Categories: ଜାତୀୟ

ମୋଦି ବିଶ୍ୱର ସବୁଠୁ ବଡ ଅଭିନେତା: ପ୍ରିୟଙ୍କା

ଲକ୍ଷ୍ନୌ, ୧୭।୫: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଶୁକ୍ରବାର ପ୍ରଚାର ଶେଷ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ରାଲି ଓ ରୋଡ ଶୋ’ ଚାଲିଛି। ଏହି କ୍ରମରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶର ମିର୍ଜାପୁରରେ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଲୋକମାନେ ବିଶ୍ୱର ଜଣେ ବଡ ଅଭିନେତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇଛନ୍ତି। ତା’ଠାରୁ ଭଲ ଅଭିନେତା ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦିଆଯାଉ। କଂଗ୍ରେସ ପ୍ରାର୍ଥୀ ଲଳିତେଶ ପତି ତ୍ରିପାଠୀଙ୍କ ପାଇଁ ପ୍ରଚାର କରୁଥିବା ପ୍ରିୟଙ୍କା କହିଛନ୍ତି, ଭାଜପା କେବଳ କ୍ଷମତା ହାସଲ କରିବା ପାଇଁ ନିର୍ବାଚନ ଲଢୁଛି। ଗତ ନିର୍ବାଚନରେ ମୋଦି ଯାହା ପ୍ରତିଶୃତି ଦେଇଥିଲେ ତାହା ୫ ବର୍ଷରେ ପୂରା ହୋଇପାରିଲା ନାହିଁ। ଏଥର ମଧ୍ୟ ସେଭଳି ମିଥ୍ୟା ପ୍ରତିଶୃତି ଦେଇ ଗଡ ଜିଣିବାକୁ ଭାଜପା ଚେଷ୍ଟା ଚଳାଇଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

Share