Categories: ବାଣିଜ୍ୟ

ମୋରାଟୋରିୟମରେ ସାମିଲ କ୍ରେଡିଟ କାର୍ଡ ଇଏମ୍‌ଆଇ

ନୂଆଦିଲ୍ଲୀ, ୨୯। ୩: ବର୍ତ୍ତମାନ ସାରାଦେଶରେ ଏବେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ଋଣ କ୍ଷେତ୍ରରେ କିସ୍ତି ବା ଇଏମ୍‌ଆଇ ପ୍ରଦାନରେ ରିଜର୍ଭ ବ୍ୟାଙ୍କ ଆଗାମୀ ୩ ମାସ ଲାଗି କୋହଳ ବ୍ୟବସ୍ଥା କରାଯାଇଛି। ଏହା ସମସ୍ତ ପ୍ରକାରର ଟର୍ମ ଲୋନ ଉପରେ କାର୍ଯ୍ୟକାରୀ ହେବ। ଏହି ଘୋଷଣାକୁ କ୍ରେଡିଟ କାର୍ଡ ଇଏମ୍‌ଆଇ ବାଦ ଦିଆଯାଇଥିବା ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମୋରାଟୋରିୟମ ମଧ୍ୟରେ କ୍ରେଡିଟ କାର୍ଡ ଇଏମ୍‌ଆଇ ସାମିଲ ରହିଥିବା ସୂଚନା ଦିଆଯାଇଛି। ଏହା ଫଳରେ କ୍ରେଡିଟ କାର୍ଡ ଲୋନ ନେଇଥିବା ବ୍ୟକ୍ତି ବ୍ୟକ୍ତିଙ୍କୁ ଇଏମ୍‌ଆଇ କ୍ଷେତ୍ରରେ ଆଶ୍ୱସ୍ତି ମିଳିଛି। ଏହାବାଦ ସମସ୍ତ ପ୍ରକାରର ରିଟେଲ ଋଣ, କ୍ରେଡିଟ କାର୍ଡ ବକେୟା, କମ୍ପାନୀଗୁଡିକୁ ପ୍ରଦାନ କରାଯାଇଥିବା ଋଣ, କୃଷି ଋଣ ଭଳି ଅନ୍ୟ କେତେକ ଋଣକୁ ମୋରାଟୋରିୟମ ମଧ୍ୟରେ ସାମିଲ କରାଯାଇଛି। ଏହି ସମୟରେ ବକେୟା ରାଶି ଉପରେ ସୁଧ ଲାଗିବ ବୋଲି କୁହାଯାଇଛି। ସୁଧରେ କୌଣସି ପ୍ରକାରର ଛାଡ କରାଯାଇନାହିଁ।

Share