ଯୁଦ୍ଧପ୍ରିୟ ନୁହେଁ, ଦେଶଭକ୍ତ

ଲସ୍‌ ଆଞ୍ଜେଲ୍ସ୍‌ : ମୁଁ ଯୁଦ୍ଧପ୍ରିୟ ନୁହେଁ, ବରଂ ଜଣେ ସଚ୍ଚୋଟ ଦେଶଭକ୍ତ ବୋଲି ଆମେରିକାର ଲସ୍‌ ଆଞ୍ଜେଲ୍ସ୍‌ରେ ଭାରତୀୟ ସିନେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କହିଛନ୍ତି। ପ୍ରିୟଙ୍କା ପାକିସ୍ତାନ ବିପକ୍ଷରେ ଅଣୁଯୁଦ୍ଧକୁ ପ୍ରୋତ୍ସାହନ କରୁଥିବା ପାକିସ୍ତାନ ମହିଳା ପ୍ରଶଂସକ ଅଭିଯୋଗ କରିଥିଲେ। ପ୍ରକାଶଥାଉ କି, ପାକିସ୍ତାନର ବାଲାକୋଟ୍‌ସ୍ଥିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ଯୁଦ୍ଧବିମାନର ସଫଳ ଆକ୍ରମଣ ପରେ ଗତ ଫେବୃୟାରୀ ୨୬ରେ ପ୍ରିୟଙ୍କା ଟୁଇଟ୍‌ କରି ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଥିଲେ। ଏହାକୁ ନେଇ ଲସ୍‌ ଆଞ୍ଜେଲ୍ସ୍‌ରେ ପାକିସ୍ତାନ ମହିଳା ଜଣକ କହିଥିଲେ, ସେ ପ୍ରିୟଙ୍କାଙ୍କ ଜଣେ ବଡ଼ ପ୍ରଶଂସକ ହୋଇଥିଲେ ହେଁ ତାଙ୍କର ଏଭଳି ଟୁଇଟ୍‌ କରିବା ଠିକ୍‌ ନ ଥିଲା। ତେବେ ସେ ଯୁଦ୍ଧକୁ ଉତ୍ସାହିତ କରୁନାହାନ୍ତି କି ଯୁଦ୍ଧପ୍ରିୟ ନୁହନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ପ୍ରିୟଙ୍କା କହିଥିଲେ।

Share