Categories: ଜାତୀୟ

ମୌର୍ଯ୍ୟ ହୋଟେଲରେ ଟ୍ରମ୍ପ୍‌ଙ୍କ ରହଣୀ: ଗୋଟିଏ ରାତିର ରୁମ୍‌ ଭଡ଼ା ୮ ଲକ୍ଷ

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ତାଙ୍କ ଭାରତ ଗସ୍ତକୁ ସ୍ମୃତି ବହୁଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି। ଟ୍ରମ୍ପ୍‌ ଦିଲ୍ଲୀର ମୌର୍ଯ୍ୟ ହୋଟେଲରେ ରହିବେ। ଏଠାରେ ଗୋଟିଏ ରାତି ପାଇଁ ରୁମ୍‌ ଭଡ଼ା ୮ ଲକ୍ଷ ଟଙ୍କା ରହିଛି। ଏହି ହୋଟେଲର ପ୍ରେସଡେନ୍ସିଆଲ ଫ୍ଲୋରର ଚାଣକ୍ୟ ସୁଟ୍‌ରେ ଟ୍ରମ୍ପ୍‌ ରହିବେ। ମୌର୍ଯ୍ୟ ହୋଟେଲର ପ୍ରେସଡେନ୍ସିଆଲ ଫ୍ଲୋରରେ ଏହା ପୂର୍ବରୁ ରାଜା ଅବଦୁଲା, ରୁଷିଆ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌, ବ୍ରୁନେଇ ସୁଲତାନ, ଟୋନୀ ବ୍ଲେୟାର, ଦଲାଇ ଲାମାଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ରହି ସାରିଛନ୍ତି।

Share