ମୋଦିଙ୍କୁ ଛାଡ଼ିଛନ୍ତି ମୁସଲମାନ

ନୂଆଦିଲ୍ଲୀ,୨୨ା୫: ଦେଶର ସମସ୍ତ ସରକାରୀ ସଂସ୍ଥା ଉପରେ ଭାରତୀୟ ମୁସଲମାନମାନଙ୍କ ଅଗାଧ ବିଶ୍ୱାସ ରହିଛି। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଉପରେ ସେମାନଙ୍କ ଆସ୍ଥା ନାହିଁ ବୋଲି ଏକ ସଦ୍ୟ ସର୍ଭେରୁ ପ୍ରଘଟ ହୋଇଛି। କୋଭିଡ୍‌-୧୯ ଯୋଗୁ ସୃଷ୍ଟି ହୋଇଥିବା ମାନବିକ ତଥା ଆର୍ଥିକ ସଙ୍କଟ ଉପରେ ସାରା ବିଶ୍ୱ ଓ ଓ୍ବାଲର୍‌ଡ ମିଡିଆର ଫୋକସ୍‌ ରହିଛି। କିନ୍ତୁ ଭାରତ କଥା ବିଚାର କଲେ ଭୂତାଣୁ ସଂକ୍ରମଣ ବେଳେ ମଧ୍ୟ ଇସ୍‌ଲାମୋଫୋବିଆ (ଇସ୍‌ଲାମ ପ୍ରତି ଭୟ ବା ଘୃଣା) ଏବଂ ମୁସ୍‌ଲମାନ ସମ୍ପ୍ରଦାୟ ବିରୋଧରେ କ୍ରମବର୍ଦ୍ଧିଷ୍ଣୁ ଅସହିଷ୍ଣୁ ଭାବ ନଜରକୁ ଆସୁଛି। ଓ୍ବାଶିଂଟନ ପୋଷ୍ଟ, ନ୍ୟୁୟର୍କ ଟାଇମ୍ସ, ଗାର୍ଡିଏନ୍‌ ଏବଂ ବିବିସି ଭଳି ଆଗଧାଡ଼ିର ମିଡିଆ ଆଉଟ୍‌ଲେଟ୍ସ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ଏହି ବିଷୟ ଉଠାଇଆସୁଛନ୍ତି। କିନ୍ତୁ ନିକଟରେ ଧର୍ମୀୟ ସ୍ବାଧୀନତା ଉପରେ ଆମେରିକା କଂଗ୍ରେସର ସଂସ୍ଥା ୟୁଏସ୍‌ସିଆର୍‌ଆଇଏଫ୍‌ ମୁସଲମାନମାନଙ୍କ ବିରୋଧରେ ଭେଦଭାବକୁ ନେଇ ଭାରତକୁ ଭର୍ତ୍ସନା କରିଛି। ଅର୍ଗାନାଇଜେଶନ୍‌ ଅଫ୍‌ ଇସ୍‌ଲାମିକ୍‌ କଣ୍ଟ୍ରିଜ୍‌ ମଧ୍ୟ ଏହି ପ୍ରସଙ୍ଗରେ ସମାନ ଭାବେ ଚିନ୍ତାବ୍ୟକ୍ତ କରିଛି। ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ହେବା ପରେ ସି-ଭୋଟର ପକ୍ଷରୁ ଦେଶବ୍ୟାପୀ ଏକ ସର୍ବେକ୍ଷଣ କରାଯାଇ କେତୋଟି ପ୍ରଶ୍ନ କରାଯାଇଥିଲା। ସେଗୁଡ଼ିକ ହେଲା: ମୁସ୍‌ଲିମମାନେ କେନ୍ଦ୍ରର ଶାସନରୁ ବିଚ୍ଛିନ୍ନ ହୋଇଯାଇଛନ୍ତି କି? ସେମାନେ କ’ଣ ଭାରତଠାରୁ ମଧ୍ୟ ଅଲଗା ହୋଇଯାଇଛନ୍ତି? ଏହି ଫାଟ ପାଇଁ କିଏ ଓ କ’ଣ ଦାୟୀ? ଏହି ବ୍ୟବଧାନକୁ ପୂରଣ କରାଯାଇପାରିବ କି?
ଆସ୍ଥା ସଙ୍କଟ
ସର୍ଭେର ପରିଣାମରୁ ଦୁଇଟି ସ୍ପଷ୍ଟ ଉତ୍ତର ମିଳିଲା। ପ୍ରଥମଟି ହେଲା ପ୍ରଧାନମନ୍ତ୍ରୀ ମୋଦି ଓ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ନେଇ ମୁସଲମାନମାନଙ୍କର ଆସ୍ଥା ସଙ୍କଟ। ଦ୍ୱିତୀୟରେ ମୁସ୍‌ଲିମ୍‌ମାନେ ଭାରତରୁ ଅଲଗା ହୋଇଯାଇଛନ୍ତି ବୋଲି ଉଭୟ ହିନ୍ଦୁତ୍ୱ ଓ ଧର୍ମନିରପେକ୍ଷ ଉତ୍ସାହୀ ବ୍ୟକ୍ତିମାନେ ପ୍ରଚାର କରୁଥିବାବେଳେ ଏଭଳି ବିଚାରକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ମିଛ ବୋଲି ଖଣ୍ଡନ କରିଛନ୍ତି।
ଏକ ପ୍ରାକୃତିକ ସଙ୍କଟ ସମୟରେ ନାଗରିକମାନେ ସେମାନଙ୍କ ନେତାଙ୍କ ପଛରେ ଅଛନ୍ତି ବୋଲି ରହିଥିବା ଉକ୍ତି ସତ ପ୍ରମାଣିତ ହୋଇଛି। ସର୍ଭେରେ ଭାଗନେଇଥିବା ସମସ୍ତ ଭାରତୀୟଙ୍କ ମଧ୍ୟରୁ ୭୬.୩% କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଉପରେ ସେମାନଙ୍କ ବହୁତ ବିଶ୍ୱାସ ରହିଛି। ତେବେ ମାତ୍ର ୬.୫% ଲୋକ ତାଙ୍କ ଉପରେ ଆଦୌ ଭରସା ନାହିଁ ବୋଲି କହିଛନ୍ତି। ୨୦୧୮ରେ ଏକ ଅନୁରୂପ ସର୍ଭେ କରାଯାଇଥିଲା। ସେହି ସର୍ବେକ୍ଷଣରେ ୫୮.୬% ପ୍ରଧାନମନ୍ତ୍ରୀଙ୍କ ଉପରେ ବହୁତ ବିଶ୍ୱାସ ରହିଥିବା କହିଥିବାବେଳେ ୧୬.୩% ଲୋକ ମୋଦିଙ୍କୁ ଆଦୌ ଭରସାଯୋଗ୍ୟ ନୁହନ୍ତି ବୋଲି ମତ ଦେଇଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। କିନ୍ତୁ ଏହି ଜାତୀୟ ରେଟିଂଗୁଡ଼ିକ ଗଭୀର ମତପାର୍ଥକ୍ୟ ଥିବା ପରିଣାମକୁ ଲୁଚାଇଦେଇଥାନ୍ତି ବିଶେଷକରି ଯେତେବେଳେ ଦେଶର ସର୍ବବୃହତ୍‌ ସଂଖ୍ୟାଲଘୁ ମୁସ୍‌ଲିମ ସମୁଦାୟ କଥା ଉଠେ। ୫୮.୪% ମୁସ୍‌ଲିମ ପ୍ରଧାନମନ୍ତ୍ରଙ୍କ ଉପରେ ବହୁତ ବିଶ୍ୱାସ ଅଛି ବୋଲି କହିଥିବାବେଳେ ୧୩% ଆଦୌ ବିଶ୍ୱାସ ନ ଥିବା କହିଛନ୍ତି। ୨୦୧୮ରେ ଏହି ହାର ଯଥାକ୍ରମେ ୩୯.୩% ଓ ୩୦% ଥିଲା। ଏଥିରୁ ଜଣାପଡ଼ୁଛି ଯେ ପ୍ରଧାନମନ୍ତ୍ରୀଙ୍କୁ ନେଇ ମୁସଲମାନମାନଙ୍କ ମଧ୍ୟରେ ଆସ୍ଥା ବଢ଼ିଛି। କିନ୍ତୁ ଅନ୍ୟ ଭାରତୀୟ ବର୍ଗମାନେ ଯେତିକି ଆସ୍ଥା ଦେଖାଇଛନ୍ତି ତା’ଠାରୁ ଏହି ସଂଖ୍ୟା ଢେର କମ୍‌। ଲୋକ ସଭା ନିର୍ବାଚନରେ ଭାଜପାର ଦୃଢ଼ ସମର୍ଥକ ବିବେଚିତ ହୋଇଥିବା ଲୋକଙ୍କ ସଂଖ୍ୟାକୁ ଦେଖିଲେ ଏହି ତ୍ରୁଟି ରେଖା ଆହୁରି ସ୍ପଷ୍ଟ ମନେହୁଏ। ୨୦୨୦ରେ ୯୧.୪% ଉଚ୍ଚଜାତିର ହିନ୍ଦୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଉପରେ ସେମାନଙ୍କ ପ୍ରବଳ ଆସ୍ଥା ରହିଛି। ଅନ୍ୟପକ୍ଷରେ ମାତ୍ର ୧.୩% ମୋଦିଙ୍କ ଉପରେ ଅନାସ୍ଥା ଭାବ ପ୍ରକଟ କରିଛନ୍ତି। ୨୦୧୮ରେ ଏହି ହାର ୭୨.୩% ଓ ୧୦.୩% ଥିଲା।
ଅନୁରୂପ ଭାବେ ୨୦୨୦ରେ ଅନ୍ୟ ପଛୁଆ ବର୍ଗ (ଓବିସି)ର ୭୮.୬% ଲୋକ ପ୍ରଧାନମନ୍ତ୍ରୀଙ୍କ ଉପରେ ଅନେକ ଆସ୍ଥା ଥିବା କହିଥିବାବେଳେ ମାତ୍ର ୩.୯% ତାଙ୍କୁ ଭରସା କରୁ ନ ଥିବା କହିଛନ୍ତି। ୨୦୧୮ରେ ଏହି ହାର ୫୯.୮% ଓ ୧୬.୭% ଥିଲା। ସାମାଜିକ ବିଜ୍ଞାନୀ ସଞ୍ଜୟ କୁମାର କହିଛନ୍ତି, ଏହି ତଥ୍ୟକୁ ଦେଖିଲେ ବିସ୍ମିତ ହେବାର କିଛି ନାହିଁ। କାରଣ ଏହି ମୋହଭଙ୍ଗ ଓ ଅନାସ୍ଥା ଭାବ ଦୀର୍ଘଦିନ ଧରି ପୁଞ୍ଜିଭୂତ ହୋଇରହିଥିଲା। ସଞ୍ଜୟଙ୍କ ମତରେ ମୁସ୍‌ଲିମ ସମୁଦାୟର ଅଭିଯୋଗଗୁଡ଼ିକ ବାସ୍ତବ ହେଉ କି ଅତିରଞ୍ଜିତ ସେଥିରେ କିଛି ଫରକ୍‌ ପଡ଼େନାହିଁ । ତେବେ ବଡ଼ କଥା ହେଉଛି ବର୍ତ୍ତମାନର ଶାସନରେ ମୁସଲମାନମାନେ ଆଇନଗତ ବୈଧତା ହରାଉଛନ୍ତି ବୋଲି ସେମାନେ ଭଲଭାବେ ବୁଝିଯାଇଛନ୍ତି। ସେହିପରି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ପିଏମ୍‌ଓରେ ଅବସ୍ଥାପିତ ଥିବା ବରିଷ୍ଠ ଖବରଦାତା କାଞ୍ଚନ ଗୁପ୍ତଙ୍କ ମତରେ ବର୍ତ୍ତମାନର ଶାସନରେ ମୁସଲମାନମାନଙ୍କ ବିରୋଧରେ ଭେଦଭାବପୂର୍ଣ୍ଣ ବ୍ୟବହାର ବଢ଼ୁଛି ବୋଲି କହିବା ବାଜେକଥା। କେନ୍ଦ୍ର ସରକାରଙ୍କ ଉପରେ ବିଶ୍ୱାସ କଥା ଉଠିଲେ ଜଣାଯାଏ ଯେ, ୨୦୨୦ରେ କେନ୍ଦ୍ର ଉପରେ ଦେଶବ୍ୟାପୀ ୬୮.୬% ଭାରତୀୟ ଆସ୍ଥା ପ୍ରକଟ କରିଛନ୍ତି, ଯାହାକି ୨୦୧୮ ତୁଳନାରେ ୫୦.୫% ଅଧିକ। କେନ୍ଦ୍ର ସରକାରଙ୍କୁ ଆଦୌ ବିଶ୍ୱାସ କରୁ ନ ଥିବା ଲୋକଙ୍କ ସଂଖ୍ୟା ୨୦୧୮ରେ ୧୪.୭% ଥିବାବେଳେ ୨୦୨୦ରେ ଏହା ୮.୬%କୁ ଖସିଛି।
ମୁସଲମାନ ସମ୍ପ୍ରଦାୟ
ଆଦୌ ବିଶ୍ୱାସ କରୁ ନ ଥିବା ଲୋକଙ୍କ ସଂଖ୍ୟା ୨୦୧୮ରୁ ୨୦୨୦ ମଧ୍ୟରେ ୨୧.୩%ରୁ ୨୩.୨%କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବହୁତ ବିଶ୍ୱାସ କରୁଥିବା ଲୋକଙ୍କ ହାରରେ ବିଶେଷ ଅଗ୍ରଗତି ହୋଇନାହିଁ। ଏହି ଅବଧି ମଧ୍ୟରେ ଏହା ୩୬%ରୁ ୩୯%କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଉଚ୍ଚଜାତିର ହିନ୍ଦୁଙ୍କ ମଧ୍ୟରେ ପାରମ୍ପରିକ ଭାଜପା ସମର୍ଥକଙ୍କ ସଂଖ୍ୟା ୨୦୧୮ରେ ୬୨.୪% ଥିବାବେଳେ ଏବେ ଏହା ୮୫%କୁ ବୃଦ୍ଧି ପାଇଛି। ତେବେ ସରକାରଙ୍କୁ ଆଦୌ ବିଶ୍ୱାସ କରୁ ନ ଥିବା ଏହି ବର୍ଗର ଲୋକଙ୍କ ହାର ୧୦.୬%ରୁ ୨.୪%କୁ ଖସିଛି। ଅନୁରୂପ ଭାବେ କେନ୍ଦ୍ର ସରକାରଙ୍କୁ ବହୁତ ବିଶ୍ୱାସ କରୁଥିବା ଓବିସିଙ୍କ ସଂଖ୍ୟା ୫୩.୫%ରୁ ୭୨.୨%କୁ ବୃଦ୍ଧି ପାଇଥିବାବେଳେ ଏହି ବର୍ଗର ଆଦୌ ଭରସା କରୁ ନ ଥିବା ଲୋକଙ୍କ ସଂଖ୍ୟା ୧୪.୩%ରୁ ୩.୭%କୁ ଖସିଛି।
ମୋଦିଙ୍କୁ ଅବିଶ୍ୱାସ କାହିଁକି
ଭାରତରେ ଶିକ୍ଷା, ଆର୍ଥିକ ଓ ନିଯୁକ୍ତି କ୍ଷେତ୍ରରେ ମୁସ୍‌ଲିମ ସମୁଦାୟ ପଛୁଆ ହୋଇ ରହିଛନ୍ତି। ୨୦୦୫ରେ ସାଚାର କମିଟି ରିପୋର୍ଟକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଏହାସତ୍ତ୍ୱେ ମୁସଲିମ୍‌ ସମୁଦାୟ ଅନେକ କ୍ଷେତ୍ରରେ ଆଗକୁ ବଢ଼ିପାରି ନାହିଁ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ତିନି ତଲାକ୍‌ ବିଲ୍‌, ଅନୁଚ୍ଛେଦ ୩୭୦ର ଉଚ୍ଛେଦ, ରାମମନ୍ଦିର ରାୟ, ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଭଳି କେନ୍ଦ୍ରର ପଦକ୍ଷେପମାନ ମୁଲସମାନ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ସେମାନେ ଭାରତରେ ନିଜ ସ୍ଥିତି ଓ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡ଼ିଛନ୍ତି ବୋଲି ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ ଗବେଷକ ରାହୁଲ ବର୍ମା ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri