Categories: ଜାତୀୟ

ମୋବାଇଲ ନିଶାରେ ପଡିଥିବା ବ୍ୟକ୍ତିଙ୍କର ଏଠାରେ ହେବ ଚିକିତ୍ସା

ଅମୃତସର,୧୨।୭: ପଞ୍ଜାବ ଅମୃତସରରେ ଏକ ହସ୍ପିଟାଲରେ ମୋବାଇଲ ଡି-ଆଡିକଶନ ସେଣ୍ଟର ଖୋଲିଛି। ମୋବାଇଲ ନିଶାରୁ ମୁକ୍ତ କରିବା ପାଇଁ ଏହି କେନ୍ଦ୍ର ଖୋଲା ଯାଇଛି। ଏହା ରାଜ୍ୟର ପ୍ରଥମ ମହିଳା ନିଶାମୁକ୍ତି କେନ୍ଦ୍ର ବୋଲି ମଧ୍ୟ କୁହାଯାଉଛି। ଏହି ସେଣ୍ଟରେ ୭ ଜଣ ସଦସ୍ୟ ରହିବେ। ଏମାନଙ୍କ ମଧ୍ୟରେ ରହିବେ ଜଣେ ମନୋଚିକିତ୍ସକ, ୨ ଫାର୍ମାସିଷ୍ଟ, ୩ ସାମାଜିକ କାଉନସିଲର ଓ ଜଣେ ପାରିବାରିକ କାଉନସିଲର। ଯେଉଁମାନେ ମୋବାଇଲ ନିଶାରେ ପଡି ଯାଇଛନ୍ତି ଆଉ ଏଥିରୁ ବାହାରି ପାରୁ ନାହାଁନ୍ତି ସେମାନଙ୍କୁ ଏଠାରେ ଚିକିତ୍ସା କରାଯିବ। ନ୍ୟୁରୋସାଇକିଆଟ୍ରିଷ୍ଟ ଡାକ୍ତର ଜଗ ଦିପ ପାଲ ଭାଟିଆ କହିଛନ୍ତି, ଏବେ ଦେଖାଯାଇଛି ବେଶି କିଶୋର ବୟସର ପିଲାମାନେ ମୋବାଇଲ ନିଶାରେ ପଡି ଯାଉଛନ୍ତି। ଫଳରେ ଏମାନଙ୍କ ଭିତରେ ବିନାଶକାରୀ ବ୍ୟବହାର ବଢିବାରେ ଲାଗିଛି। ସମ୍ପୂର୍ଣ୍ଣ ଦିନ ଏମାନେ ମୋବାଇଲରେ ହିଁ ବିତାଇ ଦେଉଛନ୍ତି। ଫଳରେ ବାସ୍ତବିକ ଦୁନିଆ ସହ କଥା ହେବା ଭୁଲି ଯାଉଛନ୍ତି। ସେଥିପାଇଁ ଏମାନଙ୍କ ନିକଟରେ କମ୍‌ ବୟସରେ ମାନସିକ ବ୍ୟଥା ଦେଖାଯାଉଛି। ତେବେ ଏହି କେନ୍ଦ୍ର ଖୋଲିବା ପରେ ମାତାପିତାମାନେ ଏ ସମ୍ପର୍କରେ ପରାମର୍ଶ ନେଉଥିବା ଡାକ୍ତର ଭାଟିଆ କହିଛନ୍ତି।

Share