ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଭୁବନେଶ୍ବର ଭିଏସ୍‌ଏସ୍‌ ନଗରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଉଛନ୍ତି ଅବକାଶ ପାଇକରାୟ(୩୦)। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଶହୀଦନଗର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। ସୂଚନାଯୋଗ୍ୟ, ୨ ବର୍ଷ ତଳେ ଅବକାଶ କୋର୍ଟ ମ୍ୟାରେଜ୍‌ କରିଥିଲେ।