ମୋଦି ୨.୦ର ପ୍ରସ୍ତୁତି; ଉଜ୍ଜ୍ୱଳାରେ ୫ କେଜିର ସିଲିଣ୍ଡର ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୯-୫: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଯୋଗୁ ଗ୍ରାମାଞ୍ଚଳର ମହିଳାମାନଙ୍କ ଭୋଟ୍‌ ହାତେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଆଉ ଏକ ଧମାକା କରିବାକୁ ଯାଉଛି। ଆଗାମୀ ଦିନରେ ଗରିବ ମହିଳାଙ୍କୁ ୫ କେଜିର ସିଲିଣ୍ଡର ନେବାକୁ ବାଧ୍ୟତାମୂଳକ କରାଯିବ। ମୋଦି ୨.୦ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହାଦ୍ୱାରା ରିଫିଲିଙ୍ଗ୍‌ ଅଧିକ ସଂଖ୍ୟାରେ ହୋଇପାରିବ ବୋଲି ମନେ କରାଯାଉଛି। ଅନ୍ୟପକ୍ଷରେ ତୈଳ କମ୍ପାନୀଗୁଡ଼ିକ ମଧ୍ୟ ଏହାଦ୍ୱାରା ଲାଭାନ୍ବିତ ହେବେ।
ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପରେ ଏବେ ଉଜ୍ଜ୍ୱଳା ଯୋଜନାର ବିସ୍ତାର କରାଯିବ। ପ୍ରଥମ ପର୍ଯ୍ୟାୟରେ ଦାରିଦ୍ର୍ୟ ସୀମାରେଖା(ବିପିଏଲ୍‌) ତଳେ ଥିବା ପରିବାରଗୁଡ଼ିକୁ ମାଗଣାରେ ଗ୍ୟାସ୍‌ ସଂଯୋଗ ଦିଆଯାଇଥିଲା। ଏଥିରେ ୧୬୦୦ ଟଙ୍କାର ଖର୍ଚ୍ଚକୁ ସରକାର ବହନ କରୁଥିଲେ। ଏହି ସଂଯୋଗ ପରିବାରର ମହିଳା ସଦସ୍ୟଙ୍କ ନାମରେ ଜାରି କରାଯାଉଛି। ଏହି ସଂଯୋଗ ଅଧୀନରେ ଲୋକଙ୍କୁ ଗୋଟିଏ ଚୁଲ୍ଲି, ୧୪.୨ କେଜିର ସିଲିଣ୍ଡର ଏବଂ ରେଗୁଲେଟର ଦିଆଯାଉଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଆସନ୍ତା ୧୦୦ ଦିନ ଭିତରେ ଏହି ଯୋଜନା ଅଧୀନରେ ୮ କୋଟି ଲୋକଙ୍କୁ ସଂଯୋଗ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି। ଅଦ୍ୟାବଧି ୭ କୋଟି ୧୯ ଲକ୍ଷ ଲୋକଙ୍କୁ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ଏହି ଲକ୍ଷ୍ୟ ପୂରଣ ହେବା ପରେ ଉକ୍ତ ଯୋଜନାରେ ୫ କେଜିର ସିଲିଣ୍ଡର ନେବାକୁ ବାଧ୍ୟ କରାଯିବ। କାରଣ ଦେଖାଯାଇଛି ଯେ, ବଣ୍ଟାଯାଇଥିବା ସିଲିଣ୍ଡର ମଧ୍ୟରୁ ଅଧିକାଂଶ ରିଫିଲିଙ୍ଗ୍‌ ହେଉ ନାହିଁ। କାରଣ ସିଲିଣ୍ଡର ରିଫିଲିଙ୍ଗ୍‌ ପାଇଁ ଲୋକଙ୍କୁ ଅତିକମ୍‌ରେ ୭ଶହରୁ ୮ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହି ରିଫିଲ୍‌ ପାଇଁ ସେମାନଙ୍କୁ କୌଣସି ପ୍ରକାର ସବ୍‌ସିଡି ଦିଆଯାଉନାହିଁ। ସୂଚନାଥାଉ କି, ଉଜ୍ଜ୍ୱଳା ଯୋଜନାରେ ଦିଆଯାଇଥିବା ସଂଯୋଗ ମଧ୍ୟରୁ ବର୍ଷକରେ ହାରାହାରି ୩ଥର ରିଫିଲ୍‌ କରାଯାଉଛି, ଯାହା କି ରାଷ୍ଟ୍ରୀୟ ହାରାହାରି ଠାରୁ କମ୍‌। ସାରା ଦେଶରେ ଲୋକେ ବର୍ଷକ ମଧ୍ୟରେ ୭ ଥର ରିଫିଲ୍‌ କରାଉଛନ୍ତି। ଦିଲ୍ଲୀରେ ଏବେ ୧୪.୨ କେଜିର ଏକ ସିଲିଣ୍ଡର ଦର ୭୧୨ ଟଙ୍କା ପଡ଼ୁଛି। ଏହା ଉପରେ ୨୧୫ ଟଙ୍କାର ସବ୍‌ସିଡି ମିଳୁଛି। ଅନ୍ୟପକ୍ଷରେ ୫ କେଜିର ସିଲିଣ୍ଡରକୁ ରିଫିଲ୍‌ କରିବାକୁ ମାତ୍ର ୨୬୦ ଟଙ୍କା ଖର୍ଚ୍ଚ କରିବାକୁ ହେବ ଏବଂ ଏଥିରେ ୮୦ ଟଙ୍କାର ସବ୍‌ସିଡି ବାବଦ ଅର୍ଥ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ଏହାକୁ ଦେଖିଲେ ସିଲିଣ୍ଡର ରିଫିଲ୍‌ ମୂଲ୍ୟ ୧୮୦ ଟଙ୍କା ପଡିବ। ଗରିବ ପରିବାର ପାଇଁ ସିଲିଣ୍ଡର ରିଫିଲ୍‌ କରିବା ସୁବିଧାଜନକ ହେବ। ସେହିପରି ୫ କେଜିର ସିଲିଣ୍ଡର ଓଜନ ମଧ୍ୟ କମ୍‌ ହେବ। ଫଳରେ ଏହାକୁ ସହଜରେ ଅନ୍ୟତ୍ର ନେଇ ହେବ। ସବୁଠୁ ବଡ଼ କଥା ହେଲା, ଏହି ଯୋଜନାର ପରିଧିକୁ ଆଗାମୀ ଦିନରେ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏଥିରେ ଥିବା ନିୟମକୁ କୋହଳ କରାଯିବ। ଫଳରେ ଗରିବ ପରିବାର ନିକଟରେ ଏହି ଯୋଜନାର ଲାଭ ସହଜରେ ଉପଲବ୍ଧ ହେବ। ଉଲ୍ଲେଖ କରାଯାଇପାରେ ଯେ, ୨୦୧୬ରେ ଉତ୍ତର ପ୍ରଦେଶରେ ପ୍ରଥମେ ଉକ୍ତ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ପ୍ରାରମ୍ଭିକ ସ୍ତରରେ ହିତାଧିକାରୀଙ୍କ ସଂଖ୍ୟା କମ୍‌ ରଖାଯାଇଥିଲା। ତେବେ ଏହି ଯୋଜନା ଲୋକପ୍ରିୟ ହେବା ପରେ କେନ୍ଦ୍ର ସରକାର ତୈଳ କମ୍ପାନୀଗୁଡ଼ିକ ଲକ୍ଷ୍ୟବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ନୂଆ ସରକାର ରିଫିଲ୍‌ ସଂଖ୍ୟା ବଢ଼ାଇବାର ଟାର୍ଗେଟ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri