ମୌଳିକ ସୁବିଧାରୁ ବଞ୍ଚିତ ୭ ଭୂମିହୀନ ପରିବାର

ବନ୍ତ, ୨୨।୪ (ସ୍ବ.ପ୍ର.) – ଜମିପଟ୍ଟା ଥାଇ ମଧ୍ୟ ଜାଗା ଚିହ୍ନଟ ହୋଇପାରୁ ନ ଥିବାରୁ ଘର କରିପାରୁନାହାନ୍ତି ୭ ଭୂମିହୀନ ପରିବାର। ଏଥିସହ ସେମାନଙ୍କୁ ମୌଳିକ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ଫଳରେ ସେମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ବିଭିନ୍ନ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି। ଏ ଦିଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି।
ଉଲ୍ଲେଖନୀୟ ଯେ, ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ୨୦୦୮ରେ ଏହି ଭୂମିହୀନ ପରିବାରକୁ ମାଗଣାରେ ଜମିପଟ୍ଟା ଯୋଗାଇ ଦିଆଯାଇଥିଲା। ବନ୍ତ ତହସିଲ ଅଧୀନ ଆଡ଼ିଆ ପଞ୍ଚାୟତ ଓଲଡାଙ୍ଗ ଗ୍ରାମର ମାନତ୍ରୀ ମାଝି, ସଲପି ହାଁସଦା, ସୀତା ମାରାଣ୍ଡି, କୁନି ମାଝି, ସୁଦାମ ମାରାଣ୍ଡି, ରାମ ମାଝି, ଚମ୍ପା ମାଝି ପ୍ରତ୍ୟେକଙ୍କୁ ତତ୍କାଳୀନ ତହସିଲଦାର ୪ ଡିସିମିଲ ଲେଖାଏ ଘରଡିହ ପଟ୍ଟା ପ୍ରଦାନ କରିଥିଲେ। ହେଲେ ଏହାମଧ୍ୟରେ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଜାଗା ଚିହ୍ନଟ ହୋଇପାରି ନାହିଁ। ଉକ୍ତ ଜାଗା ଦଖଲରେ ନ ଥାଇ ମଧ୍ୟ ସେବେଠାରୁ ପ୍ରତିବର୍ଷ ସେମାନେ ଏହି ଜାଗାର ଭୂମିକର ଓ ଖଜଣା ପାଉତି ରାଜସ୍ବ ବିଭାଗକୁ ପୈଠ କରୁଛନ୍ତି। କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅନ୍ତର୍ଗତ ବୀଣାପାଟିଆ ଅଞ୍ଚଳରୁ ଆସିଥିବା ଏହି ୭ ପରିବାର ୨୦ ବର୍ଷ ପୂର୍ବରୁ ବନ୍ତ ତହସିଲ ଓଲଡାଙ୍ଗ ମୌଜାର ଏକ ସରକାରୀ ଜମିରେ ବସତି ସ୍ଥାପନ କରିଥିଲେ। ସମସ୍ତ ପରିବାର ଭୂମିହୀନ ହୋଇଥିବାରୁ ବାରମ୍ବାର ଆବେଦନ ପରେ ତାଙ୍କୁ ଆଡ଼ିଆ ମୌଜାରେ ଏହି ଘରଡିହ ପଟ୍ଟା ମିଳିଥିଲା। ପଟ୍ଟା ପାଇବାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ମିଳିଥିବା ପ୍ଲଟ କେଉଁ ଜାଗାରେ ରହିଛି ତାହା ଦଖଲ କି ବେଦଖଲରେ ଅଛି ସେମାନଙ୍କୁ ଜଣା ନ ଥିବା ପ୍ରକାଶ କରିଛନ୍ତି। ବିଲ ମଝିରେ ଥିବା ସେହି ବସତିରେ ଏବେ ୯ ପରିବାରର ୫୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ଦୁର୍ଘଟଣା ବେଳେ ଦମକଳ କିମ୍ବା ଆମ୍ବୁଲାନ୍ସ ଯିବା ତ ଦୂରର କଥା ପାଦଚଲା ରାସ୍ତାଟିଏ ମଧ୍ୟ ନାହିଁ। ପଟ୍ଟାଭୁକ୍ତ ଜାଗା ହୋଇ ନ ଥିବାରୁ ରାସ୍ତା, ବିଜୁଳି, ଘର ଓ ସ୍ବଚ୍ଛ ଭାରତ ମିଶନରେ ଶୌଚାଳୟ ଆଦି ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଏହି ଆଦିବାସୀ ପରିବାର।
ଜମି ପଟ୍ଟା ପାଇବା ପରେ କେତେ ଯେ ତହସିଲଦାର ବଦଳି ଗଲେଣି ହେଲେ କେହି ଆମ ଗୁହାରି ଶୁଣୁନାହାନ୍ତି ବୋଲି କହିଛନ୍ତି ଗୋପୀନାଥ ମାଝି। ଭୂମିହୀନ ସଲପି ହଁାସଦା ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ବର୍ଷାଦିନେ ପାଣିଘେରରେ ରହୁଛୁ। ବସ୍ତିକୁ ରାସ୍ତା ନାହିଁ। ଆମ ପିଲାଛୁଆ ପାଠ ପଢିବାକୁ ଯାଇପାରୁ ନାହାନ୍ତି। ରୋଗରେ ପଡ଼ିଲେ ଡାକ୍ତରଖାନା ଯିବାକୁ ହେଲେ ରୋଗୀକୁ କାନ୍ଧରେ ବୋହି ମୁଖ୍ୟ ରାସ୍ତାକୁ ନେବାକୁ ପଡ଼େ ବୋଲି ଆଉଜଣେ ଭୂମିହୀନ ଶଙ୍କର ମାରାଣ୍ଡି କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀଙ୍କୁ ପଚାରିବାରୁ ଅଫିସରେ ରେକର୍ଡ ଅନୁଧ୍ୟାନ ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଏ ସମ୍ପର୍କରେ ଅନୁରୂପ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri