ଯାଜପୁରରେ ଚାଞ୍ଚଲ୍ୟ: କଟା ମୁଣ୍ଡ ଧରି ବୁଲୁଥିବାବେଳେ ଯୁବକଙ୍କୁ ଧରିଲା ପୋଲିସ

କଳିଙ୍ଗନଗର, ୧୫।୭ (ଡି.ଏନ୍‌.ଏ.)-ଯାଜପୁର ଜିଲା ଯାଜପୁରରୋଡ ଥାନା ଦାନଗଦି ଫାଣ୍ଡି ଅଧୀନ ଛତରା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଛତରା ଗ୍ରାମର ଯୁବକ କାର୍ତ୍ତିକ କେରେଇ(୨୪) ଏକ ଟାଙ୍ଗିଆରେ ସେହି ଗ୍ରାମର ଜଣେ ବୃଦ୍ଧା ନନ୍ଦିନୀ ପୂର୍ତ୍ତି (୬୦)ଙ୍କ ମୁଣ୍ଡ କାଟି ହତ୍ୟା କରିଛନ୍ତି। ଏହାପରେ କଟାମୁଣ୍ଡ ଧରି ରାସ୍ତାରେ ବୁଲୁଥିବା ସମୟରେ ଡୁବୁରୀ ନିକଟରୁ ଦାନଗଦି ଫାଣ୍ଡି ପୋଲିସ ତାଙ୍କୁ କାବୁ କରିଛି। ଏହି ଘଟଣା ଜିଲା ସାରା ଚହଳ ପକାଇଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ ଏ ନେଇ କୌଣସି ମାମଲା ରୁଜୁ ହୋଇନାହିଁ।
ପ୍ରକାଶ ଯେ, ନନ୍ଦିନୀ ଝଡ଼ାଫୁଙ୍କା ଜାଣିଥିବା ବେଳେ ଗୁଣିଗାରେଡ଼ି ଶିଖିଥିବା ଲୋକେ ସନ୍ଦେହ କରୁଥିଲେ। ସପ୍ତାହେ ତଳେ କାର୍ତ୍ତିକଙ୍କ ଏକ ଗାଈ ନନ୍ଦିନୀଙ୍କ ବାଡିରେ ପଶି ଯାଇଥିଲା। ଏ ନେଇ କାର୍ତ୍ତିକ ଓ ନନ୍ଦିନୀଙ୍କ ପରିବାର ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। କିଛିଦିନ ପରେ କାର୍ତ୍ତିକଙ୍କ ଦାଦାପୁଅ ସନାତନଙ୍କୁ ଜ୍ୱର ହୋଇଥିଲା। ଜ୍ୱର ଠିକ୍‌ କରିବାକୁ ପରିବାର ଲୋକେ ତାଙ୍କୁ ନନ୍ଦିନୀଙ୍କ ପାଖକୁ ନେଇଥିଲେ। ଏହି ସମୟରେ ସନାତନ ଆଉ ବଞ୍ଚିବେ ନାହିଁ ବୋଲି ନନ୍ଦିନୀ କହିଥିଲେ। ଏହାପରେ ପରିବାର ଲୋକେ ସନାତନଙ୍କୁ ଦାନଗଦି ଓ ଯାଜପୁର ସଦର ଡାକ୍ତରଖାନାକୁ ନେଇଯାଇଥିଲେ। ବୁଧବାର ଅପରାହ୍ନ ୪ଟା ସମୟରେ ସନାତନଙ୍କୁ ଘରକୁ ଫେରାଇ ଆଣୁଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। କାର୍ତ୍ତିକ ଏଥିରେ ପ୍ରତିଶୋଧପରାୟଣ ହୋଇ ନନ୍ଦିନୀଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ଏ ନେଇ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ କହିଛନ୍ତି, ଅଭିଯୁକ୍ତ କାର୍ତ୍ତିକଙ୍କୁ ଅଟକ ରଖି ଅଧିକ ପଚରାଉଚୁରା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri