Posted inଫୁରସତ

ମେଦବୃଦ୍ଧି ସମସ୍ୟା ଦୂର କରେ ଥଣ୍ଡା କ୍ଷୀର

କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ, ତାହା ସମସ୍ତଙ୍କୁ ଜଣା। ବିଶେଷକରି ଉଷୁମ କ୍ଷୀର ପିଇବାକୁ ସମସ୍ତେ ଭଲପାଆନ୍ତି। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଉଷୁମ କ୍ଷୀର ଅପେକ୍ଷା ଥଣ୍ଡା କ୍ଷୀର ସ୍ବାସ୍ଥ୍ୟ ପାଇଁ ବିଶେଷ ଲାଭଦାୟକ। ଥଣ୍ଡା କ୍ଷୀର ନା କେବଳ ପାଟିକୁ ସ୍ବାଦିଷ୍ଟ ଲାଗେ ବରଂ ଏସିଡିଟି, ମେଦବୃଦ୍ଧି ଆଦି ସମସ୍ୟାଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ। ଥଣ୍ଡା କ୍ଷୀର ସେବନ କରିବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିବା ସହ କୋଲେଷ୍ଟୋରଲ୍‌ସ୍ତର ହ୍ରାସ ପାଇଥାଏ। ଯଦ୍ଦ୍ବାରା ମେଦବୃଦ୍ଧି ସମସ୍ୟାର ଭୟ ନଥାଏ। ତେବେ ଏହି ଥଣ୍ଡା କ୍ଷୀରକୁ ଦିନରେ ପିଇବା ସବୁଠୁ ଭଲ। ଏହି କ୍ଷୀର ଏସିଡିଟି ସମସ୍ୟାରୁ ଆରାମ ଦେଇଥାଏ। ଯଦି ପେଟରେ ଅଲସର ହୋଇଥାଏ, ତେବେ ଥଣ୍ଡା କ୍ଷୀରକୁ ଢକ ଢକ କରି ନ ପିଇ ଧୀରେ ଧୀରେ ପିଇଲେ ଏଥିରୁ ଉପଶମ ମିଳିଥାଏ। କେବଳ ସେତିକି ନୁହେଁ, ଖାଇବା ପରେ ଯଦି ବାରମ୍ବାର ଭୋକ ଲାଗୁଥାଏ ତେବେ ଥଣ୍ଡା କ୍ଷୀର ପିଇଲେ ଏହି ସମସ୍ୟା ଦୂରେଇ ଯାଏ। ଚାହଁିଲେ ଥଣ୍ଡା କ୍ଷୀରରେ ଓଟ୍ସ ମିଶାଇ ଖାଇପାରିବେ। ଖରାଦିନେ କ୍ଷୀରରେ ତିଆରି କୋଲ୍ଡ କଫି ପିଇଲେ ଶରୀରକୁ ତାଜା ଅନୁଭୂତ ହୋଇଥାଏ। କ୍ଷୀରରେ ବଦହଜମୀ ବା ଗ୍ୟାସ୍‌ ସମସ୍ୟା ଦୂର କରିବାର ଗୁଣ ଭରିରହିଛି। ଯାହା ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ। ଏହାକୁ ସେବନ କଲେ ଘିଅ କିମ୍ବା ତେଲ ମସଲା ଜାତୀୟ ଖାଦ୍ୟ ପଦାର୍ଥ ସହଜରେ ହଜମ ହୋଇଯାଏ। ତେବେ ଏଥିରେ ସାମାନ୍ୟ ଅଦା ଛେଚା ପକାଇ ପିଇଲେ ଅଧିକ କାମ ଦେଇଥାଏ। ଜିମ୍‌ରୁ ଏକ୍ସର୍‌ସାଇଜ୍‌ ସାରି ଆସିବା ପରେ ଏନର୍ଜି ଡ୍ରିଙ୍କ୍‌ କିମ୍ବା ଜୁସ୍‌ ପିଇବା ସ୍ଥାନରେ ଯଦି ଥଣ୍ଡା କ୍ଷୀରକୁ ସ୍ଥାନିତ କରାଯାଏ, ତେବେ ଏହା ମାଂସପେଶୀକୁ ସୁଦୃଢ଼ ରଖିଥାଏ। ଶରୀରକୁ ପ୍ରୋଟିନ୍‌ ଏବଂ ଶକ୍ତି ପ୍ରଦାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri