ମୋରାଟୋରିୟମ ଅବଧି ବଢୁ

କୋଭିଡ୍‌-୧୯ ଅତର୍କିତ ଭାବେ ସାରା ବିଶ୍ୱରେ ଏହାର କାୟା ବିସ୍ତାର କରି ଚାଲିଛି। ଭାରତରେ ଲକ୍‌ଡାଉନ ବଢ଼ି ଚାଲିଥିବା ବେଳେ କଟକଣା ସମ୍ପୂର୍ଣ୍ଣ କୋହଳ ହୋଇ ନ ଥିବାରୁ କାରବାର ସ୍ବାଭାବିକ ହୋଇପାରୁନାହିଁ। ଏହା ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। କାରବାର ଆଗକୁ ସ୍ବାଭାବିକ ହେବା ମଧ୍ୟ ଚିନ୍ତାର ବିଷୟ। କାରଣ କରୋନା ମାମଲା ବଢ଼ିଚାଲିଛି। ଲୋକମାନେ ଭୟଭୀତ ଥିବା ଯୋଗୁ ବଜାରକୁ ଆସିବାକୁ ଇଚ୍ଛା କରୁ ନାହାନ୍ତି। ବ୍ୟବସାୟ ପ୍ରତିଷ୍ଠାନ ଏବଂ ଏମ୍‌ଏସ୍‌ଏମ୍‌ଇ ବର୍ତ୍ତମାନ ଗଭୀର କ୍ଷତି ସହୁଛନ୍ତି। ସରକାର ଏମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇଦେବା ଆବଶ୍ୟକ ବୋଲି ଅଂଶୀଦାର କହିଛନ୍ତି। ମୋରାଟୋରିୟମ ସମୟ ବୃଦ୍ଧି, ସୁଧରେ ରିହାତି ଭଳି ପ୍ରମୁଖ ପ୍ରସଙ୍ଗରେ ସରକାର ସହାୟତା ଯୋଗାଇଦେବା ଉପରେ ଦାବି ହୋଇ ଆସୁଛି। ଏହି ପ୍ରସଙ୍ଗରେ ବ୍ୟକ୍ତିବିଶେଷଙ୍କ ପ୍ରତିକ୍ରିୟା…

– କଷ୍ଟମର ଫ୍ଲୋ ଏବେ ବହୁତ କମ୍‌ ରହିଛି। ଲୋକଙ୍କ ନିକଟରେ ନଗଦ ଅର୍ଥ କମିଛି। ଯଦି ଅର୍ଥ ରହୁଛି ଚ୍ୟାଲେଞ୍ଜିଂ ସମୟ ରହିଥିବାରୁ ଲୋକମାନେ ତାହା ଖର୍ଚ୍ଚ ନ କରି ନିଜ ପାଖରେ ରଖୁଛନ୍ତି। ଆବଶ୍ୟକ ସାମଗ୍ରୀ କିଣାକିଣି ଉପରେ ଗ୍ରାହକ ବିଚାର କରୁଛନ୍ତି। ଓ୍ବାର୍କଶପରେ ଫ୍ରି ସର୍ଭିସ ଗ୍ରାହକମାନେ ଅଧିକ ଆସୁଛନ୍ତି। ଦୀର୍ଘମିଆଦୀ ବିଚାର କଲେ ବଜାର ୬ ମାସ ଯାଏ ପ୍ରଭାବିତ ରହିବା ନେଇ ଅନୁମାନ। ଆମକୁ ‘ଆର୍ଟ ଅଫ୍‌ ଲିଭିଂ ଓ୍ବିଥ୍‌ କରୋନା’ ସହ ବଞ୍ଚିବାକୁ ହେବ। ନିରାପତ୍ତା ସହ ଅର୍ଥ ବ୍ୟବସ୍ଥାକୁ ଖୋଲିବାକୁ ହେବ। ଶୋ’ରୁମ୍‌ରେ କର୍ମଚାରୀ ଏବଂ ଗ୍ରାହକଙ୍କ ଲାଗି ବିହିତ ପଦକ୍ଷେପ ନିଆଯାଇଛି। ଶୋ’ରୁମ୍‌ରେ ସାମାଜିକ ଦୂରତ୍ୱ ନିୟମ, ସାନିଟାଇଜେଶନ, ପ୍ରତି ୨ ଘଣ୍ଟାରେ ପ୍ରତିଷେଧ ବ୍ୟବସ୍ଥା, କମ୍‌ ସଂଖ୍ୟକ କର୍ମଚାରୀଙ୍କ ଦ୍ୱାରା ସେବା ଯୋଗାଣ ହେଉଛି। ବିଜ୍‌ନେସ ଚ୍ୟାଲେଞ୍ଜିଂ ରହିଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ଲୋଡ଼ା ପଡୁଛି। ଟିକସ ଉପରେ ପଦକ୍ଷେପ ନେବା ଉଚିତ। କୋଭିଡ୍‌-୧୯ ବିରୋଧରେ କେବଳ ସରକାର ନୁହେଁ, ସମସ୍ତଙ୍କୁ ମିଳିତଭାବେ ଲଢ଼ିବାକୁ ହେବ।
– ପ୍ରଦୀପ ଅଗ୍ରଓ୍ବାଲ, ଏମ୍‌ଡି, ଜେଏମ୍‌ଜି ହିରୋ

-ସରକାରୀ ନିୟମ ମୁତାବକ ଆମର ୨ଟି ଶୋ’ରୁମ୍‌ ଖୋଲିଛି। କୋଭିଡ୍‌-୧୯ ବନ୍ଦ ହେଲା ପରେ ଯାଇ ବଜାର ବିଷୟରେ କିଛି କହି ହେବ। ମାତ୍ର ବର୍ତ୍ତମାନ ବଜାର କିଛି ସମୟ ଖୋଲା କିଛି ସମୟ ବନ୍ଦ ରହିଥିବାରୁ ମାର୍କେଟ ସମ୍ପୂର୍ଣ୍ଣ କ୍ରାସ୍‌ କରିଯାଇଛି। ପୂର୍ବର କାରବାର କଥା ବିଚାରକଲେ ବର୍ତ୍ତମାନ ଶୋ’ରୁମ୍‌କୁ ୫% ମଧ୍ୟ ଲୋକ ଆସୁନାହାନ୍ତି। ଲଗାତର କ୍ଷତି ସହିବାକୁ ପଡୁଛି। କ୍ଷତି ସତ୍ତ୍ୱେ ମଧ୍ୟ ଶୋ’ରୁମ୍‌ ଖୋଲିବାକୁ ପଡୁଛି। ବିଜ୍‌ନେସ୍‌ ଆଶା ମୁତାବକ ହେଉନାହିଁ। କଷ୍ଟମର ଆସୁନାହାନ୍ତି। ଲୋକଙ୍କ ମନରେ ଭୟ ରହିଛି। ସର୍ଭିସକୁ ବିଚାରକଲେ ୧୦% କ୍ଷମତା ସହ ଚାଲୁଛି। ଲକ୍‌ଡାଉନ ପୂରା ନ ଗଲାଯାଏ ବାଣିଜ୍ୟ ସାମ୍ନାରେ ଅନେକ ସମସ୍ୟା ରହିବ। କଟକଣା ଅଧା ରଖିବା ଅଧା ଖୋଲା କରିବା ଦ୍ୱାରା ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି। ଯଦି ବଜାର ବନ୍ଦ କରିବା କଥା ସମ୍ପୂର୍ଣ୍ଣ ବନ୍ଦ ହେଉ। ଖୋଲା କରିବା କଥା ହେଲେ କଟକଣା ଉଠିଲେ କାରବାରକୁ ଅନୁମତି ଦେବା ଆବଶ୍ୟକ।
– ରାଜନ ଗୁଗ୍‌ନାନି, ଏମ୍‌ଡି, ଗୁଗ୍‌ନାନି ମୋଟର୍ସ
-କଷ୍ଟମର ଡର ରହୁଥିବାରୁ ଅତି ଜରୁରୀ କ୍ଷେତ୍ରରେ କିଣାକିଣି କରୁଛନ୍ତି। ଅଳ୍ପ ଲୋକଙ୍କୁ ନେଇ ହେଉଥିବା କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଲୋକମାନେ କ୍ରୟ କରୁଛନ୍ତି। ବର୍ତ୍ତମାନ କଟକ ଏବଂ ତାଳଚେର ଷ୍ଟୋରକୁ ଖୋଲାଯାଇଛି। କଟକ ଷ୍ଟୋର ସନ୍ଧ୍ୟା ୬ଟା ଯାଏ, ତାଳଚେର ଷ୍ଟୋର ଦିନ ୨ଟା ଯାଏ ଖୋଲୁଛି। ବ୍ୟବସାୟ ଏବେ କ୍ଷତିଗ୍ରସ୍ତ ସ୍ଥିତିରେ ରହିଲେ ମଧ୍ୟ ତା’ ଭିତରେ ଆଗକୁ ବଢ଼ିବାକୁ ପଡିବ। ସରକାର ଯଦି ବ୍ୟାଙ୍କ ସୁଧହାର ଉପରେ ରିହାତି ଦିଅନ୍ତେ ଭଲ ହୁଅନ୍ତା। ସରକାରଙ୍କ ସହାୟତା କିଛି ମିଳି ପାରିନାହିଁ। ସ୍ମଲ ସ୍କେଲ କ୍ଷେତ୍ରରେ କାମ କରୁଥିବା ସଂସ୍ଥାଗୁଡ଼ିକୁ ସହାୟତା ମିଳିଲେ ସମଗ୍ର ଚ୍ୟାନେଲ ଉପରେ ବେଶି ପ୍ରଭାବ ପଡନ୍ତା ନାହିଁ। ଫଳରେ ନିଯୁକ୍ତି ଉପରେ ଚାପ କମ୍‌ ରୁହନ୍ତା। ମୋରାଟୋରିୟମ ମିଳିଲା । ହେଲେ ଏହା ମଧ୍ୟରେ ସୁଧହାର ଉପରେ ରିହାତି ମିଳିଲାନି। ସ୍ଥିତି ସୁଧୁରି ନ ଥିବାରୁ ମୋରାଟୋରିୟମ ସମୟ ବଢ଼ିବାର ଆବଶ୍ୟକତାକୁ ସରକାର ବୁଝିବା ଉଚିତ। ଅନ୍ତତଃ ପକ୍ଷେ ୬ ମାସ ସମୟ ମିଳୁ। ଏଥିରୁ ସୁଧ ଛାଡ଼ ହେଲେ ବାଣିଜ୍ୟ ସଂସ୍ଥାଗୁଡ଼ିକ ଆଶ୍ୱସ୍ତ ହୁଅନ୍ତେ। କ୍ୟାଶ୍‌ କ୍ରେଡିଟ୍‌ ଲିମିଟ୍‌ ଉପରେ ସୁଧହାର ହ୍ରାସ, ବ୍ୟାଙ୍କଗୁଡିକ ସୁଧହାରରେ ରିହାତି ଦେବା ଉଚିତ। କେନ୍ଦ୍ରୀୟ ବ୍ୟାଙ୍କ ରେପୋ କମାଇଲେ ମଧ୍ୟ ବ୍ୟାଙ୍କ ବିଶେଷ ସୁବିଧା ଦେଉନାହାନ୍ତି। ଘର ଭଡା ନେଇ ମଧ୍ୟ ସେମିତି ଠୋସ୍‌ ପଦକ୍ଷେପ ଆସିନି। ସରକାରଙ୍କୁ ରାଜସ୍ବ ଏବଂ ନିଯୁକ୍ତି କ୍ଷେତ୍ରରେ ଯୋଗଦାନ ରଖୁଥିଲେ ମଧ୍ୟ ଏଭଳି ଖରାପ ସମୟରେ ସହାୟତା ମିଳୁନି। ଆଗାମୀ ୬ ମାସରେ ବଜାର ଟିକିଏ ସୁଧୁରିବ ବୋଲି ଆଶା। କଷ୍ଟ ସମୟରେ ଆଗକୁ ବଢ଼ିବାକୁ ହେବ। ଯଦି ସରକାର ସହାୟତା କରନ୍ତେ ତେବେ ଚାପ କମ୍‌ ରୁହନ୍ତା।
– ରବୀନ୍ଦ୍ର ଲେଙ୍କା, ଏମ୍‌ଡି, ଜୟରାମ ଲେଙ୍କା
– କରୋନା ବ୍ୟବସାୟକୁ ଗଭୀର କ୍ଷତି ପହଞ୍ଚାଇଛି। କଟକଣା କୋହଳ ହୋଇ ନ ଥିବାରୁ ଆମ ଷ୍ଟୋର ଏବେ ଯାଏ ଖୋଲାହୋଇନି। ଲୋକମାନେ ଏବେ ବଜାରକୁ ନେଇ ଭୟଭୀତ ଅଛନ୍ତି। ବଜାର ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ପରିଚାଳନା ଖର୍ଚ୍ଚ, କର୍ମଚାରୀଙ୍କ ବେତନ, ବ୍ୟାଙ୍କର ସୁଧହାର ଭଳି ଅନ୍ୟ ସବୁ ଖର୍ଚ୍ଚ ଉଠାଇବାକୁ ପଡୁଛି। ସରକାର କିଛି ଠୋସ୍‌ ଘୋଷଣା କରିନାହାନ୍ତି। ବାଣିଜ୍ୟ ତଥା ବ୍ୟବସାୟୀଙ୍କ ସ୍ଥିତି ବିଗୁଡୁଛି। ଏଭଳି ସ୍ଥିତିରେ ବଜାରକୁ ନେଇ ଆଉ କ’ଣ ଅଧିକ କହିବୁ।
– ରାଜିନ୍ଦର ସିଂ, ସ୍ବତ୍ୱାଧିକାରୀ, କଳାମନ୍ଦିର


Enter your email to get our daily news in your inbox.

All Right Reserved By Dharitri.Com

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri