍ପାନୀକୁ ଯାଉଛି କହି ଘରୁ ଆସିଥିଲେ। କିନ୍ତୁ ୬ ତାରିଖରେ ତାଙ୍କର ମୃତ୍ୟୁ ଖବର ଆମେ ପାଇଲୁ। ମହିଳାଙ୍କ ଗାଁ ବିଦ୍ୟାଳୟରୁ ଯେହେତୁ ତାଙ୍କ ମୃତଦେହ ମିଳିଥିଲା ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧରରେ ପୋଲିସ ୨୦୦/୧୯ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଦେବଗ୍ରାମର ସମ୍ପୃକ୍ତା ମହିଳା ୫ ବର୍ଷ ହେବ କଟକରେ ବିବାହ କରିଛନ୍ତି। ଘରେ ତାଙ୍କ ମା’ବାପାଙ୍କ ସହିତ ଦୁଇ ଅବିବାହିତ ଭଉଣୀ ମଧ୍ୟ ରୁହନ୍ତି। ପୋଲିସ ୭ ତାରିଖରେ ପ୍ରଥମେ ମହିଳାଙ୍କ ବାପା ଓ ଦୁଇ ଭଉଣୀଙ୍କୁ ଡାକି ପଚରା ଉଚରା କରିଛି। ମହିଳାଙ୍କ ବାପାଙ୍କ କହିବା ଅନୁଯାୟୀ ଝିଅର ସାଙ୍ଗ ହିସାବରେ ସାଗର ତାଙ୍କ ଘରକୁ ପୂର୍ବରୁ ଦୁଇ ଥର ଆସିଛନ୍ତି। କିନ୍ତୁ ୫ ତାରିଖରେ ତାଙ୍କ ଘରକୁ ଆସିନାହାନ୍ତି। ଅନ୍ୟପକ୍ଷରେ ପୋଲିସର ଆଉ ଏକ ଟିମ୍‌ କଟକ ଯାଇ ସମ୍ପୃକ୍ତା ମହିଳା ରହୁଥିବା କାଠଗୋଲା ସାହିରେ ଚଢାଉ କରିବା ସହ ମହିଳାଙ୍କୁ ଆଣି ଏକ ଅଜ୍ଞାତ ସ୍ଥାନରେ ପଚରା ଉଚରା ଜାରି ରଖିଛି। ମହିଳା ମଧ୍ୟ ପୋଲିସ ଆଗରେ ଫେସ୍‌ ବୁକରେ ସାଗର ସହିତ ଫ୍ରେଣ୍ଡଶିପକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ସାଗର ମୋତେ ବାରମ୍ବାର ପ୍ରେମ ନିବେଦନ କରୁଥିଲେ। ମୁଁ ଯେହେତୁ ଜଣେ ବିବାହିତା ସେଥିପାଇଁ ତାଙ୍କୁ ବାରଣ କରୁଥିଲି। ମାତ୍ର ସେ ଅଧିକାଂଶ ସମୟରେ ପାଗଳହୋଇ ଭିଡିଓ କଲିଂ ଦ୍ୱାରା ନିଜର ହାତ କାଟି ରକ୍ତ ଦେଖାନ୍ତି। ତୁମେ ମୋ ପଖକୁ ନ ଆସିଲେ ମୁଁ ଆତ୍ମହତ୍ୟା କରିଦେବି ବୋଲି ଧମକ ମଧ୍ୟ ଦିଅନ୍ତି। ୫ ତାରିଖରେ ସାଗର ଫୋନ କରି ତାଙ୍କ ସହିତ ଅହମ୍ମଦାବାଦ ଯିବାକୁ ଜିଦ କରିଥିଲୋ। ନ ହେଲେ ଆତ୍ମହତ୍ୟା କରିଦେବି ବୋଲି ଧମକ ଦେଇଥିଲେ ବୋଲି ସମ୍ପୃକ୍ତା ମହିଳା ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲଙ୍କ ଆଗରେ ଏକଥା ପ୍ରକାଶ କରିଛନ୍ତି। ଯେଉଁଥି ପାଇଁ ସାଗର ପ୍ରେମରେ ଅନ୍ଧ ହୋଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ପ୍ରାଥମିକ ସୂଚନା ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri