ମୋଦିଙ୍କୁ ଭେଟିଲେ ନବୀନ: ସ୍ବତନ୍ତ୍ର ପାହ୍ୟା ଦାବି ଦୋହରାଇଲେ

ଭୁବନେଶ୍ୱର,୧୨।୬(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ସାକ୍ଷାତ୍‌ କରିଛନ୍ତି। ରାଜ୍ୟରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ପ୍ରଥମ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ମୋଦି ଦ୍ୱିତୀୟଥର କେନ୍ଦ୍ରରେ ସରକାର ଗଢ଼ିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନୁରୂପଭାବେ ବିଧାନସଭା ନିର୍ବାଚନରେ ବିଜେଡିର ସଫଳତା ପାଇଁ ମୋଦି ମଧ୍ୟ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ପ୍ରାୟ ୨୦ ମିନିଟ ସାକ୍ଷାତ୍‌ ସମୟରେ ନବୀନ ରାଜ୍ୟ ସମ୍ପର୍କିତ ଏକାଧିକ ଦାବି ଉପସ୍ଥାପନ କରିଥିଲେ। ଦୀର୍ଘଦିନର ଦାବି ତଥା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା, କୋଇଲା ରୟାଲଟି ସଂଶୋଧନ କରିବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇଥିଲେ। ସେହିଭଳି ବାତ୍ୟା ଫନୀ ଦ୍ୱାରା କ୍ଷତିଗ୍ରସ୍ତ ଉପକୂଳ ଓଡ଼ିଶାର ଭିତ୍ତିଭୂମି ପୁନରୁଦ୍ଧାର ପାଇଁ ସାମ୍ପ୍ରତିକ ସ୍ଥିତିରେ ୫୨୨୮ କୋଟି ଟଙ୍କା ପ୍ରଦାନ ପାଇଁ ନବୀନ ଦାବି କରିଛନ୍ତି। ହେଲେ ଆୟୁଷ୍ମାନ୍‌ ଭାରତ ଏବଂ ପିଏମ୍‌-କିଷାନ ଯୋଜନାକୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ବିବାଦ ରହିଥିବାବେଳେ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିବା ଜଣାପଡିଛି।
ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଅଧିକାଂଶ ସମୟରେ ଓଡ଼ିଶା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୧୯୦୦ରୁ ୨୦୧୯ ମଧ୍ୟରେ ପୂର୍ବ-ଭାରତରେ ସୃଷ୍ଟି ହୋଇଥିବା ମୋଟ ସାମୁଦ୍ରିକ ଝଡ଼ ମଧ୍ୟରୁ ପ୍ରାୟ ୩୫ ପ୍ରତିଶତ ସିଧା ଓଡ଼ିଶାକୁ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହା ହୋଇପାରିଲେ ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଅଭିବୃଦ୍ଧି ହୋଇ ପାରିବ। କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଥିବା ଯୋଜନାଗୁଡିକରେ କେନ୍ଦ୍ର ଓ ରାଜ୍ୟ ଅନୁପାତ ୯୦:୧୦ ରଖିବାକୁ ମୁଖ୍ୟମନ୍ତ୍ରୀ ନିଜ ଦାବିପତ୍ରରେ ଜଣାଇଛନ୍ତି। ସେହିପରି ଓଡ଼ିଶାକୁ ‘ସ୍ପେଶାଲ ଫୋକସ୍‌ ଷ୍ଟେଟ’ ଭାବେ ଘୋଷଣା କରାଯାଇ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ସ୍ବତନ୍ତ୍ର ରାଜ୍ୟଗୁଡିକ ପାଉଥିବା ସୁବିଧା ପ୍ରଦାନ କରିବାକୁ ଦାବି କରାଯାଇଛି। ଫନୀ ମୁକାବିଲା ଓ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରଦ୍ଧାର ପାଇଁ କେନ୍ଦ୍ର ସରକାର କରିଥିବା ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ଫନୀରେ ପ୍ରାୟ ୫.୬ ଲକ୍ଷ ଘର ଧ୍ୱଂସ ହେବା ସହ ହଜାର ହଜାର ବୃକ୍ଷ ଉପୁଡ଼ିଯାଇଛି। ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ବିଦ୍ୟୁତ୍‌ ଭିତ୍ତିଭୂମି ବହୁଳ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉଲ୍ଲେଖ କରିଛନ୍ତି। ତେଣୁ ରାଜ୍ୟରେ ନୂତନ ୫ ଲକ୍ଷ ପକ୍କାଘର ନିର୍ମାଣ ପାଇଁ ଦାବି କରାଯାଇଛି। କେନ୍ଦ୍ର ଏଥିପାଇଁ ୯୦ ପ୍ରତିଶତ ବ୍ୟୟବରାଦ କରିବାକୁ ଅନୁରୋଧ କରାଯାଇଛି। ସ୍ବତନ୍ତ୍ରଭାବେ ଏହାକୁ ପ୍ରଦାନ କରାଯାଇ ‘ସ୍ଥାୟୀ ଅପେକ୍ଷା ତାଲିକା’କୁ ବାଦ୍‌ ଦେବା ପାଇଁ ମଧ୍ୟ କେନ୍ଦ୍ରକୁ କୁହାଯାଇଛି। ଫନୀ ଦ୍ୱାରା ହୋଇଥିବା ବିଭିନ୍ନ ଭିତ୍ତିଭୂମିର କ୍ଷତି ହିସାବ(ବିଭାଗ ୱାରି) ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇସାରିଛି। ପ୍ରାଥମିକ ଭାବେ ଏହି କ୍ଷୟକ୍ଷତିର ପରିମାଣ ୯୩୩୬ କୋଟି ଟଙ୍କା ଆକଳନ କରାଯାଇଛି। ତେଣୁ ସାମ୍ପ୍ରତିକ ସ୍ଥିତିରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)ରୁ ୫୨୨୮ କୋଟି ଟଙ୍କା କେନ୍ଦ୍ର ପ୍ରଦାନ କରୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢଦାବି କରିଛନ୍ତି। କେତେକ କ୍ଷେତ୍ରରେ ପୂର୍ବ ପ୍ରଚଳିତ ଏନ୍‌ଡିଆରଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ନିୟମକୁ କୋହଳ କରିବା ନେଇ ମଧ୍ୟ ରାଜ୍ୟ ପକ୍ଷରୁ ଦାବି କରାଯାଇଛି।
ସେହିପରି ସାରା ଦେଶର ଉତ୍ପାଦିତ ହେଉଥିବା କୋଇଲାର ଏକ-ପଞ୍ଚମାଂଶ ଓଡ଼ିଶାରେ ମିଳିଥାଏ। ହେଲେ କୋଇଲା ରୟାଲ୍‌ଟିର ଉପଯୁକ୍ତ ସଂଶୋଧନ ହୋଇ ନ ଥିବାରୁ ରାଜ୍ୟ ବହୁ ପରିମାଣର ରାଜସ୍ବ ହରାଉଛି। ଖଣି ସମ୍ପର୍କିତ କାର୍ଯ୍ୟ ପାଇଁ ରାଜ୍ୟର ପରିବେଶ ବହୁଳ ଭାବେ ପ୍ରଭାବିତ ହେଉଛି। ଶେଷଥର ପାଇଁ ମେ ୧୦, ୨୦୧୨ରେ କୋଇଲା ରୟାଲଟି ସଂଶୋଧନ କରାଯାଇଥିଲା। ତେଣୁ ପ୍ରଚଳିତ ୧୪ ପ୍ରତିଶତ ରୟାଲ୍‌ଟିକୁ ୨୦ ପ୍ରତିଶତକୁ ବୃଦ୍ଧିକରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନିକଟରେ ଦାବି କରିଛନ୍ତି। ଓଡ଼ିଶାର ଦାବିକୁ ବିଚାର କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri