ମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ଖାତାଦେଖା ମିଛ: ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ

ଭୁବନେଶ୍ୱର, ୪।୬(ବ୍ୟୁରୋ): ବାରିପଦାସ୍ଥିତ ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ମୋବାଇଲ ଫୋନ୍‌ ଟର୍ଚ୍ଚ ଲାଇଟ୍‌ରେ ଯୁକ୍ତ୨ ଖାତାଦେଖା ଘଟଣା ମିଛ। ସେହି ଘଟଣାକୁ ଯୋଜନାବଦ୍ଧ ଭାବେ ତିଆରି କରାଯାଇଥିଲା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ସୋମବାର କହିଛନ୍ତି। ସେ କହିଛନ୍ତି ଯେ, ଉକ୍ତ କେନ୍ଦ୍ରରେ ଅଫ୍‌ଲାଇନ୍‌ ଖାତା ଦେଖା ଚାଲିଥିଲା। ସେହି ମୂଲ୍ୟାୟନ କେନ୍ଦ୍ରଟି ଇଲେକ୍ସନ ପାଇଁ ଷ୍ଟ୍ରଙ୍ଗ୍‌ରୁମ୍‌ ହେବାରୁ ଖାତା ଦେଖାକୁ ଅନ୍ୟ କୋଠାକୁ ସିଫ୍ଟ କରାଯାଇଥିଲା। ଯେଉଁଠିକୁ ସିଫ୍ଟ କରାଗଲା ସେଠାରେ ଲାଇଟ୍‌ରେ ଖାତା ଦେଖିବା ପାଇଁ ଡିଜି ସେଟ୍‌ ମଧ୍ୟ ରହିଥିଲା। ଯେଉଁଦିନ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଖାତା ଦେଖିବା କଥା ଉଠିଥିଲା ସେଦିନ ଯେତିକି ଖାତା ଦେଖାଯିବା କଥା ତାହା ସରିଯାଇଥିଲା। ହେଲେ ପରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଡକାଇ ଏକ ମିଛ ରୂପ ଦିଆଯାଇଥିଲା। କେତେଜଣ ଅଧ୍ୟାପକଙ୍କ ଆକ୍ରୋଶ ମନୋଭାବ ରଖି ଏଭଳି କରାଇଥିଲେ ବୋଲି ପରିଷଦ ଅଧ୍ୟକ୍ଷ କହିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ କେନ୍ଦ୍ରରେ ଖାତା ଦେଖା ଚାଲିଛି। ଯେଉଁ କେନ୍ଦ୍ରରେ ଟର୍ଚ୍ଚ ଲାଇଟ୍‌ରେ ଖାତା ଦେଖାଯାଉଥିବା କଥା ସାମ୍ନାକୁ ଆସିଥିଲା ସେହି କେନ୍ଦ୍ରରେ ତା’ ପରଦିନ ହିଁ ମୂଲ୍ୟାୟନ ଶେଷ ହେଲା। ତେଣୁ ତରବରିଆ ଭାବେ ଟର୍ଚ୍ଚ ଲାଇଟ୍‌ରେ ଖାତା ଦେଖିବାର କିଛି ଆବଶ୍ୟକତା ନ ଥିଲା। ଅନ୍ୟପକ୍ଷରେ ସେଠାକୁ ମୋବାଇଲ ନେବା ପାଇଁ ମଧ୍ୟ ବାରଣ ଥିଲା। ତେଣୁ କିପରି ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଖାତା ଦେଖାଗଲା ଓ ଏହି ଘଟଣାର ଭିଡିଓ ରେକର୍ଡିଂ କରାଗଲା ତାହା ନିଶ୍ଚିତ ପ୍ରଶ୍ନବାଚୀ। ଏସବୁ ଜାଣିଶୁଣି କରାଯାଇଛି। ତେବେ ଉକ୍ତ ଘଟଣାର ତଦନ୍ତ ରିପୋର୍ଟ ମିଳିଛି। ଯେଉଁ ଅଧ୍ୟାପକମାନେ ଏହି ଘଟଣା ଲିପ୍ତ ରହିଛନ୍ତି ତା’ର ଅନୁଧ୍ୟାନ ଚାଲିଛି। ଆଉ କିଛି ତଥ୍ୟର ଆବଶ୍ୟକତା ରହିଛି। ସେସବୁ ମିଳିଗଲା ପରେ ଯୋଜନା କରିଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି।
ଅନ୍ୟପକ୍ଷରେ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷଙ୍କ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଓଡ଼ିଶା ସ୍କୁଲ କଲେଜ କର୍ମଚାରୀ ମିଳିତ ସଂଘର ଆବାହକ ଗୋଲକ ନାୟକ। ସେ କହିଛନ୍ତି, ପରୀକ୍ଷାରେ ସିସି କ୍ୟାମେରା ଲଗାଯିବ ବୋଲି ମାସେ ପୂର୍ବରୁ କୁହାଗଲା। ତେଣୁ ଛାତ୍ରୀଛାତ୍ରମାନେ ଭୟରେ ପରୀକ୍ଷା ଦେଲେ। ସେହିପରି ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଧମକ ପାଇବା ପରେ ଶିକ୍ଷକମାନେ ଭୟରେ ଖାତା ଦେଖିଲେ। ତେଣୁ ଏସବୁକୁ ଚତୁରତାର ସହ ଏଡ଼ାଇଦେବା ପାଇଁ ଓ ସରକାର ନିଜ ସ୍ଥିତିକୁ ବଜାୟ ରଖିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri