ଯୁବକଙ୍କ ବାଇକ୍‌ କିଣିବା ନିଶା, ମା’-ବାପାଙ୍କ ଅସ୍ଥି ବିକିବାକୁ ଖୋଳିଲେ କବର

ଆଜିକାଲି ଲୋକେ ଟଙ୍କା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି। ମେଜାମ୍ବିକ୍ୟୁରେ ଜଣେ ଯୁବକ ବାଇକ୍‌ କିଣିବା ପାଇଁ ନିଜ ମୃତ ମା’-ବାପାଙ୍କ ଅସ୍ଥି ବିକିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ଯୁବକ ଜଣଙ୍କ ନିଜ ମା’ବାପାଙ୍କ କବର ଖୋଳୁଥିବାବେଳେ ପୋଲିସ ଉକ୍ତ ତାଙ୍କୁ ଗିରଫ କରିଛି। ଉକ୍ତ ଯୁବକଙ୍କୁ ଜଣେ ବ୍ୟକ୍ତି ମଣିଷ କଙ୍କାଳ ଦେଲେ ୩୦୦ ଡଲାର କ୍ୟାଶ୍‌ ମିଳିବ ବୋଲି କହିଥିଲା। ଏଥିରେ ଉତ୍ସାହିତ ହୋଇ ଯୁବକ ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ପୋଲିସ କହିଛି। ସୂଚନାଯୋଗ୍ୟ, ସାରା ବିଶ୍ୱର ଅନେକ ଦେଶରେ ମାନବ କଙ୍କାଳର ଚୋରା ଚାଲାଣ କରାଯାଉଛି। ଏନେଇ କଡା ନିୟମ କରାଯାଇଥିଲେ ମଧ୍ୟ ଏହା ଉପରେ ରୋକ ଲଗାଯାଇପାରୁନାହିଁ।

Share