ଯାଜପୁର ଜିଲା ଭାଜପା ଜୋର ଧରିଲା ଦଳ ବିରୋଧୀଙ୍କ ବହିଷ୍କାର ଦାବି: ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ବିଷୋଦଗାର

କୋରେଇ,୧୮।୮(ସ୍ବ.ପ୍ର.)- ଯାଜପୁର ଜିଲା ଭାଜପାରେ ଆଭ୍ୟନ୍ତରୀଣ କନ୍ଦଳ ଉଗ୍ରରୂପ ନେବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟରେ ଜଡ଼ିତ କେତେକ କାର୍ଯ୍ୟକର୍ତ୍ତାଙ୍କୁ ହଟେଇବାକୁ ଏବେ ଦାବି ଜୋର ଧରିଛି। ଏହିକ୍ରମରେ ଜିଲା ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଅସନ୍ତୋଷ ଉଗ୍ରରୂପ ନେଇଛି। ଗୁରୁବାର ବ୍ୟାସ ସରୋବରଠାରେ ଯୁବ ଭାଜପା କର୍ମକର୍ତ୍ତା ଏକାଠି ହୋଇ ଯୁବମୋର୍ଚ୍ଚାର ନିଷ୍କ୍ରିୟତା ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉପଯୁକ୍ତ ଦକ୍ଷ ଓ ଦୃଢ ନେତୃତ୍ୱର ଆବଶ୍ୟକ ରହିଛି ବୋଲି ଆଲୋଚନା କରିଥିଲେ ା ଏହାବାଦ ବର୍ତ୍ତମାନର ଜିଲା ଯୁବ ମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ ଠିକ୍‌ ଭାବେ ସାଙ୍ଗଠନିକ କାର୍ଯ୍ୟ କରୁ ନ ଥିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କୁ ଅଣଦେଖା କରୁଥିବା ବୈଠକରେ ଅଭିଯୋଗ ହୋଇଥିଲା। ଭାଜପାର ୧୨୦ ମିଶନ ଫେଲ ମାରିବା ପରେ ରାଜ୍ୟସ୍ତରରୁ ବୁଥ ପର୍ଯ୍ୟନ୍ତ ଏବେ ଦଳ ଭିତରେ ମାନସ ମନ୍ଥନ ଚାଲିଛି । କେଉଁଠି ଦୋଷ ତ୍ରୁଟି ରହିଲା, ସେହି ଭୁଲକୁ ଖୋଜିବାକୁ ପ୍ରୟାସ ଚାଲିଛି। ଏହାସହିତ ଦଳର ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ସାଙ୍ଗଠନିକ ପର୍ବ ଚାଲୁ ରହିଛି। ତେଣୁ ଭାଜପାର ବିଭିନ୍ନ ପଦାଧିକାରୀମାନେ ମଧ୍ୟ ପରିବର୍ତ୍ତନ ହେବାର ଆବଶ୍ୟକ ରହିଛି। ଭାଜପାର ପ୍ରୟୋଗଶାଳା କୁହାଯାଉଥିବା ଯାଜପୁର ଜିଲାରେ ଗୋଟିଏ ବି ବିଧାୟକ, ସାଂସଦ ଜିତିବାରେ ସକ୍ଷମ ହୋଇପାରିଲେ ନାହିଁ। ଏଥିପାଇଁ ଦୁର୍ବଳ ନେତୃତ୍ୱ ଓ ଦଳବିରୋଧୀ କାର୍ଯ୍ୟକୁ ଦାୟୀ କରାଯାଇପାରେ ବୋଲି ମତପ୍ରକାଶ ପାଇଥିଲା। ବିଭିନ୍ନ ସମସ୍ୟାର ସମାଧାନ ତଥା ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଦାବି, ବିକ୍ଷୋଭ, ଧାରଣା, ଦଳୀୟ ସମାବେଶ ପାଇଁ ଯୁବବର୍ଗଙ୍କ ଉପରେ ଆସ୍ଥା ରହିଛି । ଏଥିପାଇଁ ଯୁବ ସଭାପତିଙ୍କ ଭୂମିକା ସଂଗଠନଠାରୁ ନିର୍ବାଚନ ପର୍ଯ୍ୟନ୍ତ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ପ୍ରାୟ ଦେଢ ବର୍ଷ ତଳେ ଯାଜପୁର ଜିଲାର ଯୁବମୋର୍ଚ୍ଚା ରୂପେ ଆଲେକଜାଣ୍ଡାରଙ୍କୁ ଚୟନ କରାଯାଇଥିଲା। ଏହା ପୂର୍ବରୁ ସେ ରାଜ୍ୟ ସଂଯୋଜକ ଥିବାବେଳେ ଯୁବମୋର୍ଚ୍ଚାର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ହେଲେ ଯାଜପୁରରେ ସରକାରୀ ଦଳ ବିରୋଧରେ ମାଳ ମାଳ ଦୁର୍ନୀତିର ଅଭିଯୋଗ ଥିଲେ ମଧ୍ୟ ଯୁବମୋର୍ଚ୍ଚା ଏହାକୁ ଠିକଣା ଢଙ୍ଗରେ ବିରୋଧ କରି ପାରି ନାହିଁ ା କିଛି ହାତଗଣତି କାର୍ଯ୍ୟକ୍ରମକୁ ବାଦ୍‌ ଦେଲେ ସେତେଟା ପ୍ରଭାବୀ ପ୍ରଦର୍ଶନ ହୋଇ ପାରି ନ ଥିବାରୁ ଭାଜପା ଉପରେ ଲୋକେ ଆସ୍ଥାଭାଜନ ହୋଇ ପାରୁନାହାନ୍ତି। ଯୁବମୋର୍ଚ୍ଚା ସଭାପତିଙ୍କୁ ନ ଡାକି ଶତାଧିକ କର୍ମକର୍ତ୍ତା ଏକାଠି ହେବା ଜିଲା ଭାଜପାରେ ସବୁକିଛି ଠିକ ଚାଲି ନାହିଁ ବୋଲି ପ୍ରମାଣିତ କରୁଛି । କିଛି ଠିକ୍‌ ଚାଲି ନାହିଁ ବୋଲି ପ୍ରମାଣିତ କରିବା ସହ ଦଳ ଦୁର୍ବଳତାକୁ ପଦାରେ ପକାଇବାକୁ ଏବେ ଚେଷ୍ଟା କରାଯାଇଛି। ଯୁବମୋର୍ଚ୍ଚାର ଉପସଭାପତି ରବୀନ୍ଦ୍ର ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ସଂଯୋଜକ ଅଯୋଧ୍ୟା ଜେନା, କୈଳାଶ ବିଶ୍ୱାଳ, ଉପସଭାପତି ଦୀପକ ସାମଲ, ବିବେକ ଗନ୍ତାୟତ, ଦିଲ୍ଲୀପ ରାଉତ, ଜିତେନ୍ଦ୍ର ବେହେରା, ପ୍ରିତିରଞ୍ଜନ ଦାସ, ବାଦଲ ଜେନା, ରଞ୍ଜିତ (ବାବୁନି) ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡାରଙ୍କୁ ପଚାରିବାରେ ସେ କହିଛନ୍ତି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ସାରା ଭାରତବର୍ଷରେ ସାଂଗଠନିକ ପରିବର୍ତ୍ତନ ହେଉଛି। ତେଣୁ ଜିଲାରେ ମଧ୍ୟ ତାହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri