Categories: ଫୁରସତ

ଯୁଗ ସହିତ ନିଜକୁ ପରିବର୍ତ୍ତନ କରିଛି କାଉ: ଟ୍ୟାପ୍‌ ଖୋଲି ପିଉଛି ପାଣି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ତେବେ ପିଲାବେଳେ କାଉର ଚତୁରତା ବିଷୟରେ ସମସ୍ତେ ବହିରେ ପଢ଼ିଥିବେ। ଖରାଦିନେ ଶୋଷ ହେବାରୁ ସେ କିପରି ପାଣି ପିଇବା ପାଇଁ ମାଠିଆରେ ଟେକା ପକାଉଥିଲା। ମାତ୍ର ବର୍ତ୍ତମାନର କାଉ କିପରି ଯୁଗ ସହିତ ନିଜକୁ ପରିବର୍ତ୍ତନ କରିଛି। ତାକୁ ଶେଷ ହେବାରୁ ସେ କୌଣସି ମାଠିଆ ପାଖକୁ ଯାଉନାହିଁ ବରଂ ଟ୍ୟାପ୍‌ ପାଖରେ ପହଞ୍ଚୁଛି। ଟ୍ୟାପ୍‌ ଖୋଲି ସେ ପାଣି ପିଉଛି। ଟୁଇଟରରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ଲେଖିଛନ୍ତି, ‘ଦକ୍ଷ କାଉ’।

 

Share