Categories: ଜାତୀୟ

ମୋଦିଙ୍କୁ ସଲାମ କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୪।୨: ଚାଇନାରେ ଫଶିଥିବା ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରିବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ୬୪୭ ଭାରତୀୟଙ୍କୁ ଚାଇନାର ଉହାନରୁ ଆଣି ଭାରତରେ ପହଞ୍ଚିଥିଲା। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଅଭିନେତାରୁ ନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା। ସେ ଟୁଇଟ୍‌ କରି କହିଛନ୍ତି, ଏଭଳି ପରିସ୍ଥିତିରେ ଭାରତୀୟଙ୍କୁ ସେଠାରୁ ତୁରନ୍ତ ଫେରାଇ ଆଣିବାରେ ସରକାରଙ୍କ ପଦକ୍ଷେପକୁ ସଲାମ କରୁଛି। ସରକାରଙ୍କ ଏଭଳି କାର୍ଯ୍ୟ ବେଶ୍‌ ପ୍ରଶଂସନୀୟ, ଆଗକୁ ଏହା ଜାରି ରହିବ ବୋଲି ସେ କହିଛନ୍ତି। ଚାଇନାରୁ ଫେରିଥିବା ଭାରତୀୟଙ୍କୁ ସେନାର ମାନେସର ଏବଂ ଆଇଟିବିପିର ଛାବଲାସ୍ଥିତ କ୍ୟାମ୍ପକୁ ନେଇ ଅଲଗା ରଖାଯାଇଛି। ଭାରତ ଫେରିବା ପରେ କ୍ୟାମ୍ପରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ଛାତ୍ରମାନେ ସେଲିବ୍ରେଶନ କରିବା ସହିତ ଖୁସିରେ ନାଚଗୀତ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଶତ୍ରୁଘ୍ନ ସିହ୍ନା ଗତବର୍ଷ ଭାଜପାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ଟିକେଟରୁ ସେ ପାଟନା ସାହେବ ସିଟ୍‌ରୁ ନିର୍ବାଚନ ଲଢିଥିଲେ ମଧ୍ୟ ଭାଜପାର ରବିଶଙ୍କର ପ୍ରସାଦଙ୍କଠାରୁ ପରାଜିତ ହୋଇଥିଲେ।

Share