ମୋବାଇଲ ଆପ୍‌ର ଶୁଭାରମ୍ଭ: ଚାଷୀଙ୍କୁ ଭଡ଼ାରେ ଟ୍ରାକ୍ଟର ଯୋଗାଇବେ ସରକାର

ନୂଆଦିଲ୍ଲୀ,୨୪-୯: କାର୍‌, ବାଇକ ଭଳି ଏଣିକି ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତିକୁ ଭଡ଼ାରେ ଆଣିହେବ। ଏଥିଲାଗି ସରକାରୀ ସ୍ତରରେ ବ୍ୟବସ୍ଥା ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ମୋବାଇଲ ଆପ୍‌ର ଶୁଭାରମ୍ଭ କରାଯାଇଛି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମଙ୍ଗଳବାର ଏହି ଆପ୍‌ର ଶୁଭାରମ୍ଭ ଘୋଷଣା କରିଛନ୍ତି।

ଆପ୍‌ର ଶୁଭାରମ୍ଭ କରି ତୋମର କହିଛନ୍ତି ଯେ, ଲୋକେ ଦୂର ସ୍ଥାନକୁ ଯିବା ଲାଗି ଯେପରି ଆପ୍‌ ଜରିଆରେ ଓଲା, ଉବର କ୍ୟାବ୍‌ ବ୍ୟବହାର କରୁଛନ୍ତି, ଅନୁରୂପ ଭାବେ ଆପ୍‌ ବ୍ୟବହାର କରି ଚାଷୀମାନେ ଟ୍ରାକ୍ଟର ଠାରୁ ଆରମ୍ଭ କରି ଚାଷ କାର୍ଯ୍ୟରେ ବ୍ୟବହୃତ ସମସ୍ତ୍ର ଯନ୍ତ୍ରପାତିକୁ ଭଡ଼ା ସୂତ୍ରରେ ନେଇହେବ। କୃଷି ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ସାରା ଦେଶରେ କଷ୍ଟମ୍‌ ହାୟାରିଂ ସେଣ୍ଟର(ସିଏଚ୍‌ସି) ଫାର୍ମ ମେସିନେରି ପ୍ରତିଷ୍ଠା କରାଯାଇଛି। ଏହି ଆପ୍‌ ବ୍ୟବହାର କରି ଚାଷୀ ନିଜ ଜମିର ୫୦ କିମି ପରିସର ମଧ୍ୟରେ ଅବସ୍ଥିତ ସିଏଚ୍‌ସି ସେଣ୍ଟରରୁ ଟ୍ରାକ୍ଟର ସମେତ ଯେକୌଣସି ଚାଷ ଉପକରଣକୁ ଭଡ଼ାରେ ନେଇପାରିବେ। ଏହି ଆପ୍‌ ୧୨ ଭାଷାରେ ଉପଲବ୍ଧ। ଏହାଦ୍ୱାରା ଚାଷ ଲାଗି ଆବଶ୍ୟକ ଦାମୀ ଚାଷ ଉପକରଣ କିଣିବାକୁ ପଡିବ ନାହିଁ। ଫଳରେ ଚାଷୀଙ୍କ ଲଗାଣ ଖର୍ଚ୍ଚ ଅନେକାଂଶରେ କମିଯିବ ଓ ସେମାନଙ୍କର ଆୟ ବଢ଼ିବ ବୋଲି ତୋମର କହିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୪୦ ହଜାର କଷ୍ଟମ ହାୟାରିଂ ସେଣ୍ଟର ଉକ୍ତ ଆପ୍‌ ସହ ନିଜକୁ ଯୋଡିଛନ୍ତି। ସେଠାରେ ୧ଲକ୍ଷ ୨୦ ହଜାର ପ୍ରକାର କୃଷି ଯନ୍ତ୍ରପାତି ଓ ଉପକରଣ ଉପଲବ୍ଧ ହେବ। ଚାଷୀ ଆପ୍‌ରେ ମେଶିନର ଫଟୋ ଦେଖି ଭଡା ଜାଣିବା ପରେ ଅର୍ଡର ଦେଇପାରିବେ। ସେହିପରି ତୋମର କୃଷି କିଷାନ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି। କୃଷି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଜିଓ ସଂଯୋଗ ହୋଇଥିବା ଫସଲ ପ୍ରଦର୍ଶନ ଏବଂ ମଞ୍ଜି ହବ୍‌ ସମ୍ପର୍କରେ ଏହି ଆପ୍‌ ମାଧ୍ୟମରେ ଚାଷୀ ଜାଣିପାରିବେ। ଫସଲ ପ୍ରଦଶର୍ର୍ନ ଫିଲ୍ଡରେ ସରକାର ନୂଆ ନୂଆ ଚାଷ ଉପକରଣ ଓ ପ୍ରଯୁକ୍ତି ସମ୍ପର୍କରେ ଜଣାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri