ମୋବାଇଲ ନିଶା: ବାପା ଦେବାକୁ ମନା କରିବାରୁ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ

ଖୋର୍ଦ୍ଧା ଅଫିସ,୮।୩: ଆଜିକାଲି ପିଲାଠାରୁ ବୟସ୍କ ଯାଏ ସମସ୍ତଙ୍କୁ ମୋବାଇଲ ନିଶା ଘାରିଛି। ଏପରିକି ମୋବାଇଲ ପାଇଁ ଜୀବନ ମଧ୍ୟ ହାରିବାକୁ ପଛାଉନାହାନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲା ଦଶପଲା ବ୍ଲକ ସାତପାଟନା ଗାଁରେ। ଏହି ଗାଁର ଜଣେ ନାବାଳକ ବାପାଙ୍କୁ ମୋବାଇଲ ମାଗିଥିଲେ। ବାପା ନ ଦେବାରୁ ସେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରି ଶେଷରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।