ମୋଦିଙ୍କ ଗଣିତ ବିଗାଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬ା୫: ଚାଇନାରୁ ସୃଷ୍ଟି ହୋଇଥିବା ଘାତକ କରୋନା ଭାଇରସ୍‌ ଜି ଜିନ୍‌ପିଙ୍ଗ୍‌ ସରକାରଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି। ଏଥିଯୋଗୁ ଚାଇନାର ଅର୍ଥ ବ୍ୟବସ୍ଥା ବହୁଳ ଭାବେ ପ୍ରଭାବିତ ହୋଇଥିବାବେଳେ ବୈଶ୍ୱିକ ଯୋଗାଣ ଶୃଙ୍ଖଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏଭଳି ସମୟରେ ଆର୍ଥିକ କ୍ଷତି ଦୃଷ୍ଟିରୁ ଚାଇନାରୁ ବାହାରି ଆସୁଥିବା ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ଭାରତକୁ ଟାଣି ମେକ୍‌ ଇଣ୍ଡିଆ ବାଟରେ ଚଲାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ଭଣ୍ଡୁର ହୋଇପାରେ। କାରଣ ମୋଦିଙ୍କ ଗଣିତକୁ ବିଗାଡ଼ିବା ଭଳି କାମ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌। ଆପଲ୍‌ ଭଳି କମ୍ପାନୀଗୁଡ଼ିକ ଭାରତ କଥାରେ ପଡ଼ି କାର୍ଯ୍ୟ କଲେ ସେମାନଙ୍କ ଉତ୍ପାଦ ଉପରେ ଅତିରିକ୍ତ ଟ୍ୟାକ୍ସ କଷାଯିବ ବୋଲି ଶୁକ୍ରବାର ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି, ଯେଉଁ ଆମେରିକୀୟ କମ୍ପାନୀଗୁଡ଼ିକ ଚାଇନାରୁ ସେମାନଙ୍କ ମାନିଫେକ୍ଚରିଂ ବେସ୍‌ ପ୍ରତ୍ୟାହାର କରି ଆମେରିକା ବ୍ୟତୀତ ଅନ୍ୟ ଦେଶକୁ ଯାଉଛନ୍ତି ସେମାନଙ୍କ ଉପରେ ନୂଆ ଟିକସ ବସାଯିବ। ଅର୍ଥାତ୍‌ ଟ୍ରମ୍ପ୍‌ଙ୍କ ମତରେ ଚାଇନାରୁ ବାହରି ଅନ୍ୟ ଦେଶକୁ ଯାଅ ନାହିଁ। ଯଦି ଆସିବ ତେବେ ଆମେରିକାକୁ ଆସ। ଟ୍ରମ୍ପ୍‌ ଏହି ଟାକ୍ସେଶନ୍‌ ବା ଟିକସ ବ୍ୟବସ୍ଥାକୁ କମ୍ପାନୀଗୁଡ଼ିକ ପାଇଁ ଆମେରିକା ଫେରିବା ଲାଗି ଏକ ପ୍ରୋତ୍ସାହନ ଭାବେ ଅଭିହିତ କରିଛନ୍ତି। ଏପରି କଲେ ଆମେରିକାରେ ନୂଆ କର୍ମନିଯୁକ୍ତି ସୃଷ୍ଟି ହେବା ସହ ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌’ କାର୍ଯ୍ୟସୂଚୀ ପାଇଁ ସହାୟକ ହେବ ବୋଲି ଟ୍ରମ୍ପ୍‌ ଏକ ସାକ୍ଷାତ୍‌କାରରେ ସ୍ପଷ୍ଟ କରିଛନ୍ତି।
