ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ପୁଣି ଟାରିଫ ପ୍ରସଙ୍ଗ ଉଠାଇଲେ ଟ୍ରମ୍ପ

ଟୋକିଓ/ନୂଆଦିଲ୍ଲୀ,୨୮-୬: ଜି-୨୦ ସମ୍ମିଳନୀ ଅବସରରେ ଜାପାନର ଓସାକା ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏହି ବୈଠକରେ ଦୁଇ ଦେଶର ଶୀର୍ଷ ନେତା ଦ୍ୱିପାକ୍ଷିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବେ। ତେବେ ଏହି ଭେଟର ଦିନକ ପୂର୍ବରୁ ଟ୍ରମ୍ପ ଭାରତର ଟାରିଫ୍‌ ବୃଦ୍ଧିକୁ ନେଇ ଟୁଇଟ୍‌ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ, ଭାରତ ପକ୍ଷରୁ ଆମେରିକାର ୨୮ ପ୍ରକାର ସାମଗ୍ରୀ ଉପରେ ଟାରିଫ୍‌ ବୃଦ୍ଧି କରାଯିବା ଗ୍ରହଣୀୟ ନୁହେଁ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିନିଆଯାଉ। ଟ୍ରମ୍ପଙ୍କ ଏହି ଟୁଇଟ୍‌ ଯୋଗୁ ଦୁଇ ଦେଶର ବାଣିଜ୍ୟ ସମ୍ପର୍କ ଆହୁରି ଖରାପ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଟାରିଫ୍‌ ବୃଦ୍ଧି ପ୍ରସଙ୍ଗରେ ଭାରତ ପକ୍ଷରୁ ମଧ୍ୟ ଦୃଢ଼ ଜବାବ ଦିଆଯାଇଛି। ଅନ୍ୟ ବିକାଶଶୀଳ ଦେଶ ଅପେକ୍ଷା ଭାରତର ଟାରିଫ୍‌ ହାର ଅନେକ କମ୍‌ ବୋଲି ସରକାର କହିଛନ୍ତି। ଡବ୍ଲ୍ୟୁଟିଓର ନିୟମ ଅନୁଯାୟୀ, ଭାରତ ଟାରିଫ୍‌ ବୃଦ୍ଧି କରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ଆମେରିକାର ଉତ୍ପାଦ ଉପରେ ଟାରିଫ୍‌ ବୃଦ୍ଧି ସହ କ୍ରସ୍‌ ବର୍ଡର ଡାଟା ଫ୍ଲୋ ଏବଂ ଇ-କମର୍ସ କମ୍ପାନୀଙ୍କ କାରବାରକୁ ନେଇ ଭାରତ ପକ୍ଷରୁ ନିୟମ କଡ଼ା କରାଯିବା ଯୋଗୁ ଓ୍ବାଶିଂଟନ କ୍ଷୁବ୍ଧ ହୋଇଛି। ଏହାକୁ ନେଇ ଟ୍ରମ୍ପ ତାଙ୍କ ଟୁଇଟ୍‌ରେ ଦର୍ଶାଇଛନ୍ତି ଯେ, ସେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ। ସେ କହିଛନ୍ତି ଯେ, ବିଗତ କିଛି ବର୍ଷ ହେଲା ଆମେରିକାର ଉତ୍ପାଦ ଉପରେ ଭାରତ ଟାରିଫ୍‌ ବୃଦ୍ଧି କରିଛି। ନିକଟରେ ଆଉ କେତେକ ଉତ୍ପାଦ ଉପରେ ଏହା ବୃଦ୍ଧି କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri