Categories: ଜାତୀୟ

ମୋଦି ସରକାରଙ୍କ ଶହେ ଦିନରେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ଯାଇଛି: କପିଲ୍‌ ସିବଲ୍‌

ନୂଆଦିଲ୍ଲୀ,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶହେ ଦିନ ପୂରଣ ହୋଇଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କପିଲ୍‌ ସିବଲ୍‌ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସରକାରଙ୍କ ଶହେ ଦିନ ଶାସନରେ ଦେଶର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ବିଭିନ୍ନ କ୍ଷେତ୍ରରେ ଛଟେଇ ଜାରି ରହିବା ସହିତ ବେକାର ସମସ୍ୟା ବଢ଼ିବାରେ ଲାଗିଛି। ସେହିପରି ଦେଶର ବିଭିନ୍ନ ଅଞ୍ଚଳରେ ନରସଂହାର ଜାରି ରହିଛି। ଅପରପକ୍ଷରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଥିବା ସିବଲ୍‌ କହିଛନ୍ତି।

Share