Categories: ଜାତୀୟ

ମୋଦିଙ୍କ ଉପସ୍ଥିତି ଇସ୍ରୋ ପାଇଁ ହେଲା ଅଶୁଭ:କୁମାରସ୍ବାମୀ

ବେଙ୍ଗାଲୁରୁ,୧୩।୯: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି. କୁମାରସ୍ବାମୀ ଏକ ବିବାଦୀୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରମ ଲ୍ୟାଣ୍ଡର ଅବତରଣ ଦେଖିବା ପାଇଁ ଇସ୍ରୋ ସେଣ୍ଟରଠାରେ ଉପସ୍ଥିତ ରହିବା ବୈଜ୍ଞାନିକମାନଙ୍କ ପାଇଁ ଅଶୁଭ ଥିଲା ବୋଲି ସେ କହିଛନ୍ତି। ତାଙ୍କ ଉପସ୍ଥିତି ଯୋଗୁ ଇସ୍ରୋ ବିକ୍ରମ ସହ ଯୋଗାଯୋଗ କରିପାରି ନ ଥିଲା। ମହୀଶୂରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କୁମାରସ୍ବାମୀ କହିଛନ୍ତି, ଗତ ୧୦ ବର୍ଷ ଧରି ଏହି ମିଶନ ପାଇଁ ଏହି ବୈଜ୍ଞାନିକମାନେ ଇସ୍ରୋ ପାଇଁ କାମ କରୁଥିଲେ। ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଥିବା ଇସ୍ରୋ କାର୍ଯ୍ୟାଳୟରେ ଏମିତି ଆସିଥିଲେ ଯେମିତି ସେ ନିଜେ ଉତ୍‌କ୍ଷେପଣ କରୁଥିଲେ।  ସୂଚନାଯୋଗ୍ୟ, ଇସ୍ରୋ ଜୁଲାଇ ମାସରେ ସଫଳ ଭାବେ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ କରିପାରିଥିବାବେଳେ ଲ୍ୟାଣ୍ଡର ବିକ୍ରମର ଅବତରଣ ପୂର୍ବରୁ ଇସ୍ରୋ ଏହାସହ ଯୋଗାଯୋଗ ରକ୍ଷା କରିପାରି ନ ଥିଲା। ଅପିରଣର ୨.୧ କିମି ପୂର୍ବରୁ ଇସ୍ରୋ ସହ ବିକ୍ରମର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

Share