ଆପଲ୍‌ କମ୍ପାନୀ ଚାଇନାରୁ ତା’ ମାନିଫାକ୍ଚରିଂର ଏକ ବଡ଼ ଅଂଶ ଭାରତକୁ ସ୍ଥାନାନ୍ତର କରୁଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ଟ୍ରମ୍ପ୍‌ଙ୍କ ମତାମତ ଲୋଡ଼ାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଯଦି ସେମାନେ ଏପରି କରନ୍ତି ତା’ହେଲେ ଆମେ ଆପଲ୍‌କୁ ବିରାମ ଦେବୁ। କାରଣ ସେମାନେ ଏପରି ଏକ କମ୍ପାନୀ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଯାହା ଆମ ଟ୍ରେଡ୍‌ ଡିଲ୍‌ର ଏକ ଅଂଶ। ତେଣୁ ଆପଲ୍‌ ପାଇଁ ଏପରି କରିବା ଭଲ ହେବ ନାହିଁ। ଏହାକୁ ଆମେ ଆଉ ଅନୁମତି ଦେବୁ ନାହିଁ। ଅନ୍ୟ ରାଷ୍ଟ୍ରଗୁଡ଼ିକ ଭଳି ଆମେ ଆମେରିକାର ସୀମାରେ କଟକଣା ଜାରି କଲେ ଆପଲ୍‌ ତା’ର ୧୦୦% ଉତ୍ପାଦ ଆମେରିକାରେ ହିଁ ନିର୍ମାଣ କରିବ। ଆମେରିକୀୟ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ସେମାନଙ୍କ ମାନିଫେକ୍ଚରିଂ ସିଷ୍ଟମ୍‌କୁ ସ୍ବଦେଶକୁ ଫେରାଇଆଣିବା ଉଚିତ ପଦକ୍ଷେପ ହେବ। ଏହି ପରିପ୍ରେକ୍ଷୀରେ ଚାଇନାରେ ମାନିଫେକ୍ଚରିଂ ବେସ୍‌ ପ୍ରତିଷ୍ଠା କରିବାକୁ ନେଇ କରାଯାଉଥିବା ଯୁକ୍ତିକୁ ଟ୍ରମ୍ପ୍‌ ଉପହାସ କରିଛନ୍ତି। ସେ କହିଛନ୍ତି, ଯୁକ୍ତରାଷ୍ଟ୍ର ନିକଟରେ ସମସ୍ତ ଯୋଗାଣ ଶୃଙ୍ଖଳ ରହିବା ଉଚିତ। ତାହା ସାରା ବିଶ୍ୱରେ ବିସ୍ତାର ହେବା ଠିକ୍‌ ନୁହେଁ। ଅନ୍ୟପକ୍ଷରେ ଆମେରିକା ନୂଆ ବାଣିଜି୍ୟକ କଟକଣା ଜାରି କଲେ ୧୯୩୦ ଦଶକର ଗ୍ରେଟ୍‌ ଡିପ୍ରେଶନ ବା ମହା ମାନ୍ଦାବସ୍ଥା ଭଳି ସ୍ଥିତି ସୃଷ୍ଟି ହେବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ଟ୍ରମ୍ପ୍‌ ପ୍ରଶାସନକୁ ଚେତାବନୀ ଦିଆଯାଇଛି।
ପ୍ରକାଶ ଯେ, ଅନେକ କମ୍ପାନୀ ସେମାନଙ୍କ ମାନିଫେକ୍ଚରିଂ ବେସ୍‌କୁ ଏକାଧିକ ରାଷ୍ଟ୍ରକୁ ପରିବର୍ଦ୍ଧିତ କରିବା ଲାଗି ଯୋଜନା କରୁଛନ୍ତି। ଏହି ସ୍ଥଳେ ସେମାନଙ୍କୁ ଏକ ଫଳପ୍ରଦ ଭବିଷ୍ୟତର ପ୍ରତିଶ୍ରୁତି ଦେଇ ଭାରତ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ଉଦ୍ୟମ ଚଳାଇଛି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜ ସଦ୍ୟ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳର ଏକ ଦୃଢ଼ ଭାଗରେ ପରିଣତ କରିବା ନେଇ ଆହ୍ବାନ ଦେଇଥିଲେ। ଏହି ଲକ୍ଷ୍ୟ ହାସଲ ପାଇଁ ଭାରତ ଅନେକ ଆଇନରେ ସଂଶୋଧନ ଆଣିବା ସହ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛି। ସେହିପରି ରାଜ୍ୟ ସରକାରମାନେ ମଧ୍ୟ ଏହି ଦିଗରେ ଉଦ୍ୟମ ଚଳାଇଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ନେତୃତ୍ୱ ନେଇ ନିଜ ରାଜ୍ୟରେ ବିଭିନ୍ନ କମ୍ପାନୀ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri