ଯୁବକଙ୍କଠାରୁ ସେଫ୍ଟିିପିନ୍‌ ଫୋଡ଼ା ଖାଇଥିଲି

ଗୀତିକାର ନିର୍ମଳ ନାୟକ । ଓଡ଼ିଆ ସିନେଜଗତରେ ତାଙ୍କୁ ସମସ୍ତେ ଡାକନ୍ତି ‘ମାମୁ’ । କଲମ ମୁନରେ ସଜେଇଛନ୍ତି ଅନେକ ସୁପରହିଟ୍‌ ଗୀତ। ୭ ହଜାରରୁ ଅଧିକ ନନ୍‌ଫିଲ୍ମ ଗୀତ ଲେଖିଛନ୍ତି। ଦେଢ଼ଶହରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରର ଗୀତିକାର ନିର୍ମଳଙ୍କ ଅନୁଭୂତିରୁ ଖିଏ…

ସଂସ୍କୃତିର ସହର କଟକକୁ ସଙ୍ଗୀତର ନିଶା ମୋତେ ଟାଣି ଆଣିଥିଲା। ପିଲାଦିନରୁ ବାଲିଯାତ୍ରା କଥା ଶୁଣିଥିଲି। କଟକ ଆସିଲା ପରେ ବାଲିଯାତ୍ରା ବୁଲିବାକୁ କେବେ ଭୁଲିନି। କାର୍ଯ୍ୟବ୍ୟସ୍ତତା ଭିତରେ ସବୁଦିନ ଯାଇ ନ ପାରିଲେ ବି ଯାତ୍ରାର ୪ ଦିନ ପଡ଼ିଆରେ ପାଦ ପଡ଼େ। ଅନେକ ଅଭୁଲା ସ୍ମୃତି ଏହି ସହର ଓ ତା’ର ପ୍ରସିଦ୍ଧ ଯାତ୍ରା ସହ ଜଡିତ। ଗୋଟିଏ ଘରୋଇ ଚ୍ୟାନେଲ ପାଇଁ ବାଲିଯାତ୍ରାରେ ଏକ କାର୍ଯ୍ୟକ୍ରମ କରୁଥିଲୁ। ସନ୍ଧ୍ୟା ସମୟ। ପଡ଼ିଆ ଭିତରକୁ ଯିବାବେଳକୁ ପ୍ରବଳ ଭିଡ଼। କିଛି ସମୟ ପରେ ପକେଟ୍‌ରେ ହାତ ମାରିବା ବେଳକୁ ମୋବାଇଲ ଗାୟବ। ମୋବାଇଲ ହଜି ଯିବା ଯୋଗୁଁ ଚିନ୍ତା ବଢ଼ି ଯାଇଥିଲା। କାର୍ଯ୍ୟକ୍ରମ କ’ଣ ହେବ ତାହା ଆଉ ମୁଣ୍ଡରେ ପଶୁ ନ ଥାଏ। କିଛି ସମୟ ପରେ ଷ୍ଟେଜ୍‌ ଉପରକୁ ଚଢ଼ିଲି। ଚେୟାରରେ ବସିଥିବାବେଳେ କେହି ଜଣେ ମୋ ପଛକୁ ଜୋରରେ ଚୁମୁଟି ଦେବା ଭଳି ଲାଗିଲା। ପଛକୁ ବୁଲିବା ବେଳକୁ ଜଣେ ଯୁବକ ସେଫ୍ଟିପିନ୍‌ ଧରି ଛିଡ଼ା ହୋଇଥିବା ଦେଖିଥିଲି। ସେ ଚିମୁଟି ନଥିଲେ, ସେହି ସେଫ୍ଟିପିନ୍‌ରେ ଫୋଡି ଦେଇଥିଲେ। ରାଗ ଲାଗିବା ସହ ଭାବିଲି ଯୁବକ ଜଣଙ୍କୁ ନଧୂର୍ର୍ମ ଗାଳି କରିବି। ହେଲେ ସେ ମୋର ଜଣେ ଫ୍ୟାନ୍‌ ଓ ମୋ ସହ କଥା ହେବାକୁ ଚାହାନ୍ତି ବୋଲି କହିଥିଲେ। ରାଗ ଲାଗୁଥିଲେ ବି ବାଧ୍ୟରେ ହସିହସି ତାଙ୍କ ସହ କଥା ହୋଇଥିଲି।
୧୯୯୯ ମସିହାରେ କଟକ ଆସିଲା ପରେ ପ୍ରତିବର୍ଷ ଅପେକ୍ଷା କରିଥାଏ କେବେ ବାଲିଯାତ୍ରା ଆସିବ। ଯେତେ ବୁଲିଲେ ବି ମନରେ ଆହୁରି ବୁଲିବାର ଅବଶୋସ ରହିଯାଏ। ଅନେକ ରକମର ଖାଦ୍ୟ ମିଳେ । ଦହିବରା ଖାଇବାକୁ ମୋତେ ଭାରି ଭଲ ଲାଗେ। ବାଲିଯାତ୍ରା ବୁଲିବା ନିଶାରେ ଭିଡ଼ ଆଉ ଧୂଳି କଥା ମନରୁ ଚାଲିଯାଏ। ଏବେ ରାଜ୍ୟର ପ୍ରାୟ ସମସ୍ତ ଜାଗାରେ ବାଲିଯାତ୍ରା ହେଉଛି। ମାତ୍ର କଟକ ବାଲିଯାତ୍ରାରେ ଥିବା ଭାଇଚାରା ଆଉ ପରମ୍ପରା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ। ଏହି ଯାତ୍ରାକୁ ଯିଏ ଥରେ ଆସିଛି ସେ କଟକୀ ହୋଇଯାଇଛି। ଏବକାର ବାଲିଯାତ୍ରାରେ ପରିବର୍ତ୍ତନ ଘଟିଥିଲେ ବି ପରମ୍ପରାରେ ତିଳେମାତ୍ର ପ୍ରଭାବ ପଡିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri