ମେକଅପ୍‌ ଆର୍ଟିଷ୍ଟଙ୍କ ପୁଅ ବାହାଘରରେ ସାମିଲ ହୋଇ ସମସ୍ତଙ୍କୁ ଚମକାଇ ଦେଲେ ଭାଇଜାନ

ମୁମ୍ବାଇ: ବଲିଉଡ୍‌ରେ ନିଜର ଦରିଆ ଦିଲ୍‌ ପାଇଁ ବେଶ୍‌ ପରିଚିତ ସଲମାନ ଖାଁ। ନିକଟରେ ସେ ତାଙ୍କ ମେକଅପ୍‌ ଆର୍ଟିଷ୍ଟ ରାଜୁଙ୍କ ପୁଅ ବାହାଘରରେ ହଠାତ୍‌ ପହଞ୍ଚି ସମସ୍ତଙ୍କୁ ଚମକାଇ ଦେଇଥିବା ଜଣାପଡିଛି। ଏହି ବାହାଘର ମୁମ୍ବାଇରେ ହେଉଥିବା ବେଳେ ସଲମାନ ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଯାଇ ସେଠାରେ ପହଞ୍ଚିଥିଲେ ଓ ପୁଅବୋହୂଙ୍କ ସହ ଫଟୋ ଉଠାଇଥିଲେ। କେବଳ ସଲମାନ ନୁହେଁ ଏହି ବିବାହ ଉତ୍ସବରେ ଅନ୍ୟ ବଲିଉଡ୍‌ କଳାକାରମାନେ ମଧ୍ୟ ଯୋଗ ଦେଇଥିଲେ। କେବଳ ବଲିଉଡ୍‌ ନୁହେଁ ଟେଲି ଦୁନିଆର କେତେଜଣ କଳାକାରଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା। ସଲମାନ ଏବେ ‘ଦବଙ୍ଗ-୩’ର ପ୍ରମୋଶନରେ ବ୍ୟସ୍ତ ଥାଇ ମଧ୍ୟ ଉକ୍ତ ବିବାହ ଉତ୍ସବରେ ଯୋଗ ଦେଇଥିବାରୁ ସମସ୍ତେ ପୁଣିଥରେ ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ‘ଦବଙ୍ଗ-୩’ ଚଳିତ ମାସ ୨୦ ତାରିଖରେ ରିଲିଜ୍‌ ହେବ ବୋଲି ଜଣାପଡିଛି।

Share