Categories: ବାଣିଜ୍ୟ

ମ୍ୟୁଚୁଆଲ ଫଣ୍ଡ ବଜାର ବେହାଲ

ମୁମ୍ବାଇ,୨୫।୪: କୋଭିଡ୍‌-୧୯ ଯୋଗୁ ମ୍ୟୁଚୁଆଲ ଫଣ୍ଡ ଶିଳ୍ପ ବଜାର ଗଭୀର ଭାବେ କ୍ଷତିଗ୍ରସ୍ତ ହେଉଥିବା ନଜରକୁ ଆସିଛି। ଫଳରେ ଏହାର ପ୍ରଭାବ ନିବେଶକଙ୍କ ଉପରେ ସିଧାସଳଖ ପଡ଼ିଛି। ଏଭଳି ସମସ୍ୟା ଲାଗି ପ୍ରମୁଖ କମ୍ପାନୀ ଫ୍ରାଙ୍କ୍‌ଲିନ ଟେମ୍ପଲଟନ ମ୍ୟୁଚୁଆଲ ଫଣ୍ଡ ଏହାର ୬ ଡେଟ୍‌ ସ୍କିମକୁ ବନ୍ଦ କରିଦେଇଛି। ପୁଞ୍ଜିବଜାର କାରବାରକୁ କ୍ଷତିଗ୍ରସ୍ତ କରିବା ପରେ ଏବେ କରୋନାର ମାଡ଼ ମ୍ୟୁଚୁଆଲ ଫଣ୍ଡ ବଜାର ଉପରେ ପଡିଛି। ଫଳରେ ଫ୍ରାଙ୍କ୍‌ଲିନ ଟେମ୍ପଲଟନକୁ ଏହା ୬ କ୍ରେଡିଟ ସ୍କିମ୍‌ ବନ୍ଦ କରିବାକୁ ପଡିଛି। ମହାମାରୀ ପ୍ରଭାବ ଯୋଗୁ କାରବାର ଉପରେ ଚାପ, ବଣ୍ଡ ବଜାରରେ ଲିକ୍ୱିଡିଟି ସମସ୍ୟା ଆସିବା ଯୋଗୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀର ଏଭଳି ନିଷ୍ପତ୍ତି ଏହାର ନିବେଶକଙ୍କ ସହ ଅନ୍ୟ ବଜାର ନିବେଶକଙ୍କୁ ମଧ୍ୟ ଚିନ୍ତାଗ୍ରସ୍ତ କରିଛି। ନିବେଶ ଉପରେ କମ୍ପାନୀ ନିବେଶକଙ୍କୁ ଅର୍ଥ ଫେରସ୍ତ କରିଦେବ। ହେଲେ ଏଥିପାଇଁ କିଛି ସମୟ ଲାଗିପାରେ।

Share