Categories: ଫୁରସତ

ମେଦବହୁଳତା ଯୋଗୁ ଭାଙ୍ଗିଲା ବିବାହ: ଓଜନ ହ୍ରାସ କରି ଜିତିଲେ ‘ମିସ୍‌ ଗ୍ରେଟ ବ୍ରିଟେନ’

ଅତ୍ୟଧିକ ମେଦବହୁଳତା ସମସ୍ତଙ୍କ ପାଇଁ ସମସ୍ୟାର କାରଣ ପାଲଟିଥାଏ। ଏଥିଯୋଗୁ ବସିବା, ଉଠିବା ବା କାମ କରିବା କଷ୍ଟକର ହୋଇପଡିଥାଏ। ବେଳେ ବେଳେ ଲୋକମାନେ ଏଥିଯୋଗୁ ଡିପ୍ରେସନ୍‌ରେ ପଳାଇଥାନ୍ତି, ଆଉ କେତେକ ଏହାକୁ ଚ୍ୟାଲେଞ୍ଜିଂ କରି ଏକ ଭିନ୍ନ କାହାଣୀ ଲେଖିଥାନ୍ତି। କିଛି ଏଭଳି କରି ଦେଖାଇଛନ୍ତି ବ୍ରିଟେନ୍‌ ଲିନ୍‌କୋଲନଶୟରର ଅଲକେବି ସହରରେ ରହୁଥିବା ୨୬ ବର୍ଷୀୟ ଜେନିଫର ଏଟିକ୍‌। ନିକଟରେ ଜେନିଫର ମିସ୍‌ ଗ୍ରେଟ ବ୍ରିଟେନ-୨୦୨୦ର ଖ୍ୟାତି ହାସଲ କରିଛନ୍ତି। ବହୁ ପରିଶ୍ରମ ବଦଳରେ ସେ ଏହି ଖ୍ୟାତି ହାସଲ କରିଥିବା ଜଣାପଡ଼ିଛି।

ଗତ ୨ବର୍ଷ ପୂର୍ବରୁ ଜେନିଫର ଅତ୍ୟଧିକ ମୋଟା ଥିଲେ। ସେତେବେଳେ ତାଙ୍କର ଓଜନ ୧୦୯ ଥିବା ବେଳେ ଏବେ ତାଙ୍କର ଓଜନ ହ୍ରାସ ହୋଇ ୫୬ କିଲୋ ରହିଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ୨ବର୍ଷ ସମୟ ଲାଗିଥିଲା। ଏଭଳି କରିବା ପାଇଁ  ଭାବି ସ୍ବାମୀ ଓ ପସନ୍ଦର ଡ୍ରେସ୍‌ଠାରୁ ପ୍ରେରଣା ମିଳିଥିଲା ବୋଲି ଜେନିଫର କୁହନ୍ତି। ସୂଚନା ମୁତାବକ ତାଙ୍କର ମେଦବହୁଳତା ଯୋଗୁ ତାଙ୍କ ଭାବି ସ୍ବାମୀ ତାଙ୍କଠାରୁ ଦୂରେଇ ଯାଇ ବିବାହ ଭାଙ୍ଗି ଦେଇଥିଲେ। ସେହିଦିନ ସେ ଭାଙ୍ଗି ନ ପଡ଼ିବା ସହ ଓଜନ ହ୍ରାସ କରିବାକୁ ନିଷ୍ପତି ନେଇଥିଲେ। ଏହାପରେ ସେ ଡାଏଟ୍‌ କଣ୍ଟ୍ରୋଲ କରିବା ସହ ଲଗାତର ଜିମ୍‌ରେ ଝାଳ ବୁହାଇଥିଲେ। ଫଳରେ ଜେନିଫର ୨ବର୍ଷ ଭିତରେ ନିଜର ୧୦୦ ପାଉଣ୍ଡ ବା ପ୍ରାୟ ୪୬ କିଲୋ ଓଜନ ହ୍ରାସ କରିଥିଲେ। ଯାହା ଆଜି ତାଙ୍କ ଜୀବନକୁ ଏକ ଦିଗ ଦେବା ସହ ସମ୍ପୂର୍ଣ୍ଣ ବଦଳାଇଦେଇଛି। ଏହି ପରିଶ୍ରମ ପାଇଁ ଜେନିଫର ଆଜି ମିସ୍‌ ଗ୍ରେଟ୍‌ ବ୍ରିଟେନ-୨୦୨୦। ଏହା ପୂର୍ବରୁ ସେ ମିସ୍‌ ସ୍କିନଥର୍ପ ଓ ମିସ୍‌ ଇଂଲଣ୍ଡ-୨୦୧୮ର ରନର୍ସ ଅପ୍‌ ରହିସାରିଛନ୍ତି।

Share