ମୋଦିଙ୍କୁ ତ ଅଟକାଇ ପାରୁନ ‘କଶ୍ମୀର ଆଓ୍ବାର’ର ଅର୍ଥ କ’ଣ ବୋଲି ଇମ୍ରାନଙ୍କୁ ପ୍ରଶ୍ନ କଲେ ପାକିସ୍ତାନ ଜନତା

ଇସ୍‌ଲାମାବାଦ,୩୦।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧି ଅନେକ ପଦକ୍ଷେପ ନେଉଥିବା ବେଳେ ଶୁକ୍ରବାର ଇମ୍ରାନଙ୍କ ସରକାର ଘୋଷଣା କରିଥିଲେ ‘କଶ୍ମୀର ଆଓ୍ବାର’। ଅର୍ଥାତ୍‌ ଦିନ ୧୨ଟାରୁ ୧୨ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପାକିସ୍ତାନର ସମସ୍ତ କାର୍ଯ୍ୟାଳୟ, ହସ୍ପିଟାଲ ଏମିତିକି ଯାତାୟତ ସବୁକିଛି ବନ୍ଦ ରହିବ। ତାହାହିଁ ହେଲା। କିଛି ସମୟ ପାଇଁ ସବୁକିଛି ହୋଇଗଲା ଠପ୍‌। ହେଲେ ଧୁଧୁ ଖରାରେ ରାସ୍ତାରେ ଅଟକି ଥିବା କେତେଜଣ ବ୍ୟକ୍ତି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି ଏମିତି ବନ୍ଦ ଫଳରେ ପାକିସ୍ତାନକୁ କି ଲାଭ ମିଳିଲା ବୋଲି ସରକାର ଯଦି ଏହାର ଉତ୍ତର ରଖନ୍ତି ତେବେ ଖୁସି ଲାଗିବ। ଏଥିରେ କେବଳ ସାଧାରଣ ଜନତା ହନ୍ତସନ୍ତ ହେଲା ସିନା ହେଲେ ଫଳ ଶୂନ୍ୟ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟ କେତେଜଣ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଆକାଶ ପଥ ଦେଇ ଉଡିଯାଉଛନ୍ତି ତାଙ୍କୁ ତ ପାକିସ୍ତାନ ଅଟକାଇ ପାରୁନି ଆମକୁ ଅଟକାଇ ଲାଭ କ’ଣ। ସୂଚନାଯୋଗ୍ୟ, ମୋଦି ନିକଟରେ ଫ୍ରାନ୍ସ ଗସ୍ତ କରିଥିବା ବେଳେ ସେ ପାକିସ୍ତାନ ଆକାଶ ପଥ ଦେଇ ଯାତ୍ରା କରିଥିଲେ। ଆଉ ଏହା ପରେ ପାକିସ୍ତାନ ମନ୍ତ୍ରୀ ଭାରତ ପାଇଁ ତା’ର ଆକାଶ ପଥ ବନ୍ଦ କରିବାକୁ ଧମକ ଦେଇଥିଲେ। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ପାକିସ୍ତାନ ସରକାର ଭାରତ ବିରୋଧି ନୂଆ ନୂଆ ପଦକ୍ଷେପ ନେଇ ଚାଲିଛି। ଆଉ ଶୁକ୍ରବାର ପାଳନ କରାଯାଇଥିବା ‘କଶ୍ମୀର ଆଓ୍ବାର’ ସମ୍ପୂର୍ଣ୍ଣ ଫ୍ଲପ୍‌ ହୋଇଛି ବୋଲି କହିଛନ୍ତି ପାକିସ୍ତାନ ସାଧାରଣ ଜନତା।


Enter your email to get our daily news in your inbox.

All Right Reserved By Dharitri.Com

ସାମୁଦ୍ରିକ କ୍ଷମତା ବଢ଼ାଉଛି ଚାଇନା

ବେଜିଂ,୩୦ା୧୨:ତାଇଓ୍ବାନକୁ ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଏହାକୁ ନେଇ ଜାପାନ ସହ ବେଜିଂର କୂଟନୈତିକ ଉତ୍ତେଜନା ଦେଖାଦେଇଛି। ଏଭଳି ସମୟରେ ଚାଇନା ସେନା...

ଭିଜିବ ନୂଆ ବର୍ଷ, ୫ ରାଜ୍ୟକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୦।୧୨: ଦେଶରେ ପ୍ରବଳ ଥଣ୍ଡା ମଧ୍ୟରେ ନୂଆ ବର୍ଷ ଆସିବାକୁ ଯାଉଛି। ଏହି ସମୟରେ, ଭାରତୀୟ ପାଣିପାଗ ବିଭାଗ (IMD) ନୂତନ ବର୍ଷର ଗୋଟିଏ ଦିନ...

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

୮୦ ବର୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ

ଢାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ନଭେମ୍ବର...

ଟିପିଡବ୍ଲୁଓଡିଏଲ୍‌ର ଗ୍ରାହକ ମାରଣ ନୀତିର ପ୍ରତିବାଦ, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାରକୋଟ,୩୦|୧୨(ଶଶାଙ୍କ ଶେଖର ଝାଙ୍କର): ଟିପିଡବ୍ଲୁଓଡିଏଲ୍ (ବିଦ୍ୟୁତ ବିଭାଗ)ର ଗ୍ରାହକ ମାରଣ ନୀତିର ତୀବ୍ର ବିରୋଧ କରି ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ଖୁସିଖବର: କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର,୩୦।୧୨(ସୌମ୍ୟରଞ୍ଜନ ରାଉତ):ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ସ୍ବଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାମ୍ପ୍ରତିକ ଭାରତକୁ...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri