ମେଦବହୁଳତା ନିୟନ୍ତ୍ରଣ ଲାଗି ସଚେତନତା ଜରୁରୀ

ମେଦବହୁଳତା ଯୋଗୁ ବର୍ତ୍ତମାନ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାଠାରୁ ଯୁବବର୍ଗ ମଧ୍ୟ ବର୍ତ୍ତି ନାହାନ୍ତି। ସାରା ବିଶ୍ୱରେ ମେଦବହୁଳ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଥିବା ବେଳେ ଭାରତ ଏହି କ୍ଷେତ୍ରରେ ଦ୍ୱିତୀୟ ଦେଶ। ମେଦବହୁଳତାରୁ ମୁକ୍ତି ପାଇଁ ବିଭିନ୍ନ ଚିକିତ୍ସା ପଦ୍ଧତି ରହିଥିବା ବେଳେ ସର୍ଜରିକୁ ଅନେକେ ଆପଣାଉଛନ୍ତି। ଏହି ସର୍ଜରି କ୍ଷେତ୍ରରେ ଡ.ମୋହିତ ଭଣ୍ଡାରୀ ବେଶ ପ୍ରତିଷ୍ଠିତ। ଦେଶରେ ରୋବୋଟିକ ବେରିଆଟ୍ରିକ ସର୍ଜରି ପ୍ରଚଳନ କରିବାରେ ସେ ପ୍ରଥମ। ସେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ବେରିଆଟ୍ରିକ ଏବଂ ୫୦୦ ରୋବୋଟିକ୍‌ ସର୍ଜରି ସମ୍ପାଦନ କରିଛନ୍ତି। ତାଙ୍କ ନାମରେ ଲିମ୍‌କା ବୁକ୍‌ ରେକର୍ଡ ରହିଛି। ୩୫୦ କିଲୋ ଓଜନ ବିଶିଷ୍ଟ ଜଣେ ମହିଳାଙ୍କ ଡକ୍ୟୁମେଣ୍ଟେଡ ଓବେସିଟି ସର୍ଜରି ଏବଂ ୬ ବର୍ଷର ଶିଶୁଠାରେ ସେ ସର୍ଜରି କରିଛନ୍ତି। ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ଡ. ଭଣ୍ଡାରୀଙ୍କ ସହ ଧରିତ୍ରୀର ଆଳାପ।

ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକରେ ମେଦବହୁଳ ରୋଗଜନିତ ସମସ୍ୟା ବଢୁଛି। ଏହାର ବୃଦ୍ଧି ଲାଗି କେଉଁ ପ୍ରମୁଖ କାରଣଗୁଡିକ ଦାୟୀ?
ଭାରତ ସମେତ ଅନ୍ୟ ଅଭିବୃଦ୍ଧିଶୀଳ ଦେଶଗୁଡିକରେ ମେଦବହୁଳତା ଜନିତ ସ୍ବାସ୍ଥ୍ୟ ସମସ୍ୟା ବଢୁଛି। ଭାରତ ଏହି କ୍ଷେତ୍ରରେ ବର୍ତ୍ତମାନ ଦ୍ୱିତୀୟ ବୃହତ୍‌ ଦେଶ। ମେଦବହୁଳତା ହେବାର ଅନେକ କାରଣ ରହିଛି। କେତେକ କ୍ଷେତ୍ରରେ ଏହା ବଂଶାନୁକ୍ରମିକ ହୋଇଥାଏ। ମାତ୍ର ଅଧିକାଂଶ କ୍ଷେତ୍ରରେ ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ, ହର୍ମୁନାଲ ଅସନ୍ତୁଳନ, ଖାଦ୍ୟାଭ୍ୟାସରେ ପରିବର୍ତ୍ତନ, ଜଙ୍କଫୁଡ ଗ୍ରହଣ ଏବଂ ଶାରୀରିକ ପରିଶ୍ରମ ଲୋକମାନଙ୍କ ମଧ୍ୟରେ ହ୍ରାସ ଘଟିଛି, ଫଳରେ ଏହା ମେଦ ବହୁଳତାକୁ ବଢାଇବାରେ କାରଣ ପାଲଟୁଛି।
ବିଭିନ୍ନ ବୟସ ବର୍ଗର ଲୋକଙ୍କ ମଧ୍ୟରେ ମେଦବହୁଳତା ସମସ୍ୟା ଚିନ୍ତାର କାରଣ ହେଉଛି। କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦିଆଗଲେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ?
ଅଧିକାଂଶ ଚିନ୍ତା କରନ୍ତି ଯେ, କେବଳ ସର୍ଜରି କରିଦେଲେ ଏହି ସମସ୍ୟା ଦୂର ହୋଇଯିବ। ଏପରି ଚିନ୍ତା କରିବା ଭୁଲ। ସର୍ଜରି ସବୁଠାରୁ ଶେଷରେ ଆସୁଛି। ଏକ ସୁସ୍ଥ ଜୀବନ ଶୈଳୀ ସମସ୍ତଙ୍କୁ ଆପଣାଇବାକୁ ହେବ। ଏହା ହେଲେ ଏପରି ସମସ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ ଆମେ ପ୍ରଥମ ପଦକ୍ଷେପ ଗ୍ରହଣ କରିପାରିବା। ଦ୍ୱିତୀୟରେ ଏନେଇ ସଚେତନତା ମଧ୍ୟ ଜରୁରୀ। ସଚେତନତା ଅଭାବ ଯୋଗୁ ଏପରି ସମସ୍ୟାକୁ ଆମେ ଅଣଦେଖା କରିଥାଉ। ତୃତୀୟରେ ଯାଇ ସର୍ଜରି ଆସୁଛି।

ବେରିଆଟ୍ରିକରେ ଅନେକେ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି। ଏ କ୍ଷେତ୍ରରେ କେଉଁ କେଉଁ ସଦ୍ୟତମ ସର୍ଜରି ଏବେ ଗ୍ରହଣ କରାଯାଉଛି?
ଅନେକ ନୂଆ ନୂଆ ସର୍ଜରି ଏହି କ୍ଷେତ୍ରରେ ଯୋଡି ହେଉଛି। ଆମେରିକାରେ ଏହି କ୍ଷେତ୍ରରେ ସଦ୍ୟତମ କମନ ସର୍ଜରି ସମ୍ପାଦନ କରାଯାଉଛି। ଭାରତରେ ଏଭଳି ପଦ୍ଧତି ମଧ୍ୟ ଦ୍ୱାରା ବର୍ଷକୁ ୫୦,୦୦୦ ପ୍ରୋସେଜ୍ୟୁର ସମ୍ପାଦନ ହେଉଛି। ଏହି ଧାରା ଧୀରେ ଧୀରେ ବଢିବ ବୋଲି ଭାବୁଛୁ। ଏହି ପଦ୍ଧତିରେ ପାକସ୍ଥଳୀ ଏବଂ ଇଣ୍ଟେଷ୍ଟାଇନରେ ସର୍ଜରି ଦ୍ୱାରା ମେଦବହୁଳତା ହ୍ରାସ ଏବଂ ଓଜନ କମ୍‌ କରାଯାଇଥାଏ।
ବେରିଆଟ୍ରିକ ସର୍ଜରି ପ୍ରକ୍ରିୟାକୁ ନେଇ ଲୋକଙ୍କ ମନରେ ଅନେକ ଡର ଏବଂ ପ୍ରଶ୍ନ ରହିଥାଏ। ଏ ନେଇ କ’ଣ କହିବେ?
ଲୋକଙ୍କ ମନରେ ଡର ଏବଂ ପ୍ରଶ୍ନ ନିଶ୍ଚିତ ରହିବ। ଏନେଇ ଲୋକମାନେ ସଚେତନ ହେଲେ ଯାଇ ଏହାକୁ କମ୍‌ କରାଯାଇ ପାରିବ। ରୋଗୀଙ୍କୁ ଉନ୍ନତ ଓ ସଫଳ ଚିକିତ୍ସା ଆମ ପାଇଁ ବଡ ଉପଲବ୍ଧି। ଏହା ଦ୍ୱାରା ଲୋକଙ୍କ ଭରସା ସର୍ଜରି ଉପରେ ବଢୁଛି। ଏଥିରେ ଡିଷ୍ଟ୍ରିକ ବାଇପାସ,ଏଣ୍ଡୋସ୍ପୋପିକ, ଡିଷ୍ଟ୍ରିକ୍ଟ ଡିଉଡ୍‌ନାଲ ସ୍ବିଚ୍‌ ଭଳି ଅନ୍ୟ ସର୍ଜରିଗୁଡିକ ସମ୍ପାଦନ କରୁଛୁ।

ଓଡିଶାରେ ଓବେସିଟିକୁ କିଭଳି ଦେଖୁଛନ୍ତି। ବର୍ତ୍ତମାନ କେତେ ପ୍ରତିଶତ ଲୋକଙ୍କ ଠାରେ ଏହା ଦେଖାଯାଉଛି?
ଓଡିଶାରେ ଓବେସିଟିର ହାର ୨% ରହିଛି। ଏହା ଏତେ ବଡ ନୁହେଁ । କିନ୍ତୁ ମଧୁମେହ ଉଚ୍ଚରେ ରହିଛି। ଜାତୀୟ ସ୍ତର କଥା ବିଚାର କରିଲେ ଓଡିଶା ୮ ନମ୍ବର ସ୍ଥାନରେ ରହିଛି। ପୂର୍ବରୁ ଓଡ଼ିଶା ୧୦ ନମ୍ବରରେ ଥିଲା।

ମେଦବହୁଳତା ଅନ୍ୟ କୌଣସି ସ୍ବାସ୍ଥ୍ୟ ସମସ୍ୟା ଡାକି ଆଣିବ କି?
ମେଦବହୁଳତା ଯୋଗୁ ମଧୁମେହ, ହାଇପରଟେନଶନ ଭଳି ଅନ୍ୟ ସମସ୍ୟା ମଧ୍ୟ ଦେଖାଯାଇଥାଏ। ଏଭଳି ଅପରେଶନ ଲାଗି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମଧ୍ୟ ରହିଛି। ଏଣୁ ଲୋକମାନେ ଏହାର ଲାଭ ନେବା ଆବଶ୍ୟକ।

ରିାପାଟର୍ଟ: ସତ୍ୟାନନ୍ଦ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri