ଯାଯାବରଙ୍କୁ ସହଯୋଗର ହାତ ବଢ଼ାଇଲେ ସାମାଜିକ କର୍ମୀ

ବରଗଡ଼ ଅଫିସ୍‌,୨୦।୪: ବରଗଡ଼ ରେଳଷ୍ଟେଶନ ନିକଟ ଏକ ପଡ଼ିଆରେ ଉତ୍ତର ପ୍ରଦେଶ ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ଯାଯାବର ପରିବାର ଫସି ରହିଛନ୍ତି । ନିଜ ପିଲାଛୁଆଙ୍କ ସହିତ ସେମାନେ ଅସହାୟ ଅବସ୍ଥାରେ ରହିଛନ୍ତି । ଏହି ଖବର ପାଇବା ପରେ ସ୍ଥାନୀୟ ସାମାଜିକ କର୍ମୀ ରମେଶ ମହାପାତ୍ର, ଗୁରୁପ୍ରୀତ ସିଂ, ଏମଡ଼ି ଅଲିମ, ଏମଡ଼ି ନିଜାମ, ଭବାନୀ ପ୍ରସାଦ ସାହୁ, ପବିତ୍ର ଦେହେରୀ ପ୍ରମୁଖ ସେଠାକୁ କ୍ଷୀର, ଫଳ, ବିସ୍କୁଟ ଆଦି ଖାଦ୍ୟ ସାମଗ୍ରୀ ସହିତ ପହଞ୍ଚିଥିଲେ । ସମ୍ପୃକ୍ତ ଯାଯାବର ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଇବା ସହିତ ସାମାଜିକ କର୍ମୀମାନେ ସେମାନଙ୍କ ସୁବିଧା, ଅସୁବିଧା ପଚାରି ବୁଝିଥିଲେ ।