ମୋଦି ସରକାର ୨.୦; ମଧ୍ୟବିତ୍ତଙ୍କୁ ମିଳିପାରେ ଟିକସ ଛାଡ ଉପହାର

ନୂଆଦିଲ୍ଲୀ,୨୬-୫: ଏନ୍‌ଡିଏ ସରକାର ଆସନ୍ତା ଜୁଲାଇରେ ନିଜର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିପାରନ୍ତି। ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ସରକାର ମଧ୍ୟବିତ୍ତଙ୍କ ଲାଗି ଟିକସ ଛାଡ କରି ସେମାନଙ୍କୁ ଆଶ୍ୱସ୍ତ କରିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ ଉପସ୍ଥାପନ କରି ସେତେବେଳେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲ କହିଥିଲେ ଯେ, ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ବେଳେ ମଧ୍ୟବିତ୍ତ ଓ ନୂତନ ମଧ୍ୟବିତ୍ତଙ୍କ ଲାଗି ସରକାର ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଇତିମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହା ଇଣ୍ଡଷ୍ଟ୍ରି ପ୍ରତିନିଧି ଏବଂ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା ଆରମ୍ଭ କରିସାରିଛି।
ଆୟକର ଛାଡ
ଅନ୍ତରୀଣ ବଜେଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ କରାଯାଇଥିଲା। ଏହାକୁ ବଜାୟ ରଖାଯାଇପାରେ। ଏହାବ୍ୟତୀତ, ପୂର୍ଣ୍ଣାଙ୍ଗ ବଜେଟରେ ମଧ୍ୟବିତ୍ତଙ୍କ ଲାଗି ଆୟକର ସ୍ଲାବ୍‌ରେ ପରିବର୍ତ୍ତନ କରାଯାଇପାରେ। ସେହିପରି ଆୟକର ଛାଡ ସୀମାକୁ ୧.୫୦ ଲକ୍ଷ ଟଙ୍କାରୁ ବଢ଼ାଯାଇପାରେ। ୫୦ ବର୍ଷ ଧରି ଚାଲି ଆସୁଥିବା ଆୟକର ଆଇନରେ ସଂଶୋଧନ କରାଯାଇପାରେ। ଏଥିଲାଗି ସରକାର ପୂର୍ବରୁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିସାରିଛନ୍ତି। ଆସନ୍ତା ୩୧ରେ ଏ ସଂକ୍ରାନ୍ତରେ ରିପୋର୍ଟ ମିଳିଯିବ। ଏହାର ସୁପାରିସ୍‌ଗୁଡ଼ିକୁ ବଜେଟରେ ଲାଗୁ କରାଯାଇପାରେ।
କଓ୍ବୋଇସି ସହ ଯୋଡାଯାଇପାରେ ଆଧାର
ଆଧାରକୁ କଓ୍ବୋଇସି ସହ ଯୋଡିଦିଆଯାଇପାରେ। ସୁପ୍ରିମକୋର୍ଟ ରାୟ ପରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ମୋବାଇଲ ଫୋନ୍‌ ଲାଗି ନୂଆ ସିମ୍‌ ପ୍ରଦାନ କରିବା, ଅଣ ଆର୍ଥିକ ନେଣଦେଣ କ୍ଷେତ୍ରରେ ଆଧାର ବାଧ୍ୟତାମୂଳକ ହୋଇ ରହିନାହିଁ। ଏହାପରେ ସରକାର ଆଇନରେ ସଂଶୋଧନ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଏକ ବିଲ୍‌ ଆଣିଲେ। ଏଥିରେ କଓ୍ବୋଇସି ଲାଗି ଆଧାର ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ ଏହି ବିଲ୍‌ ଲୋକ ସଭାରେ ଅନୁମୋଦନ ଲାଭ କରିଥିବା ବେଳେ ରାଜ୍ୟ ସଭାରେ ଅଟକିଛି।
ପେନସନ ଯୋଜନାର ସମୟସୀମା ବୃଦ୍ଧି
ଏହାବ୍ୟତୀତ ବରିଷ୍ଠ ନାଗରିକଙ୍କ ଲାଗି ଆରମ୍ଭ କରାଯାଇଥିବା ପେନସନ ଯୋଜନାର ସମୟସୀମାକୁ ୨୦୨୦ରୁ ବୃଦ୍ଧି କରି ୨୦୨୪ ପର୍ଯ୍ୟନ୍ତ କରାଯାଇଛି। ଏହି ଯୋଜନା ଅଧୀନରେ ବରିଷ୍ଠ ନାଗରିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ।
ଗୃହଋଣ ସବ୍‌ସିଡି
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗୃହଋଣ ଉପରେ ମିଳୁଥିବା ସବ୍‌ସିଡିକୁ ଆସନ୍ତା ୫ ବର୍ଷ ଲାଗି ବୃଦ୍ଧି କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri