ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ବେ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବା ଲାଗି ରେଲଓ୍ବେ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହାକୁ ମାସକୁ ଥରେ ଧୁଆ ଯାଉଥିଲା ଏବଂ ୧୫ ଦିନରେ ଥରେ ସାନିଟାଇଜ୍‌ କରାଯାଉଥିଲା। ପ୍ରତଦିନ ରେଲଓ୍ବେ ଯାତ୍ରୀଙ୍କୁ ୨୫୦୦୦ରୁ ଅଧିକ କମ୍ବଳ ଯୋଗାଇଦେଇଥାଏ। ଏହା ସହିତ ବଗିଗୁଡ଼ିକରେ ସାନିଟାଇଜେଶନ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଥିବା ଡିଆର୍‌ଏମ୍‌ ସଞ୍ଜୟ ତ୍ରିପାଠୀ ସୂଚନା ଦେଇଛନ୍ତି। ଯାତ୍ରୀଙ୍କୁ ସଚେତନ କରିବା ପାଇଁ ହେଲ୍ପ ଡେସ୍କ୍‌ ମଧ୍ୟ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି।

Share