‘ମୋତେ ପଢ଼ିବାକୁ ଦିଆଯାଉ’

ଭୁବନେଶ୍ୱର, ୮।୧୧(ବ୍ୟୁରୋ):‘ମୋତେ କଲେଜରେ ରହି ପଢ଼ିବାକୁ ଦିଆଯାଉ। ନ୍ୟାୟ ମିଳୁ। ନଚେତ ମୋତେ ଆତ୍ମହତ୍ୟା କରିବାକୁ ଅନୁମତି ଦିଆଯାଉ।’ ରାଗିଂ ଅଭିଯୋଗ ଆଣିଥିବା ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ରୀ ରୋଜାଲିନ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏପରି ଅନୁରୋଧ କରିଛନ୍ତି। ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ପୋଲିସ ତାଙ୍କୁ ଜୋର ଜବରଦସ୍ତ ହଷ୍ଟେଲରୁ ବିଦା କରିଦେଇଛି। କଲେଜ କର୍ତ୍ତୃପକ୍ଷ, ପୋଲିସ ଏବଂ ଗଣଶିକ୍ଷା ମନ୍ତ୍ରୀ ମିଳିମିଶି ଷଡ଼ଯନ୍ତ୍ର କରୁଥିବା ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏଶନ କହିଛି। ସୋମବାର ସାମ୍ବାଦିକ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଗିଂ ଶିକାର ଛାତ୍ରୀଙ୍କ ଉପସ୍ଥିତିରେ ଆସୋସିଏଶନ ଏଭଳି ଅଭିଯୋଗ ଆଣିଛି। ଏପରି କି ପୀଡ଼ିତା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ସମ୍ପର୍କରେ ସୂଚନା ଦିଆଯାଇଛି। ଆସୋସିଏଶନ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ସାମଲ କହିଛନ୍ତି, ମହିଳା ସୁରକ୍ଷା କେବଳ ନାରାରେ ରହିଯାଇଛି। ସରକାର ରାଗିଂ ଫ୍ରି ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଝିଅଟିଏ ରାଗିଂର ଶିକାର ହେଲା ପରେ ତାଙ୍କୁ ସୁରକ୍ଷା ନାହିଁ। ପୋଲିସ ପ୍ରଶାସନ ଚାହୁଁଛି ରୁଚିକା ପରି ରୋଜାଲିନ ମଧ୍ୟ ଜୀବନ ହାରିଦେଉ। କିଏ ସେହି ରାଗିଂ କରିଥିବା ୪ଜଣ ବାହୁବଳୀ ଯୁବକ, ଯାହାଙ୍କୁ ସୁରକ୍ଷା ଦେବାକୁ ସମସ୍ତେ ଲାଗିପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ହସ୍ତକ୍ଷେପ କରି ତୁରନ୍ତ ପୀଡ଼ିତାଙ୍କୁ ନ୍ୟାୟ ଦିଅନ୍ତୁ। ନଚେତ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ରୋଜାଲିନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କଲେଜ ହଷ୍ଟେଲରେ ୩ ମାସ ଧରି ତାଙ୍କ ଉପରେ ରାଗିଂ କରାଯାଇଥିଲା। କଲେଜର କେତେଜଣ ସିନିୟର ଛାତ୍ରୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏ ସମ୍ପର୍କରେ ବାରମ୍ବାର ହଷ୍ଟେଲ ୱାର୍ଡେନଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଫଳରେ ଅଭିଯୋଗ କରିଥିବାରୁ ସମ୍ପୃକ୍ତ ସିନିୟର ଛାତ୍ରୀଙ୍କ ୪ ପୁରୁଷ ବନ୍ଧୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏସିଡ୍‌ ପକାଇ ମାରିଦେବାକୁ ଧମକ ଦେଇଥିଲେ। ଗତ ଅକ୍ଟୋବର ୩୦ ସନ୍ଧ୍ୟାରେ ନିର୍ଯାତନା ଅସହ୍ୟ ହେବାରୁ ଘଟଣା ସମ୍ପର୍କରେ ସେ ବଡ଼ ଭଉଣୀଙ୍କୁ ଜଣାଇଥିଲେ। ଏଥିସହ ନିମାପଡ଼ା ଥାନାରେ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କୌଣସି ସମାଧାନ କରିନାହିଁ। ଆସନ୍ତା ୧୨ ତାରିଖରେ ପରୀକ୍ଷା ଅଛି, କଲେଜ କର୍ତ୍ତୃପକ୍ଷ ହଷ୍ଟେଲରେ ଥିବା ପଢ଼ାବହି ଓ ଅନ୍ୟାନ୍ୟ ଜିନିଷପତ୍ର ଦେଉ ନ ଥିଲେ। ଗତ ୫ ତାରିଖରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ପରେ ସେ ଥାନାକୁ ଯିବାକୁ କହିଥିଲେ। ପୋଲିସ ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ହଷ୍ଟେଲରୁ ଜିନିଷପତ୍ର ନେଇଯିବାକୁ ବାଧ୍ୟ କରିଥିଲେ। କଲେଜ କର୍ତ୍ତୃପକ୍ଷ, ପୋଲିସ ପ୍ରଶାସନ ଓ ମନ୍ତ୍ରୀ ସମ୍ପୃକ୍ତ ୪ଜଣ ପୁଅଙ୍କ ବିରୋଧରେ କେସ୍‌ ନ କରି ନିର୍ଯାତନା ଦେଉଥିବା ସିନିୟର ଝିଅଙ୍କ ସହିତ ସମାଧାନ କରିବାକୁ ବାଧ୍ୟ କରୁଛନ୍ତି। ସମାଧାନ ନ କଲେ କଲେଜରେ ପ୍ରବେଶ କରାଇ ଦେବେନି ବୋଲି ଧମକ ଦେଉଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ତାଙ୍କ ପାଠପଢ଼ା ଲାଗି ବ୍ୟବସ୍ଥା କରିବାକୁ ରୋଜାଲିନ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri