ଯୁକ୍ତ ୨ ନାମଲେଖାରେ ଅନିୟମିତତା ପ୍ରସଙ୍ଗ: ଅସୁବିଧାରେ ପକାଯାଇଥିବା ପିଲାଙ୍କ ତାଲିକା ସଂଗ୍ରହ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ସାଏମ୍‌ଏସ(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ୍‌) ପକ୍ଷରୁ ଯୁକ୍ତ୨ ନାମ ଲେଖାରେ ହୋଇଥିବା ଅନିୟମିତତା ଘଟଣାର ସମାଧାନ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଉପରକୁ ସାଏମ୍‌ଏସ କର୍ତ୍ତୃପକ୍ଷ ଦୋଷ ଲୁଚାଉଥିବା ବେଳେ ଭିତରେ ଅସୁବିଧାରେ ପଡିଥିବା ଛାତ୍ରୀଛାତ୍ରଙ୍କ ସମସ୍ୟା ଦୂର କରିବା ପାଇଁ ଲାଗିପଡିଛନ୍ତି। ବୁଧବାର ଗାନ୍ଧୀ ଜୟନ୍ତୀରେ ଛୁଟି ଥିବା ସତ୍ତ୍ୱେ ସାଏମ୍‌ଏସ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ ଅଫିସର ଇନଚାର୍ଜ ଭାଗୀରଥି କାଣ୍ଡି ତ୍ରୁଟି ଯୋଗୁ ଅସୁବିଧାରେ ପଡିଥିବା ଛାତ୍ରୀଛାତ୍ରମାନଙ୍କ ତାଲିକା କଲେଜ ଗୁଡିକରୁ ସଂଗ୍ରହ କରିଥିବା ଜଣାପଡିଛି। କେମିତି ଏହି ଦୋଷତ୍ରୁଟିକୁ ସମାଧାନ କରିବେ ସେନେଇ କାଣ୍ଡି ପୂରା ତତ୍ପର ଥିବା କେତେଜଣ କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ୍‌ ମଧ୍ୟ ତାଙ୍କୁ ବାରମ୍ବାର ଟେଲିଫୋନ କରି ପରିସ୍ଥିତି ସମ୍ପର୍କରେ ବୁଝୁଥିବା ଜଣାପଡିଛି। ଗତ ୨୯ ତାରିଖରେ ଏନେଇ ଧରିତ୍ରୀରେ ଏକ ଖବର ପ୍ରକାଶିତ ହୋଇଥିଲା। ରାଜ୍ୟର ଅଧିକାଂଶ କଲେଜରେ ଯୁକ୍ତ୨ ପିଲାଙ୍କ ନାମ ଲେଖାଯିବା ପରେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଟଙ୍କା ଫେରାଇ ନେବାକୁ କୁହାଯାଇଥିଲା। ସାଏମ୍‌ଏସର ଭୁଲ୍‌ ଯୋଗୁ ପିଲାମାନଙ୍କ ଭବିଷ୍ୟତ ସହ ଖେଳିବାର ଏକ ଷଡଯନ୍ତ୍ର କରିଦିଆଯାଇଥିଲା। ଏନେଇ ଧରିତ୍ରୀ ହାତରେ କିଛି ତଥ୍ୟ ଲାଗିବା ପରେ ପୂରା ଘଟଣା ଜଣାପଡିଥିଲା। ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଉଭୟ ସିଲ୍‌ ଏବଂ କାଣ୍ଡିଙ୍କୁ ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କରି ଘଟଣା ସମ୍ପର୍କରେ ପଚରାଯିବା ସହ ତାଗିଦ କରାଯାଇଥିଲା। ଏହାର ଦିନକ ପରେ ଅର୍ଥାତ୍‌ ୧ ତାରିଖ ଦିନ ଖୋଦ୍‌ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଭୟଙ୍କୁ ପୁନର୍ବାର ଡକାଇ ତାଗିଦ କରିଥିବା ତାଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଥିଲା। ଘଟଣାକୁ ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କେତେଜଣ କଲେଜ ଅଧ୍ୟାପକଙ୍କ କହିବା କଥା ହେଲା, ଯଦି ଆମେ ଗୋଟିଏ ପିଲାର ନାମ ଲେଖାଇବା ବେଳେ ସାମାନ୍ୟ ଭୁଲ୍‌ କରିଦେଉଛୁ ସେହି ଜାଗାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମାତ୍ର ସାଏମ୍‌ଏସ ପକ୍ଷରୁ ଏତେବଡ ଘଟଣା ଘଟିଯିବା ପରେ ମଧ୍ୟ କାହିଁକି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ତାହା ଜଣାପଡୁନାହିଁ। ଏହା ପଛରେ ନିଶ୍ଚିତଭାବେ କିଛି ବଡ ରହସ୍ୟ ଲୁଚି ରହିଥିବା ସେମାନେ ସନ୍ଦେହ କରୁଛନ୍ତି। ତେବେ କେତେଜଣ ଅଭିଭାବକ କହିଛନ୍ତି, ଏଥିରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ୫-ଟି କଥା କହୁଛନ୍ତି ତାହା ଏହି ସ୍ଥାନରେ ମଧ୍ୟ କାର୍ଯ୍ୟକାରୀ ହେବାର ଆବଶ୍ୟକତା ଥିବା ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି; ୪୧ ଡିଗ୍ରୀ ଟପିଲା ତାତି, ୧୮ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୩ା୪(ବନ୍ଦନା ସେଠୀ): ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତାପମାତ୍ରା ୪୧ ଡିଗ୍ରୀ ଡେଇଁଥିବାବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହରରେ ପରିଣତ…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଆଜି ଭୁବନେଶ୍ୱର ପାଳୁଛି ପ୍ରତିଷ୍ଠା ଦିବସ, ଏହି ଦିନରେ…

ଭୁବନେଶ୍ୱର,୧୩ା୪: ଆଜି ଅର୍ଥାତ୍‌ ସୋମବାର ୭୯ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ଆଜି ରାଜଧାନୀ ୭୮ ତମ ପ୍ରତିଷ୍ଠା ଦିବସ ପାଳି ୭୯ ବର୍ଷକୁ ଅଗ୍ରସର…

ଦରମା ବଢାଇବା ଦାବିରେ କର୍ମଚାରୀଙ୍କ ଉଗ୍ର ପ୍ରଦର୍ଶନ, ପୋଲିସ ଉପରକୁ ପଥର ମାଡ଼

ନୋଏଡା,୧୩।୪: ନୋଏଡାର ବିଭିନ୍ନ ସେକ୍ଟରର ବିଭିନ୍ନ କମ୍ପାନୀର କର୍ମଚାରୀମାନେ ସୋମବାର ଦରମା ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଥିଲେ। ଗତ ତିନିରୁ ଚାରି ଦିନ ଧରି ଚାଲିଥିବା ଏହି…

ବେପରୁଆ ବୟାନ ଦେଲେଣି ଟ୍ରମ୍ପ, ଇରାନକୁ ନେଇ କହିଲେ ଏମିତି କଥା ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୧୩।୪: ଇସଲାମାବାଦରେ ଆଲୋଚନା ଭାଙ୍ଗିବା ପରେ ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଇରାନ ପରମାଣୁ ଅସ୍ତ୍ର ରଖିବା…

ପରିଶ୍ରମ ଅନୁଯାୟୀ ମହୁଲ ଫୁଲ ସଂଗ୍ରହକାରୀଙ୍କୁ ମିଳୁନି ମୂଲ, ଜୀବିକାକୁ ଆଦରି ନେଇ…

ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri