Posted inଖେଳ

ମୋଟରସ୍ପୋଟର୍‌ସ କିମ୍ବଦନ୍ତୀ ମୋସ୍‌ଙ୍କ ପରଲୋକ

ଲଣ୍ଡନ,୧୨।୪ (ଏଏଫ୍‌ପି)-ମୋଟରସ୍ପୋଟର୍‌ସର କିମ୍ବଦନ୍ତୀ ଷ୍ଟର୍ଲିଂ ମୋସ୍‌ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଦୀର୍ଘ ଦିନର ଅସୁସ୍ଥତା ପରେ ଏହି ବ୍ରିଟିଶ ଡ୍ରାଇଭରଙ୍କ ଦେହାନ୍ତ ହୋଇଛି ବୋଲି ତାଙ୍କ ସ୍ତ୍ରୀ ରବିବାର ଘୋଷଣା କରିଛନ୍ତି। ମୋସ କେବେବି ଫର୍ମୁଲା-୧ ଟାଇଟଲ ହାସଲ କରି ନ ଥିଲେ। ତେବେ ସେ ୪ଥର ରନର୍ସଅପ୍‌ ହୋଇଥିଲେ ଓ ଏହା ସତ୍ତ୍ୱେ ସେ ମହାନ ଡ୍ରାଇଭର ବିବେଚିତ ହେଉଥିଲେ। ଦୀର୍ଘ ୧୪ ବର୍ଷର କ୍ୟାରିୟରରେ ସେ ଦୃଷ୍ଟାନ୍ତମୂଳକ ସଫଳତା ପାଇଛନ୍ତି। ୧୯୪୮ ମସିହାରେ ସେ କ୍ୟାରିୟର ଆରମ୍ଭ କରିଥିଲେ। ୫୨୯ଟି ରେସ୍‌ରେ ସେ ଅଂଶଗ୍ରହଣ କରି ୨୧୨ଟିରେ ବିଜୟ ହାସଲ କରିଥିଲେ। ସେତେବେଳେ ଡ୍ରାଇଭରମାନେ ଭିନ୍ନ ଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଥିଲେ। ୧୯୫୦ରୁ ୧୯୬୦ ମଧ୍ୟରେ ସେ ବେଶ୍‌ ସକ୍ରିୟ ଥିଲେ। ସେ ୧୯୫୧ରୁ ଫର୍ମୁଲା-୧ ରେସିଂରେ ଅଂଶଗ୍ରହଣ କରିଆସୁଥିଲେ। ୧୯୬୨ ଏପ୍ରିଲ୍‌ରେ ଗୁଡଉଡ୍‌ରେ ଏକ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ସେ ଗୋଟିଏ ମାସ କୋମା ଅବସ୍ଥାକୁ ଚାଲିଯାଇଥିଲେ। ଏହାପରେ ୬ମାସ ଆଂଶିକ ପକ୍ଷାଘାତର ଶିକାର ହୋଇଥିଲେ। ଶେଷରେ ସେ ଅବସର ଘୋଷଣା କରିଥିଲେ।
ଫର୍ମୁଲା-୧ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ସେ ୬୭ଟି ଷ୍ଟାର୍ଟ କରିଥିଲେ। ୧୬ଟି ରେସ୍‌ରେ ସେ ବାଜି ମାରିଥିବା ବେଳେ ୧୬ଟି ପୋଲ ପୋଜିଶନ ଓ ୨୪ ଥର ପୋଡିୟମ ଫିନିଶ୍‌ କରିଥିଲେ। ସେ ୧୯୨୯ ସେପ୍ଟେମ୍ବର ୧୭ରେ ଲଣ୍ଡନର ଓ୍ବେଷ୍ଟ କେନ୍ସିଂଟନରେ ଜନ୍ମ ଗ୍ରହଣ କରିଥିଲେ। ସେ ମର୍ସିଡିଜ୍‌ ବେଞ୍ଚ୍‌, ମାସେରାଟି, ଭାନ୍‌ଓ୍ବାଲ, ରବ୍‌ ଓ୍ବାକରଙ୍କ ପ୍ରାଇଭେଟ କୁପର ଟିମ୍‌ ଓ ଲୋଟସ ତରଫରୁ ରେସ୍‌ରେ ପ୍ରତିନିଧିତ୍ୱ କରିଥିଲେ। ୧୯୯୦ ଅନ୍ତର୍ଜାତୀୟ ମୋଟରସ୍ପୋଟର୍‌ସ ହଲ୍‌ ଅଫ୍‌ ଫେମ୍‌ରେ ତାଙ୍କୁ ସାମିଲ କରାଯାଇଥିଲା। ୨୦୦୦ ତାଙ୍କୁ ପ୍ରିନ୍ସ ଚାଲର୍‌ସ ନାଇଟ୍‌ହୁଡ୍‌ ସମ୍ମାନ ପ୍ରଦାନ କରିଥିଲେ। ମୋଟର ସ୍ପୋଟର୍‌ସରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏଫ୍‌ଆଇଏ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri