Categories: ଜାତୀୟ

ମେହବୁବାଙ୍କ ଅଟକକୁ ନେଇ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୭ା୨(ଆଇଏଏନ୍‌ଏସ୍‌): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକକୁ ନେଇ ସୁପ୍ରିମକୋର୍ଟ ବୁଧବାର ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ମେହବୁବାଙ୍କ ଅଟକକୁ ତାଙ୍କ ଝିଅ ଇଲତିଜା ମୁଫ୍‌ତି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଏନେଇ ଜମ୍ମୁ-କଶ୍ମୀର ପ୍ରଶାସନକୁ ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ରେ ହେବ। ୩୭୦ ଉଚ୍ଛେଦ ସହ ମେହବୁବା ଓ ଅନ୍ୟ ପ୍ରମୁଖ ନେତାମାନଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କ ବିରୋଧରେ ପିଏସ୍‌ଏ ଲାଗୁ ହୋଇଥିଲା।

Share