ମୋଦିଙ୍କୁ ଖାସ୍‌ ଉପହାର ହେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ, ୯।୬: ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମୈତ୍ରିପାଲା ସିରିସେନାଙ୍କୁ ଭେଟିଛନ୍ତି। ମୋଦିଙ୍କୁ ଏକ ଖାସ୍‌ ଉପହାରଟିଏ ଦେଇଥିଲେ ମୈତ୍ରିପାଲା। ଧ୍ୟାନ ମୁଦ୍ରାରେ ବସିଥିବା ଏକ ବଡ ବୁଦ୍ଧଙ୍କ ମୂର୍ତ୍ତି ସେ ମୋଦିଙ୍କୁ ଭେଟିଦେଇଥଥିଲେ। ଏହି ବୁଦ୍ଧ ମୂର୍ତ୍ତିଟି ଶାଗୁଆନ କାଠରେ ନିର୍ମିତ ହୋଇଛି। ଏହାକୁ ପ୍ରସ୍ତୁତ କରିବା ପାଇଁ ଦୁଇବର୍ଷ ଲାଗିଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଉଭୟ ନେତାଙ୍କ ମଧ୍ୟ ଦ୍ୱିପାକ୍ଷୀୟ ଆଲୋଚନା ହୋଇଥିଲା।

Share