ମୋଦିଙ୍କୁ ତ ଅଟକାଇ ପାରୁନ ‘କଶ୍ମୀର ଆଓ୍ବାର’ର ଅର୍ଥ କ’ଣ ବୋଲି ଇମ୍ରାନଙ୍କୁ ପ୍ରଶ୍ନ କଲେ ପାକିସ୍ତାନ ଜନତା

ଇସ୍‌ଲାମାବାଦ,୩୦।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧି ଅନେକ ପଦକ୍ଷେପ ନେଉଥିବା ବେଳେ ଶୁକ୍ରବାର ଇମ୍ରାନଙ୍କ ସରକାର ଘୋଷଣା କରିଥିଲେ ‘କଶ୍ମୀର ଆଓ୍ବାର’। ଅର୍ଥାତ୍‌ ଦିନ ୧୨ଟାରୁ ୧୨ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପାକିସ୍ତାନର ସମସ୍ତ କାର୍ଯ୍ୟାଳୟ, ହସ୍ପିଟାଲ ଏମିତିକି ଯାତାୟତ ସବୁକିଛି ବନ୍ଦ ରହିବ। ତାହାହିଁ ହେଲା। କିଛି ସମୟ ପାଇଁ ସବୁକିଛି ହୋଇଗଲା ଠପ୍‌। ହେଲେ ଧୁଧୁ ଖରାରେ ରାସ୍ତାରେ ଅଟକି ଥିବା କେତେଜଣ ବ୍ୟକ୍ତି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି ଏମିତି ବନ୍ଦ ଫଳରେ ପାକିସ୍ତାନକୁ କି ଲାଭ ମିଳିଲା ବୋଲି ସରକାର ଯଦି ଏହାର ଉତ୍ତର ରଖନ୍ତି ତେବେ ଖୁସି ଲାଗିବ। ଏଥିରେ କେବଳ ସାଧାରଣ ଜନତା ହନ୍ତସନ୍ତ ହେଲା ସିନା ହେଲେ ଫଳ ଶୂନ୍ୟ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟ କେତେଜଣ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଆକାଶ ପଥ ଦେଇ ଉଡିଯାଉଛନ୍ତି ତାଙ୍କୁ ତ ପାକିସ୍ତାନ ଅଟକାଇ ପାରୁନି ଆମକୁ ଅଟକାଇ ଲାଭ କ’ଣ। ସୂଚନାଯୋଗ୍ୟ, ମୋଦି ନିକଟରେ ଫ୍ରାନ୍ସ ଗସ୍ତ କରିଥିବା ବେଳେ ସେ ପାକିସ୍ତାନ ଆକାଶ ପଥ ଦେଇ ଯାତ୍ରା କରିଥିଲେ। ଆଉ ଏହା ପରେ ପାକିସ୍ତାନ ମନ୍ତ୍ରୀ ଭାରତ ପାଇଁ ତା’ର ଆକାଶ ପଥ ବନ୍ଦ କରିବାକୁ ଧମକ ଦେଇଥିଲେ। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ପାକିସ୍ତାନ ସରକାର ଭାରତ ବିରୋଧି ନୂଆ ନୂଆ ପଦକ୍ଷେପ ନେଇ ଚାଲିଛି। ଆଉ ଶୁକ୍ରବାର ପାଳନ କରାଯାଇଥିବା ‘କଶ୍ମୀର ଆଓ୍ବାର’ ସମ୍ପୂର୍ଣ୍ଣ ଫ୍ଲପ୍‌ ହୋଇଛି ବୋଲି କହିଛନ୍ତି ପାକିସ୍ତାନ ସାଧାରଣ ଜନତା।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri