Categories: ଜାତୀୟ

ମୋଦି ସରକାରଙ୍କ ନିଷ୍ପତ୍ତି: ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଆରମ୍ଭ ହେବ ନାହିଁ କୌଣସି ନୂଆ ସ୍କିମ

ନୂଆଦିଲ୍ଲୀ,୫।୬: କରୋନା ସଙ୍କଟ ଏବଂ ଲକ୍‌ଡାଉନ୍‌ ଯୋଗୁ ଦେଶର ଅର୍ଥନୀତି ବିଗିଡିଯାଇଛି। ଦେଶର ରାଜସ୍ବ ଉପରେ ଏହାର ପ୍ରଭାବ ପଡିଛି। ଫଳରେ କେନ୍ଦ୍ର ସରକାର ନୂଆ ଯୋଜନା ଉପରେ ରୋକ ଲଗାଇଦେଇଛନ୍ତି। ଆସନ୍ତା ୯ ମାସ ଅର୍ଥାତ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ କୌଣସି ସ୍କିମ୍‌ ଆରମ୍ଭ ହେବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆତ୍ମନିର୍ଭର ଭାରତ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଉପରେ କୌଣସି ରୋକ ଲାଗିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share