ମୋଦିଙ୍କ ୨୧ ଦିନ ଲକ୍‌ଡାଉନ୍‌: କରୋନା ସଂକ୍ରମିତ ଦେଶଙ୍କ ପାଇଁ ଏକ ଆଦର୍ଶ

ଓ୍ବାଶିଂଟନ,୩୦।୩: ଏବେ ବିଶ୍ୱର ଅଧିକାଂଶ ଦେଶ କରୋନା ଭାଇରସ ସହ ଲଢେଇ କରି ଚାଲିଛନ୍ତି। ତେବେ କରୋନା ସଂକ୍ରମଣକୁ ରୋକିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ଏବେ ପ୍ରଶଂସା କରୁଛନ୍ତି କେତେଜଣ ସମାଜିକ କର୍ମୀ। ସେମାନେ କହିଛନ୍ତି କରୋନା ସଂକ୍ରମଣକୁ ରୋକିବାକୁ ମୋଦି ଯେଉଁ ୨୧ ଦିନିଆ ଲକ୍‌ଡାଲନ୍‌ ଘୋଷଣା କରିଛନ୍ତି ତାହା ସମସ୍ତ କରୋନା ସଂକ୍ରମିତ ଦେଶଙ୍କ ପାଇଁ ଏକ ଆଦର୍ଶ। ପିଓକେର ସାମାଜିକ କର୍ମୀ ଅମଜାଦ ଆୟୁବ ମିର୍ଜା କହିଛନ୍ତି ମୋଦିଙ୍କ ଲକ୍‌ଡାଉନ୍‌ ଅନ୍ୟମାନଙ୍କ ପାଇଁ ଉହାଦରଣ। କାହିଁକିନା ପାକିସ୍ତାନ କଥା ଯଦି ବିଚାରକୁ ନିଆଯାଏ ତେବେ ସେଠାରେ ଲକ୍‌ଡାଉନ୍‌ ନ ମାନିବା ଫଳରେ ଏବେ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଭାରତରେ ସେହି ଅନୁପାତରେ କରୋନା ସଂକ୍ରମଣ ବୃଦ୍ଧି ପାଇ ନାହିଁ ବୋଲି ମତ ପ୍ରକାଶ ପାଇଛି।

Share