ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦସ୍ତଖତ ଅଭିଯାନ

ଭଦ୍ରକ ଅଫିସ, ୨୭।୧୧: ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବୁଧବାର ଯୁବଗୋଷ୍ଠୀ ଏକତ୍ର ହୋଇ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯୁବଗୋଷ୍ଠୀ ପୁରୁଣା ଜିଲାପାଳଙ୍କ ଅଫିସ୍‌ଠାରୁ ଚାଲି ଚାଲି ବିଭିନ୍ନ ବର୍ଗର ଲୋକଙ୍କଠାରୁ ଦସ୍ତଖତ ସଂଗ୍ରହ କରିଥିଲେ। ଏହି ଅଭିଯାନରେ ଅନେକ ସଙ୍ଗଠନ ଓ ଭଦ୍ରକ ଜନସାଧାରଣ ମୁଖ୍ୟତଃ ଯୁବଗୋଷ୍ଠୀ ସାମିଲ ହୋଇଥିଲେ। ଆଗାମୀ ଦିନରେ ଦସ୍ତଖତ ଅଭିଯାନ ଚାଲୁ ରହିବ ଓ ଏକ ବଡ଼ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି କୁହାଯାଇଛି।