Categories: ଜାତୀୟ

ଯୁବକଙ୍କ ପେଟରୁ ନେଲ୍‌କଟର, ଚିଲମ ସମେତ ୫୦ ପ୍ରକାରର ଜିନିଷ ବାହାର କଲେ ଡାକ୍ତର

ଉଦୟପୁର,୧୭।୬: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିିଛି। ଶନିବାର ଉଦୟପୁର ହସ୍ପିଟାଲରେ ଡାକ୍ତର ଜଣେ ୨୪ ବର୍ଷୀୟ ଯୁବକ ଗଜେନ୍ଦ୍ରଙ୍କ ଅପରେଶନ୍‌ କରିଥିଲେ। ଅପରେଶନ୍‌ ସମୟରେ ଡାକ୍ତର ଯୁବକଙ୍କ ପେଟରୁ ୫୦ ପ୍ରକାରର ଜିନିଷ ବାହାର କରିଥିବା ଜଣାପଡ଼ିଛି। ତାଙ୍କ ପେଟରୁ ଚାବି, ନେଲ୍‌କଟର, ଟଙ୍କା, ଚିଲମ୍‌ର ଖଣ୍ଡ, କାଠର ମାଳ, ମୁଦି, ସେପ୍ଟି ପିନ୍‌, କ୍ଲିପ୍‌ ଇତ୍ୟାଦି ବାହାରିଥିଲା। ଏହାକୁ ଦେଖି ଡାକ୍ତର ମଧ୍ୟ ଚକିତ ହୋଇପଡ଼ିଥିଲେ। ଏହି ଅପରେଶନ୍‌ ୯୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ସୂଚନାଯୋଗ୍ୟ, ୧୫ ଦିନ ପୂର୍ବରୁ ଗଜେନ୍ଦ୍ରଙ୍କ ପେଟ ବ୍ୟଥା, ବାନ୍ତି ହେବା ସହ ଖାଇବାରେ ଅସୁବିଧା ଉପୁଜିଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସେ ହସ୍ପିଟାଲକୁ ଯାଇଥିବା ବେଳେ ଏକ୍ସରେ ରିପୋର୍ଟରେ ପେଟରେ କିଛି ଜିନିଷ ଥିବା ଦେଖିବାକୁ ମିଳିଥିଲା। ଏଣ୍ଡୋସ୍କୋପି ପରେ ଗଜେନ୍ଦ୍ରଙ୍କ ଅପରେଶନ୍‌ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Share