ମ୍ୟାଲେରିଆ, ଡେଙ୍ଗୁ, ମସ୍ତିଷ୍କ ଜ୍ୱର ସଚେତନତା ଅଭିଯାନ: ୩ ମାସରେ ରୋଗମୁକ୍ତ ସହର ଲକ୍ଷ୍ୟ

ବ୍ରହ୍ମପୁର ଅଫିସ,୩୦ା୬-ବ୍ରହ୍ମପୁର ମହାନଗର ନିଗମ(ବିଏମସି) ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ମସ୍ତିଷ୍କ ଜ୍ୱର ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ା ଦୁଇଟି ପର୍ଯ୍ୟାୟରେ ୩ ମାସ ଧରି ପ୍ରତ୍ୟେକ ୱାର୍ଡରେ ଶୋଭାଯାତ୍ରା, ସଚେତନାମୂଳକ ପ୍ରଚାରପତ୍ର, ସମୁହ ସଫେଇ ଆଦି କରାଯିବ। ଏ ନେଇ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ (ଏନ୍‌ୟୁଏଚଏମ୍‌) ପକ୍ଷରୁ ଶନିବାର ଏକ ସ୍ବତନ୍ତ୍ର ବୈଠକ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ା
ଡେପୁଟି କମିଶନର ସୌରୀନ୍ଦ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମଓ)ଡା. ବିଜୟ କୁମାର ପାଣିଗ୍ରାହୀ, ଅତିରିକ୍ତ ଜିଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଲଲାଟେନ୍ଦୁ ଦାଶ, ନଗର ସ୍ବାସ୍ଥ୍ୟଧିକାରୀ ଡ. ପ୍ରକାଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ା ଆସନ୍ତା ୨ ତାରିଖରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ପକ୍ଷ ପାଳନ କରାଯିବ। ଏଥିରେ ଡାଇରିଆର କାରଣ, ନିରାକରଣ ଓ ପ୍ରତିକାର ନେଇ ସମସ୍ତ ୱାର୍ଡରେ ସଚେତନ କରାଯିବ ା ସେହିପରି ଜୁଲାଇ ୧୭ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ମ୍ୟାଲେରିଆ, ଡେଙ୍ଗୁ, ମସ୍ତିସ୍କ ଜ୍ୱର ସଚେତନତା ଓ ନିରାକରଣ ଅଭିଯାନ ଚାଲିବ ା ୨ ପର୍ଯ୍ୟାୟରେ ସହରର ସମସ୍ତ ୪୦ ୱାର୍ଡରେ ଗୋଷ୍ଠୀସ୍ତରୀୟ ହାତଧୁଆର ଉପକାରିତା, ବ୍ୟକ୍ତିଗତ ତଥା ପାରିପାର୍ଶ୍ୱିକ ପରିଚ୍ଛନ୍ନତା, ଜଳ ଉତ୍ସଗୁଡିକର ବିଶୁଦ୍ଧିକରଣ, ମଶାରୀ ବ୍ୟବହାର, ବାହ୍ୟମଳତ୍ୟାଗ ରୋକିବା ଦିଗରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ା ପୋଷ୍ଟର, ଶୋଭାଯାତ୍ରା, ସଫେଇ ଅଭିଯାନ ସହ ମଶା ବଂଶବୃଦ୍ଧି ରୋକିବା ଦିଗରେ ସ୍ବତନ୍ତ୍ର ଅଭିଯାନ ହେବ ବୋଲି ସିଡିଏମଓ ସୂଚନା ଦେଇଛନ୍ତି। ଗତ ଦୁଇବର୍ଷ ହେଲା ଏଭଳି କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ବ୍ରହ୍ମପୁର ସହର ସମ୍ପୂର୍ଣ୍ଣ ରୂପେ ସଫଳତା ହାସଲ କରିପାରିନି। ତେଣୁ ଚଳିତବର୍ଷର କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଅସ୍ବାସ୍ଥ୍ୟକର ପରିବେଶ ରୋଗର ମୁଖ୍ୟ କାରଣ। ତେଣୁ ପ୍ରତ୍ୟେକ ଅଞ୍ଚଳରେ ପରିବେଶ ସ୍ବଚ୍ଛ ରଖିବା ନିମନ୍ତେ ସହରବାସୀଙ୍କୁ ସଚେତନ କରିବା ଦିଗରେ କାର୍ଯ୍ୟ କରିବାକୁ ଡେପୁଟି କମିଶନର ରାଉତରାୟ ପରାମର୍ଶ ଦେଇଥିଲେ ା ସହରର ୧୭୦ ମହିଳା ଆରୋଗ୍ୟ ସମିତି, ୧୯୬ ଅଙ୍ଗନୱାଡି ସେଣ୍ଟର ସମେତ ବିଦ୍ୟାଳୟ ଓ ସମସ୍ତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଚାଲିବ। ସହରର ୩୭ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ଆଶା, ଅଙ୍ଗନୱାଡି କର୍ମୀ ନିୟୋଜିତ ହେବେ। ସ୍ବାସ୍ଥ୍ୟ ପରିଦର୍ଶକ, ସହରାଞ୍ଚଳ ମ୍ୟାଲେରିଆ ସ୍ବାସ୍ଥ୍ୟ ପରିଦର୍ଶକ, ସ୍ବାସ୍ଥ୍ୟ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅଧିକାରୀ ଏହାର ତଦାରଖ କରିବେ ବୋଲି କୁହାଯାଇଥିଲା ା ଏନୟୁଏଚଏମର ସିଟି ପ୍ରୋଗ୍ରାମ ମ୍ୟାନେଜର ଲମ୍ବୋଦର ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୭ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ, ସିଡିପିଓ ୧ ଓ ୨ ଏବଂ ଏନୟୁଏଚଏମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri