ଜେରୁଜେଲମ୍,୭।୫: ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ଭାବେ ବେଞ୍ଜାମିନ୍ ନେତାନ୍ୟାହୁ ମେ ୧୩ରେ ଶପଥ ନେବେ। ତାଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ କରାଯାଇଥିବା ଏକ ଆବେଦନକୁ ସ୍ଥାନୀୟ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ ତାଙ୍କୁ ସରକାର ଗଠନ ଲାଗି ଅନୁମତି ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ନେତାନ୍ୟାହୁ ଲଗାତାର ଚତୁର୍ଥ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ୭୦ ବର୍ଷ ବୟସ୍କ ନେତାନ୍ୟାହୁଙ୍କ ବିରୋଧରେ ମାର୍ଚ୍ଚ ୧୭ରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାର ବିଚାର କୋର୍ଟରେ ଜାରି ରହିଥିଲା।


