ମୋଟର ଯାନ ସଂଶୋଧନ ବିଲ୍‌କୁ କ୍ୟାବିନେଟ ମୋହର;ଦ୍ରୁତଗତିରେ ଗାଡ଼ି ଚଳାଇଲେ ୨୦୦୦ ଜରିମାନା

ନୂଆଦିଲ୍ଲୀ,୨୫-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟର ଭେହିକିଲ(ସଂଶୋଧନ) ବିଲ୍‌କୁ ଅନୁମୋଦନ କରାଯାଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଣିକି ଭାରି ମାତ୍ରାରେ ଜରିମାନା ଆଦାୟ କରାଯିବ। ସଂଶୋଧିତ ବିଲ୍‌ ଅନୁଯାୟୀ, ଦ୍ରୁତଗତିରେ ଗାଡ଼ି ଚଳାଇଲେ ସର୍ବନିମ୍ନ ୧୦୦୦ ଏବଂ ସର୍ବାଧିକ ୨୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏହାଛଡା ବୀମା କରା ନ ଯାଇ ଗାଡି ଚଳାଉଥିଲେ ୨୦୦୦ ଟଙ୍କା, ହେଲମେଟ ବିନା ଗାଡ଼ି ଚାଳନା ପାଇଁ ୧୦୦୦ ଟଙ୍କା ଏବଂ ୩ ମାସ ଲାଇସେନ୍ସ ସସ୍‌୍‌ପେଣ୍ଡ କରାଯିବ। ବିଲ୍‌ ଅନୁଯାୟୀ ଜରୁରୀକାଳୀନ ସେବା ଯୋଗାଣ ଗାଡ଼ିକୁ ବାଟ ନ ଛାଡିଲେ ୧୦ ହଜାର ଏବଂ ଅଯୋଗ୍ୟ ହେବା ପରେ ମଧ୍ୟ ଗାଡ଼ି ଚଳାଇବା କ୍ଷେତ୍ରରେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ସମଷ୍ଟିଗତ ଭାବେ ଡ୍ରାଇଭିଂ ଲାଇସେନ୍ସ ଉଲ୍ଲଂଘନ ଅଭିଯୋଗରେ ୧ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ବିଲ୍‌ରେ ରହିଛି। ଏହାଛଡ଼ା ସଡ଼କରେ କିଶୋରୀ/କିଶୋରଙ୍କ ଦ୍ୱାରା କୌଣସି ଅପରାଧ କ୍ଷେତ୍ରରେ ସେମାନଙ୍କ ଅଭିଭାବକଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ଏବଂ ଜରିମାନା ବାବଦରେ ୨୫ ହଜାର ଟଙ୍କା ଆଦାୟ କରାଯିବା ସହ ୩ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ। ଏହାବାଦ୍‌ ଗାଡ଼ିର ରେଜିଷ୍ଟ୍ରେଶନକୁ ବାତିଲ କରାଯିବ। ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ଏଣିକି ୧୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ସେହିପରି କର୍ତ୍ତୃପକ୍ଷଙ୍କ ଆଦେଶ ପାଳନ ନ କରିବା ଅଭିଯୋଗରେ ସର୍ବନିମ୍ନ ୨୦୦୦ ଟଙ୍କା ଜରିମାନା ନିଆଯିବ। ପୂର୍ବରୁ ଏହା ୫୦୦ ଟଙ୍କା ଥିଲା। ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା ପାଇଁ ୫ ହଜାର ଟଙ୍କା ଏବଂ ଅଯୋଗ୍ୟ ଘୋଷିତ ପରେ ମଧ୍ୟ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ ହେବ। ସେହିପରି ବିପଦପୂର୍ଣ୍ଣ ଗାଡ଼ି ଚାଳନା ଲାଗି ଜରିମାନା ପରିମାଣକୁ ୧ ହଜାରରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ମଦ୍ୟପାନ କରି ଗାଡି ଚାଳନା ଲାଗି ନୂଆ ଆଇନରେ ୧୦ ହଜାର ଟଙ୍କା ଆଦାୟର ବ୍ୟବସ୍ଥା କରାଯାଇଛି। ସିଟ୍‌ ବେଲ୍ଟ ପିନ୍ଧି ନ ଥିଲେ ୧୦୦୦ ଟଙ୍କା, ଦୁଇ ଚକିଆ ଗାଡି ଚାଳନା ବେଳେ ହେଲମେଟ ପିନ୍ଧି ନ ଥିଲେ ୧୦୦୦ ଟଙ୍କା ଦେବାକୁ ପଡିବ। ୧୮ ରାଜ୍ୟର ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ କେନ୍ଦ୍ର ସରକାର ଏହି ସଂଶୋଧିତ ବିଲ୍‌ ଆଣିବାକୁ ଯାଉଛନ୍ତି। ସଂସଦର ଚଳିତ ବଜେଟ ଅଧିବେଶନରେ ଏହି ବିଲ୍‌କୁ ଆଣିବାର ଯୋଜନା ରହିଛି ବୋଲି ପୂର୍ବର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri