Categories: ଜାତୀୟ

ମୋଦି ସରକାର ସୋନିଆ ଓ ରାହୁଲଙ୍କୁ ମଧ୍ୟ ମିଥ୍ୟା ଦୁର୍ନୀତି ମାମଲାରେ ଜେଲ୍‌ ପଠାଇବାକୁ ପଛାଇବେ ନାହିଁ: ଅଧୀର ରଞ୍ଜନ

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ସଦସ୍ୟ ଅଧୀର ରଞ୍ଜନ ଚୌଧୁରୀ। ମୋଦି ସରକାର ଚାହିଁଲେ ମିଥ୍ୟା ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜେଲ୍‌ ପଠାଇବାକୁ ପଛାଇବେ ନାହିଁ। ମୋଦି ସରକାର ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ନାମରେ ଦୁର୍ନୀତି ମାମଲା ଆଣିସାରିଛନ୍ତି। ଜାଣିଶୁଣି ସରକାର ଏପରି କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାର ପାକିସ୍ତାନ ପ୍ରତି କଡ଼ା ନୀତି ଉପଯୋଗ କରିବା ସହିତ ଦେଶର ଆଭ୍ୟନ୍ତରୀଣ ସମସ୍ୟା ପ୍ରତି ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share