ବାଲେଶ୍ୱର ଅଫିସ/ରସାଳପୁର, ୧।୯(ଡି.ଏନ.ଏ.)-ଶିକ୍ଷାନୁଷ୍ଠାନରେ ର଼୍ୟାଗିଂ ଘଟଣାକୁ ନେଇ ଦୁଇ ଛାତ୍ରଗୋଷ୍ଠୀ ମୁହଁାମୁହିଁ ହେବା ଏବଂ ଜୁନିୟର ଛାତ୍ରମାନେ ପ୍ରତିଶୋଧ ପରାୟଣ ହୋଇ ଜଣେ ସିନିୟର ଛାତ୍ରଙ୍କୁ ପୋଖରୀରେ ବୁଡାଇ ମାଡ ମାରୁଥିବା ଘଟଣା ପଦାକୁ ଆସିଛି। ଏ ସଂକ୍ରାନ୍ତ ଏକ ଭିଡିଓ ଭାଇରାଲ ହୋଇଛି। ବାଲେଶ୍ୱର ଜିଲା ବାହାନଗା ବ୍ଲକ ରସାଳପୁରସ୍ଥିତ ଯଦୁନାଥ ଡିଗ୍ରୀ ମହାବିଦ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡିବା ସତ୍ତ୍ୱେ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଛାତ୍ରୀଛାତ୍ରମାନେ ଶନିବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତ କରି ଦସ୍ତଖତ ସମ୍ବଳିତ ଅଭିଯୋଗ କରିଛନ୍ତି। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେମାନେ ଦାବି କରିଛନ୍ତି। ଜିଲାପାଳ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳଙ୍କୁ ପଚାରିବାରୁ ‘ଅଭିଯୋଗ ମିଳିଛି ଏବଂ ତଦନ୍ତ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି’।
ଶିକ୍ଷାନୁଷ୍ଠାନରେ ର଼୍ୟାଗିଂ ବନ୍ଦ ଲାଗି କଟକଣା ସତ୍ତ୍ୱେ ଏହି କଲେଜରେ ର଼୍ୟାଗିଂ ହେବା ଯୋଗୁ ଯୁକ୍ତ ୨ ଶ୍ରେଣୀର ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ନେଇ ବାଦବିବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯୁକ୍ତ ୩ର ଛାତ୍ରମାନେ ଯୁକ୍ତ୨ ଛାତ୍ରମାନଙ୍କୁ ବାରମ୍ବାର ହଇରାଣ ହରକତ କରୁଥିବାରୁ ଏକ ଛାତ୍ରଗୋଷ୍ଠୀ ସେମାନଙ୍କୁ ବିରୋଧ କରୁଥିଲେ। ଗତ ଗୁରୁବାର କଲେଜ କ୍ୟାମ୍ପସ୍ରେ ଥିବା ପୋଖରୀ ନିକଟରେ ଜଣେ ଯୁକ୍ତ ୩ ଛାତ୍ରକୁ ଏକୁଟିଆ ପାଇ ଯୁକ୍ତ୨ର ୫ରୁ ୬ ଜଣ ଛାତ୍ର୍ର ରାଗିଂର କାରଣ ପଚାରିବାରୁ ଗଣ୍ଡଗୋଳ ଘଟିଥିଲା। ଏହି ସମୟରେ ଯୁକ୍ତ ୩ ଛାତ୍ରଜଣକ ପୋଖରୀରେ ପଡ଼ିଯାଇଥିଲେ ମଧ୍ୟ ଯୁକ୍ତ ୨ର ଛାତ୍ରମାନେ ତାଙ୍କୁ ଛାଡ଼ି ନ ଥିଲେ। ଖବରପାଇ ଅନ୍ୟ ଛାତ୍ରୀଛାତ୍ର, ଅଧ୍ୟାପକ ପହଞ୍ଚତ୍ୟିବାରୁ ସେମାନେ ପଳାଇ ଯାଇଥିଲେ। ଆକ୍ରମଣର ଶିକାର ହୋଇଥିବା ଛାତ୍ରଜଣକ ପରେ ସଦର ଥାନାକୁ ଯାଇ ଏନେଇ ଲିଖିତ ଅଭିଯୋଗ କରିଥିଲେ। କଲେଜ କର୍ତ୍ତୃପକ୍ଷ କୌଣସି ଅଭିଯୋଗ କରି ନ ଥିବାରୁ ତାଙ୍କ ଏତଲା ଗ୍ରହଣ କରାଯାଇ ନ ଥିବା ଛାତ୍ର ଜଣକ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେହି ଗଣ୍ଡଗୋଳ ଘଟଣାର ଦୃଶ୍ୟ ରେକର୍ଡିଂ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି।
ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ
ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...
କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ
ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...
ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ
ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...
କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…
ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...
ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ
ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...
ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼
ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...
ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…
ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...
ଭାଇରାଲ ହେଉଛି ସେଜଲଙ୍କ ମା’ଙ୍କ ହାତଲେଖା ଚିଠି, ଏଥିରେ ଲେଖିଛନ୍ତି ସବୁଠୁ ବଡ଼ ଦୁଃଖ ସମୟରେ ମୁଁ ତୁମ…
ବାଲେଶ୍ୱର,୧ା୧୨: ସାମ୍ନାକୁ ଆସିଛି ସେଜଲଙ୍କ ପାଳିତ ମା’ଙ୍କ ଆବେଗଭରା ଚିଠି। ଏଥିରେ ସେ ଲେଖିଛନ୍ତି, ତୁମେ ଚାଲିଯାଉଥିବାରୁ ମୋ ହୃଦୟ କଷ୍ଟ ଓ ଯନ୍ତ୍ରଣାରେ ଭରିଯାଉଛି।...
Archives


