ମେ’ରେ ଯାନ ବିକ୍ରି ୮୮% କମିଲା

ନୂଆଦିଲ୍ଲୀ,୧୨।୬ – ମେ ମାସରେ ଅଟୋମୋବାଇଲ କ୍ଷେତ୍ରରେ ରିଟେଲ ବିକ୍ରି ୮୮.୮୭% ହ୍ରାସ ଘଟିଥିବା ଜଣାପଡିଛି। ଏହି ସମୟ ମଧ୍ୟରେ ପାସେଞ୍ଚର ଯାନ ବିକ୍ରି ୮୬.୯୭% କମିଥିବା ବେଳେ ଦୁଇଚକିଆ ଯାନ ବିକ୍ରି ୮୮.୮୦% ଖସିଛି। କରୋନା ଭାଇରସ ଲକ୍‌ଡାଉନ ପାଇଁ ଏପ୍ରିଲରେ ଯାନ ବିକ୍ରି ଠପ୍‌ ରହିଥିଲା। ଚଳିତ ବର୍ଷ ମେ ମାସରେ ମୋଟ ୨.୦୨ ଲକ୍ଷ ଯାନ ବିକ୍ରି ହୋଇଛି। ଏହା ଗତ ବର୍ଷ ସମାନ ସମୟରେ ୧୮.୨୧ ଲକ୍ଷ ୟୁନିଟ ରହିଥିଲା। ସେହିଭଳି ୩୦,୭୪୯ ୟୁନିଟ ଯାତ୍ରୀବାହୀ ଯାନ ମେ ମାସରେ ବିକ୍ରି ହୋଇଛି, ଯାହା ୨୦୧୯ ମେ ମାସରେ ୨.୩୫ ଲକ୍ଷ ୟୁନିଟ ରହିଥିଲା। ଗତ ବର୍ଷ ମେ ମାସରେ ୧୩.୧୯ ଲକ୍ଷ ୟୁନିଟ ୨ ଚକିଆ ଯାନ ବିକ୍ରି ହୋଇଥିଲା ଯାହା ଚଳିତ ବର୍ଷ ସମାନ ମାସରେ ୧.୫୯ ଲକ୍ଷ ୟୁନିଟକୁ ଖସି ଆସିଛି।
ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୯୬.୬୩% ଖସି ୨,୭୧୧ ୟୁନିଟ ରହିଛି। ଯାହା ଗତ ବର୍ଷ ମେ ମାସରେ ୮୦,୩୯୨ ୟୁନିଟ ରହିଥିଲା। ଏହାବାଦ ୩ ଚକିଆ ଯାନ ବିକ୍ରି ୯୬.୩୪% ଖସି ୧୮୮୧ ୟୁନିଟକୁ ଖସି ଆସିଛି। ଗତ ବର୍ଷ ମେ ମାସରେ ୫୧,୪୩୦ ୟୁନିଟ ରହିଥିଲା। ଲକଡାଉନ ଧୀରେ ଧୀରେ କୋହଳ ହେଉଛି। ପ୍ରଥମ ଥର ଲାଗି ୪୦ ଦିନରୁ ଊର୍ଦ୍ଧ୍ୱ ସମୟ ବନ୍ଦ ରହିବା ପରେ ଅଟୋମୋବାଇଲ ଡିଲରଶିପଗୁଡିକ ଖୋଲୁଛି। ସାରା ଦେଶରେ ରହିଥିବା ମୋଟ ୨୬,୫୦୦ ଆଉଟଲେଟ ମଧ୍ୟରୁ ୬୦% ଶୋ’ରୁମ୍‌ ଏବଂ ୮୦% ଓ୍ବାର୍କଶପ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି। ମେ ମାସର ଯାନ ପଞ୍ଜୀକରଣକୁ ଦେଖିଲେ ଏହା ଆଖିଦୃଶିଆ ନୁହେଁ। ବଜାରରେ ଚାହିଦା ଖସିଥିବା ବେଳେ ଆଗାମୀ ଦିନରେ ଏହି ଧାରା ଲାଗି ରହିବ ବୋଲି ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ପକ୍ଷରୁ ସୂଚନା ରହିଛି।
ସଂଘର ସଭାପତି ଆଶିଷ ହର୍ସରାଜ କାଲେ କହିଛନ୍ତି, ଯାନ ବିକ୍ରି ହ୍ରାସ ଧାରା ଜାରି ରହିବା ନେଇ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri